www.samajalive.in
Friday, December 5, 2025
27.1 C
Bhubaneswar

ଗିରଫ ହେଲେ କୁବେର ଯନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକ

ସମାଜ ଡିଜିଟାଲ ଡେସ୍କ: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ହେଲେ କୁବେର ଯନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକ । ଭିଜିଲାନ୍ସ ଟିମ୍‍ ଗତକାଲି ବିଏମସି ନିର୍ବାହୀ ଯନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକଙ୍କ ଘର ଓ କାର୍ଯ୍ୟାଳୟରେ ଚଢାଉ କରିବା ପରେ ଆଜି ତାଙ୍କୁ ଗିରଫ କରିଛି । ଭୁବନେଶ୍ୱରରେ ତିନି ମହଲା ଘର, ଫାର୍ମହାଉସରେ ଖୋଳତାଡ କରି ହରିଣ ଶିଙ୍ଗ ଓ ଏକ ଦେଶୀ ବନ୍ଧୁକ ଜବତ କରାଯାଇଥିଲା । ବଡଗଡ ଫ୍ଲାଟରୁ ସୁନା ଗହଣା, ଦାମୀ ଘଣ୍ଟା, ୬୦ହଜାରରୁ ଅଧିକ ନଗଦ ଟଙ୍କା ଜବତ କରାଯାଇଥିଲା । ୧୦ରୁ ୧୨ଟି ଆକାଉଣ୍ଟକୁ ଜବତ କରିଛି ଭିଜିଲାନ୍ସ । ତେବେ ଚଢାଉରେ ୬ଜଣ ଡିଏସପି ଓ ୧୦ଜଣ ଇନ୍ସପେକ୍ଟର ସାମିଲ ହୋଇଥିଲେ । ଭୁବନେଶ୍ୱରରେ ବହୁତଳ କୋଠା, ଗୋଟିଏ ଫାର୍ମ ହାଉସ, ମୂଲ୍ୟବାନ ପ୍ଲଟ, ଗୋଟିଏ ଚାରି ଚକିଆ ଠାବ ହୋଇଛି ।

Hot this week

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

ଏଏନଏମ୍‌ ପ୍ରଶ୍ନ ପତ୍ର ଲିକ୍‌ ପରେ ପରୀକ୍ଷା ବାତିଲ

ମାଲକାନଗିରି: ମାଲକାନଗିରି ଜିଲାରେ ଏଏନଏମ୍‌ ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ହେବା...

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

ଜବତ ଗଞ୍ଜେଇ ହେରଫେର: ଥାନା ଅଧିକାରୀ ନିଲମ୍ବିତ

ସମାଜ ଡିଜିଟାଲ ଡେସ୍କ: ଜବତ ଗଞ୍ଜେଇ ହେରଫେର କରିଥିବା ଅଭିଯୋଗରେ କାର୍ଯ୍ୟରୁ...

ବିଶ୍ୱବିଦ୍ୟାଳୟରେ ଖାଲି ପଡିଛି ଏତିକି ପଦବୀ

ଭୁବନେଶ୍ୱର: ରାଜ୍ୟରେ ବିଶ୍ୱବିଦ୍ୟାଳୟ ଗୁଡିକରେ ଖାଲି ପଡିଛି ପ୍ରଧ୍ୟାପକ ପଦବୀ ।...

Related Articles

Popular Categories