www.samajalive.in
Sunday, December 7, 2025
15.1 C
Bhubaneswar

ଅଗଷ୍ଟ ୧ରୁ ଏହି ରାଶିଙ୍କ ଖୋଲିବ ବନ୍ଦ ଭାଗ୍ୟର ତାଲା: ସୂର୍ଯ୍ୟ-ବୁଧ କରିବେ ଧନୀ,ମିଳିବ ରାଜା ଭଳି ସୁଖ..

ଜ୍ୟୋତିଷ ଗଣନାନୁସାରେ ଚଳିତ ବର୍ଷ ୧ ଅଗଷ୍ଟରେ ସୂର୍ଯ୍ୟ ଓ ବୁଧ ଏକାଠି ହେବେ । ସୂର୍ଯ୍ୟ ଓ ବୁଧ ଏକାଠି ହେବା ଦ୍ୱାରା ଦୃଷ୍ଟି ଯୋଗ ସୃଷ୍ଟି ହେବ । ଏହାର ପ୍ରଭାବ ସମସ୍ତ ରାଶି ଉପରେ ପଡିଲେ ମଧ୍ୟ ୫ ରାଶି ବ୍ୟକ୍ତି ବିଶେଷଙ୍କ ଭାଗ୍ୟ ସୁନା ଭଳି ଚମକିବ । ସୂର୍ଯ୍ୟ ଓ ବୁଧ ଏକାଠି ହୋଇ ବୁଦ୍ଧାଦିତ୍ୟ ଯୋଗ ମଧ୍ୟ ସୃଷ୍ଟି କରି ଥାନ୍ତି । ଏହା ଅତ୍ୟନ୍ତ ଶୁଭ ଯୋଗ ବୋଲି ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି ।

ସୂର୍ଯ୍ୟଙ୍କୁ ଆତ୍ମବିଶ୍ୱାସ, ଶକ୍ତିର କାରକ କୁହାଯାଉଥିବା ବେଳେ ବୁଧଙ୍କୁ ବୁଦ୍ଧି, ବାଣୀର କାରକ ବୋଲି କୁହାଯାଏ । ଉଭୟ ଏକାଠି ହେବା ପରେ ବୁଦ୍ଧିମତା, ନେତୃତ୍ୱ କ୍ଷମତା, ଉଚ୍ଚ ଚିନ୍ତାଧାରା ଆଦି ଦ୍ୱାରା ଖୁବ୍‌ ସଫଳତା ମିଳିଥାଏ । ଜାଣନ୍ତୁ ସେହି ଭାଗ୍ୟଶାଳୀ ରାଶି ବିଷୟରେ..

- Advertisement -

ମିଥୁନ- କର୍ମକ୍ଷେତ୍ରରେ ଉନ୍ନତି, ମାନସିକ ଶାନ୍ତି ସହ ବ୍ୟବସାୟରେ ଖୁବ୍‌ ଉନ୍ନତି ହେବ । ଧନ ପ୍ରାପ୍ତିର ଯୋଗ ରହିଛି । ଅଧିକ ଶୁଭଫଳ ପାଇଁ ତମ୍ବାପାତ୍ରରେ ସୂର୍ଯ୍ୟଙ୍କୁ ଅର୍ଘ୍ୟ ପ୍ରଦାନ କରନ୍ତୁ । ସଫଳତା ମିଳିବ ।

ସିଂହ- ଆତ୍ମବିଶ୍ୱାସ ବୃଦ୍ଧି ହେବ । ନେତୃତ୍ୱ ନେବାର କ୍ଷମତା ବଢିବ । ଅନେକ କାର୍ଯ୍ୟରେ ସଫଳତା ମିଳିବ । ଚାକିରିରେ ପଦନ୍ନୋତି ସହ ସମ୍ମାନ ବୃଦ୍ଧି ହେବ । ଧନ ମିଳିବ। ଅଧିକ ଶୁଭଫଳ ପାଇଁ ସୂର୍ଯ୍ୟଙ୍କ ମନ୍ତ୍ର ଜପ କରନ୍ତୁ ।

କନ୍ୟା- ଚାକିରିରେ ପଦନ୍ନୋତି ସହ ଟଙ୍କା ନିବେଶ କରି ଲାଭବାନ୍‌ ହେବେ । ଦୀର୍ଘ ଦିନରୁ ଅଟକି ଥିବା କାମ ପୂରଣ ହେବ । ନୂଆ ନୂଆ ଜିନିଷ କିଣିବେ । ଅଧିକ ଶୁଭଫଳ ପାଇଁ ଗାଈଙ୍କୁ ଖାଇବାକୁ ଦିଅନ୍ତୁ ।

ତୁଳା- ଆର୍ଥିକ ସ୍ଥିତିରେ ସଫଳତା ମିଳିବ । ବ୍ୟବସାୟରେ ବଡ ଲାଭ ମିଳିବ । ସମ୍ପର୍କରେ ମଧୁରତା ରହିବ । ଆୟରେ ବୃଦ୍ଧି ହେବ । ଅଧିକ ଶୁଭଫଳ ପାଇଁ ଧବଳ ପୋଷାକ ପିନ୍ଧିବା ସହ ଶୁଦ୍ଧ ଘିଅର ଦୀପ ଲଗାନ୍ତୁ ।

ମକର- ପ୍ରତିଷ୍ଠା ବୃଦ୍ଧି ହେବ । କର୍ମକ୍ଷେତ୍ରରେ ସମ୍ମାନ, ଉଚ୍ଚ ଅଧିକାରୀଙ୍କ ସହଯୋଗ ସହ ହଠାତ୍‌ ଧନ ପ୍ରାପ୍ତି ହେବ । ଦୀର୍ଘ ଦିନରୁ ଥିବା ଇଚ୍ଛା ପୂରଣ ହେବ । ଅଧିକ ଶୁଭଫଳ ପାଇଁ ରାଶି ଓ ଗୁଡ଼ ଦାନ କରନ୍ତୁ । ଗୁରୁଜନଙ୍କ ଆଶୀର୍ବାଦ ନିଅନ୍ତୁ ।

୧୦ ହଜାରରୁ ବି କମ୍‌ ଦାମ୍‌ରେ ମିଳୁଛି ଜବରଦସ୍ତ ଫିଚର ଭିଭୋର ଏହି ଫୋନ୍‌

 

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories