www.samajalive.in
Friday, December 5, 2025
27.1 C
Bhubaneswar

ଅଧିବେଶନ ପୂର୍ବରୁ ମୋଦୀଙ୍କ ସମ୍ବୋଧନ; କହିଲେ ଭାରତର ବୀରତ୍ୱ ସାରା ବିଶ୍ୱ ଦେଖିଲା

ସମାଜ ଡିଜିଟାଲ ଡେସ୍କ: ସଂସଦର ମୌସୁମୀ ଅଧିବେଶନ ଆଜିଠାରୁ ଆରମ୍ଭ ହୋଇଛି । ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଭିଭାଷଣ ରଖିଛନ୍ତି । ମୋଦୀ କହିଛନ୍ତି ଚଳିତ ଅଧିବେଶନ ଦେଶ ପାଇଁ ଗର୍ବର ଅଧିବେଶନ । ମୌସୁମୀ ନବସୃଜନ ଏବଂ ନବସୃଜନର ପ୍ରତୀକ । ଆଗାମୀ ଦିନରେ ଦେଶ ଏଥିରୁ ଲାଭ ପାଇବ । ଦେଶରେ ପାଗ ବହୁତ ଭଲ ଭାବରେ ଆଗକୁ ବଢୁଛି । କୃଷି ପାଇଁ ଏହା ଲାଭଦାୟକ । ଚାଷୀ, ଦେଶର ଅର୍ଥନୀତି, ଗ୍ରାମୀଣ ଅର୍ଥନୀତି ଏବଂ ପ୍ରତ୍ୟେକ ପରିବାରର ଅର୍ଥନୀତିରେ ବର୍ଷା ଗୁରୁତ୍ୱପୂର୍ଣ୍ଣ । ଗତ ୧୦ବର୍ଷ ତୁଳନାରେ ଏଥର ୩ଗୁଣ ଅଧିକ ଜଳ ସଂରକ୍ଷଣ ହୋଇଛି । ଯାହା ଆଗାମୀ ଦିନରେ ଦେଶର ଅର୍ଥନୀତିକୁ ମଧ୍ୟ ବହୁତ ଲାଭ ଦେବ ।
ଅପରେସନ ସିନ୍ଦୂର ବିଷୟରେ ମୋଦୀ କହିଛନ୍ତି ସାରା ବିଶ୍ୱ ଭାରତୀୟ ସେନାର ଶକ୍ତି ଦେଖିଥିଲା । ୨୨ମିନିଟରେ ଆତଙ୍କବାଦୀଙ୍କ ଘର ଧୂଳିସାତ୍‍ ହୋଇଥିଲା । ମେଡ ଇନ୍‍ ଇଣ୍ଡିଆ ସାମରିକ ଶକ୍ତିର ଏହି ନୂତନ ରୂପ ପ୍ରତି ବିଶ୍ୱ ବହୁତ ଆକର୍ଷିତ । ଯେତେବେଳେ ଅନ୍ୟ ରାଷ୍ଟ୍ରର ଲୋକଙ୍କୁ ଭେଟୁଛି ସେଠାରେ ଭାରତରେ ତିଆରି ହେଉଥିବା ମେଡ୍‍ ଇନ୍‍ ଇଣ୍ଡିଆ ଅସ୍ତ୍ରଶସ୍ତ୍ର ପ୍ରତି ବିଶ୍ୱର ଆକର୍ଷଣ ବୃଦ୍ଧି ପାଉଥିବା କହିଛନ୍ତି ମୋଦୀ । ଦୁନିଆ ଭାରତର ସାମର୍ଥ୍ୟ ଦେଖିଛି । ପ୍ରଥମ ଥର ପାଇଁ ମହାକାଶରେ ତ୍ରିରଙ୍ଗା ଉଡିବା ଦେଶବାସୀଙ୍କ ପାଇଁ ଗୌରବର ମୂହୁର୍ତ୍ତ । ବିଶ୍ୱ ଭାରତର ସାମରିକ ଶକ୍ତି ଦେଖିବା ସହ ଦେଶ ଏକତାର ଶକ୍ତି ମଧ୍ୟ ଦେଖିଛି । ଏକ ସ୍ୱରର ସାମର୍ଥ୍ୟ କେତେ ତାହା ମଧ୍ୟ ଜାଣିଛନ୍ତି । ତେଣୁ ଗୃହର ସବୁ ସାଂସଦ ଏହାକୁ ବଳ ଦିଅନ୍ତୁ ।

Hot this week

ମୋଦୀ କହିଲେ ଭାରତ ନିରପେକ୍ଷ ନୁହେଁ, ବିଶ୍ୱ ଶାନ୍ତି ସପକ୍ଷରେ; ପୁଟିନ କଣ କହିଲେ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା...

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

Related Articles

Popular Categories