ବାଲେଶ୍ୱର: ସୌମ୍ୟାଶ୍ରୀ ଆତ୍ମାହୁତି ଘଟଣାରେ କଲେଜର ଅନ୍ତରୀଣ କମିଟି ରିପୋର୍ଟକୁ ନେଇ ଏବେ ବିବାଦ ଉଠିଛି। ଏହି ରିପୋର୍ଟରେ ଅଭିଯୁକ୍ତ ଅଧ୍ୟାପକଙ୍କ ବିରୋଧରେ ରିପୋଟ ହୋଇଥିବା ଜଣାଯାଇଛି। ସୌମ୍ୟାଶ୍ରୀଙ୍କ ଅଭିଯାଗ ପରେ ଆଇସିସି ସଦସ୍ୟ/ସଦସ୍ୟା ୬୦ ଜଣ ଛାତ୍ରଛାତ୍ରୀଙ୍କ ମତାମତ ସଂଗ୍ରହ ପୂର୍ବକ ଗତ ୧୧ ତାରିଖରେ ଅଧ୍ୟକ୍ଷଙ୍କୁ ରିପୋର୍ଟ ପ୍ରଦାନ କରିଥିଲା। ଏହି ପିଲାମାନଙ୍କୁ ତାଙ୍କ ସପକ୍ଷେର କହିବାକୁ ସମୀର କୁଆେଡ ପୂର୍ବରୁ ଯୋଜନା କରିଥିଲେ। ଏସବୁ ବି ଅଧ୍ୟକ୍ଷଙ୍କ ଜାଣତେର ହୋଇଥିବା ଆଲୋଚନା ହେଉଛି। ରିପୋର୍ଟର ନକଲ ୧୨ ତାରିଖ ଦୁର୍ଘଟଣା ଦିନ ସାଂସଦ
ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଅଧ୍ୟକ୍ଷଙ୍କଠାରୁ ନେଇଥିଲେ। ରିପୋର୍ଟରେ ଅଭିଯୁକ୍ତ ଅଧ୍ୟାପକ ସମୀର ସାହୁଙ୍କୁ କ୍ଲିନ୍ ଚିଟ ଦିଆଯାଇଥିଲା। ତାହାକୁ ନେଇ ସାଂସଦ ଶ୍ରୀ ଷଡ଼ଙ୍ଗୀ କ୍ଷୋଭ ପ୍ରକାଶ ସହ ରିପୋର୍ଟରେ ସମୀର ଚାଳିଶା ଗାନ କରାଯାଇଛି ବୋଲି ତାଚ୍ଛଲ୍ୟ କରି କହିଥିଲେ। ସାଂସଦଙ୍କ ଅସନ୍ତୋଷ ପରେ ସମୀରଙ୍କୁୂ ସ୍ଥାନାନ୍ତର ପାଇଁ କମିଟି ସଦସ୍ୟମାନେ ଅଧ୍ୟକ୍ଷଙ୍କୁ ସୁପାରିସ କରିଥିଲେ। ଏହି ସୁପାରିସ ପତ୍ରର ନକଲ ଏବେ ସାମାଜିକ ଗଣ ମାଧ୍ୟମରେ ବୁଲୁଥିବା କୁହାଯାଉଛି। ଏଥିରୁ ‘ଆଇସିସି’ର ସ୍ବଚ୍ଛ ତଦନ୍ତକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହି କମିଟିକୁ ଭାଙ୍ଗିବା ସହ ସଦସ୍ୟମାନଙ୍କ ବିରୋଧରେ ମାମଲା ରୁଜୁ ପାଇଁ ବିଭିନ୍ନ ମହଲରେ ଦାବି ହୋଇଛି।
ସମୀରଙ୍କ ସପକ୍ଷରେ ଆଇସିସି ଦେଇଥିଲା ରିପୋର୍ଟ
Popular Categories



