www.samajalive.in
Thursday, December 11, 2025
23.1 C
Bhubaneswar

କଣ୍ଟାବାଞ୍ଜିରେ ୧୨ ଘଣ୍ଟିଆ ବନ୍ଦ ଶାନ୍ତିପୂର୍ଣ

କଣ୍ଟାବାଞ୍ଜି: ବାଲେଶ୍ୱର ଫକୀରମୋହନ ସ୍ୱାୟଂଶାସିତ ମହାବିଦ୍ୟାଳୟର ଛାତ୍ରୀ ସୌମ୍ୟଶ୍ରୀ ବିଶିଙ୍କ ମୃତ୍ୟୁ ଘଟଣାରେ ସରକାରୀ ଉଦାସୀନତା ପ୍ରତିବାଦରେ ପ୍ରଦେଶ କଂଗ୍ରେସ କମିଟି ସହ ଅନ୍ୟ ୮ଟି ଦଳ ଜୁଲାଇ ୧୭ ତାରିଖ ଦିନ ୧୨ ଘଣ୍ଟିଆ ଓଡିଶା ବନ୍ଦ ଡାକରା ପରିପ୍ରେକ୍ଷୀରେ ଆଜି ବନ୍ଦ ଶାନ୍ତିପୂର୍ଣ ରହିଥିଲା। କଂଗ୍ରେସ ଓ ସିପିଆଇ କର୍ମୀ ମାନେ ପିକେଟିଙ୍ଗ କରିବା ସହ ବାଇକ ରାଲି କରି ସ୍ଥାନୀୟ ଇନ୍ଦିରା ଛକ ନିକଟରେ ରାସ୍ତା ଅବରୋଧ କରି ପ୍ରତିବାଦ କରିଥିବା ଦେଖାଯାଇଥିଲା। ପ୍ରଦେଶ କଂଗ୍ରେସ କମିଟି ଉପ ସଭାପତି ତଥା ପୂର୍ବତନ ବିଧାୟକ ସନ୍ତୋଷ ସିଂ ସାଲୁଜା ସୌମ୍ୟଶ୍ରୀ ପରିବାରକୁ ଉଚିତ ନ୍ୟାୟ ପ୍ରଦାନ ସହ ସରକାର ନୈତିକତା ଦୃଷ୍ଟିରୁ ଉଚ୍ଚ ନ୍ୟାୟଳୟର ଜଣେ କାର୍ଯ୍ୟରତ ବିଚାରପତିଙ୍କ ଦ୍ୱାରା ନାୟିକ ଯାଞ୍ଚ ପାଇଁ ଦାବି କରିଛନ୍ତି।

ସରକାର ଘୋଷଣା କରିଥିବା କ୍ରାଇମ ବ୍ରାଞ୍ଚ ତଦନ୍ତରେ ସୌମ୍ୟଶ୍ରୀ ପରିବାରକୁ ନ୍ୟାୟ ମିଳିବ ନାହିଁ ବୋଲି କଂଗ୍ରେସ କହିଥିବା ବେଳେ, ସିପିଆଇ ପକ୍ଷରୁ କଣ୍ଟାବାଞ୍ଜି ଶାଖା ସମ୍ପାଦକ କମଳ ଲୋଚନ ଭୋଇ ନ୍ୟାୟିକ ତଦନ୍ତ ସହ ରାଜ୍ୟ ମୁଖ୍ୟମନ୍ତ୍ରୀ, ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ତୁରନ୍ତ ଇସ୍ତଫା ଦାବି କରିଥିଲେ। ଆଜି ବନ୍ଦ ସମୟରେ ସହରରେ ସମସ୍ତ ବ୍ୟବସାୟ ପ୍ରତିଷ୍ଠାନ, ଶିକ୍ଷାନୁଷ୍ଠାନ, ସରକାରୀ କାର୍ଯ୍ୟାଳୟ, ଦୋକାନ ବଜାର ହୋଟେଲ, ଯାନବାହାନ ଅଟୋ, ଟ୍ୟାକ୍ସି, ପେଟ୍ରୋଲ ପମ୍ପ ସମ୍ପୂର୍ଣ ବନ୍ଦ ଥିବା ବେଳେ, ସହରର ସମସ୍ତ ବ୍ୟାଙ୍କ, ଡାକଘର, କଲେଜ ବନ୍ଦ ରହିଥିଲା।

- Advertisement -

ସିଭିଲ କୋର୍ଟରେ ବିଚାରପତି ଓ କର୍ମଚାରୀ ୧୦ଟା ପୂର୍ବରୁ ପ୍ରବେଶ କରିସାରି ଥିବା ବେଳେ, କଂଗ୍ରେସ ଓ ସିପିଆଇ କର୍ମୀଙ୍କ ଅନୁରୋଧ କ୍ରମେ ସ୍ଥାନୀୟ ବାର ଓକିଲ ସଙ୍ଘ ବନ୍ଦକୁ ସମର୍ଥନ କରି କୋର୍ଟ କାର୍ଯ୍ୟରୁ ବିରତ ରହିଥିଲେ। ଆଜିର ବନ୍ଦକୁ ଜନସାଧାରଣ ସ୍ୱତ ପ୍ରବୃତ ଭାବେ ସମର୍ଥନ କରିଥିବା ଦେଖାଯାଇଥିଲା।

Hot this week

ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା: ସ୍ଥିତି ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା।...

ଦ୍ବିତୀୟ ଟି୨୦ ଆଜି; ୨-୦ ଲକ୍ଷ୍ୟରେ ଭାରତ

ନ୍ୟୁ ଚଣ୍ଡିଗଡ଼ : ନ୍ୟୁ ଚଣ୍ଡିଗଡ଼ ବା ମୁଲାନ୍‌ପୁର ଷ୍ଟାଡିୟମ୍‌ରେ କୌଣସି...

ରେଳ ଚଳାଚଳ ମାର୍ଗରେ ପୁନଃସଂଶୋଧନ

ଭୁବନେଶ୍ୱର : ଖୋର୍ଦ୍ଧା ରୋଡ ଡିଭିଜନ ଅନ୍ତର୍ଗତ ରାଜ ଆଠଗଡ଼ ଏବଂ...

ଗୃହରୁ ମିଳିଥିବା ୧୬,୫୦୦ ଟଙ୍କା ନେବାକୁ ହାତ ଟେକିଲେ ୧୨ ସଦସ୍ୟ

ପାକିସ୍ତାନ ନ୍ୟାସନାଲ ଆସେମ୍ବ୍ଲିରେ ଲଜ୍ଜାକର ଘଟଣା ଇସଲାମାବାଦ : ପାକିସ୍ତାନ ନ୍ୟାସନାଲ ଆସେମ୍ବ୍ଲିରେ...

ଦିଲ୍ଲୀ ବିସ୍ଫୋରଣ : ଆଉ ଜଣେ ଡାକ୍ତର ଗିରଫ

ନୂଆଦିଲ୍ଲୀ : ଦିଲ୍ଲୀ ଲାଲକିଲା ବିସ୍ଫୋରଣ ଘଟଣାରେ ଏନଆଇଏ ଜାମ୍ମୁ-କାଶ୍ମୀରର ବାରମୂଲାରୁ...

Related Articles

Popular Categories