ରେଙ୍ଗାଲିକ୍ୟାମ୍ପ: ଓଡ଼ିଶା କଂଗ୍ରେସର ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ପାଳନର ଡାକରାକୁ ପୂର୍ଣ୍ଣ ସମର୍ଥନ ଜଣାଇ ଅତାବିରାରେ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି।ସକାଳୁ ଉଠି କଂଗ୍ରେସକର୍ମୀମାନେ ଅତାବିରାର ସହର ଠାରୁ ଆରମ୍ଭ କରି ଗାଆଁ ପର୍ଯ୍ୟନ୍ତ ପ୍ରତ୍ୟେକ ଛକ ମାନଙ୍କରେ ପିକେଟିଂ କରିବା ସହ ଗୋଡ଼ଭଗା, ଅତାବିରା ଓ ରେଙ୍ଗାଲିକ୍ୟାମ୍ପରେ ଜାତୀୟ ରାଜପଥ ଅବରୋଧ କରିଥିଲେ। ଶାନ୍ତିପୂର୍ଣ୍ଣ ଭାବରେ ବନ୍ଦ ପାଳନ କରିବା ପାଇଁ ଜନସାଧାରଣଙ୍କୁ ବୁଝାଇଥିଲେ ।ରେଲୱେ ଷ୍ଟେସନ, ସମସ୍ତ ବ୍ୟାଙ୍କ୍, ସ୍କୁଲ୍, କଲେଜ, ଡାକବିଭାଗ, ଦୈନିକ ପରିବା ବଜାର ତଥା ସମସ୍ତ ଦୋକାନ ବଜାର ଆଜି ବନ୍ଦ ରହିଥିଲା। ବାଲେଶ୍ୱର ପୀଡିତାଙ୍କୁ ନ୍ୟାୟ ଦାବି ନେଇ କଂଗ୍ରେସ ପକ୍ଷରୁ ଆଜି ଜୋରଦାର ବିକ୍ଷୋଭ ପ୍ରଦର୍ଶନ ସହ ବନ୍ଦ ପାଳନ କରାଯାଇଥିଲା।
କଂଗ୍ରେସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ଶୋକ ସନ୍ତପ୍ତ ପରିବାରଙ୍କ ପ୍ରତି ସମବେଦନା ଜଣାଇଥିଲେ। ଅତାବିରା ବ୍ଲକ କଂଗ୍ରେସ କମିଟିର ସଭାପତି ଦୟାସାଗର ମେଣ୍ଡେଲି, ଏନ୍ ଏ ସି ସଭାପତି ଅବିନାଶ ପ୍ରଧାନ, ବ୍ଲକ କଂଗ୍ରେସ ପ୍ରାର୍ଥୀ ଅଭିଷେକ ସେଟ୍, ରଥ ମହାପାତ୍ର, ପ୍ରମୋଦ ମହାକୁର, ପ୍ରଦୀପ ପ୍ରଧାନ, କୈଳାଶ ବଘାର, ପୂର୍ବତନ ଏନ୍ ଏ ସି ଅଧ୍ୟକ୍ଷା ସୁନିତା ବାଗ, ରଞ୍ଜନ ପ୍ରଧାନ, ଶ୍ରିମନ୍ତ ବାରିକ୍, କେ ଶ୍ରୀନିବାସ, ପୂର୍ବତନ ରାଜ୍ୟ ଯୁଗ୍ମ ସମ୍ପାଦକ ତଥା ଆଇନଜୀବୀ ଉନି କ୍ରିଷ୍ଣା ନାୟାର ତଥା ଶତାଧିକ କଂଗ୍ରେସକର୍ମୀ ବନ୍ଦ ପାଳନରେ ସାମିଲ ହୋଇଥିଲେ।



