www.samajalive.in
Saturday, December 6, 2025
26.1 C
Bhubaneswar

ଲର୍ଡସରେ ଶତକ ହାସଲ କରିବା ମୋ ପାଇଁ ସ୍ବତନ୍ତ୍ର ମୁହୂର୍ତ୍ତ-ରାହୁଲ

ଲର୍ଡସ: ଭାରତ ଓ ଇଂଲଣ୍ଡ ମଧ୍ୟରେ ଲଡର୍ସରେ ଚାଲିଥିବା ତୃତୀୟ ଟେଷ୍ଟ ମ୍ୟାଚର ପ୍ରଥମ ଇନିଂସରେ ଭାରତୀୟ ଓପନର ଲୋକେଶ ରାହୁଲ ଶତକ ହାସଲ କରିଥିଲେ। ରାହୁଲ ୧୭୭ଟି ବଲରୁ ୧୩ଟି ଚୌକା ସହ ୧୦୦ରନ କରି ଆଉଟ୍‌ ହୋଇଥିଲେ। ଲଡର୍ସରେ ଶତକ ହାସଲ କରିବା ପରେ ରାହୁଲ ଖୁସି ବ୍ୟକ୍ତ କରିଛନ୍ତି। ଏହା ମୋ ପାଇଁ ସ୍ବତନ୍ତ୍ର ମୁହୂର୍ତ୍ତ ଥିଲା ବୋଲି ରାହୁଲ କହିଛନ୍ତି। ଇନିଂସରେ ମୁଁ ମୋ ଦାୟିତ୍ବକୁ ତୁଲାଇବା ନେଇ ପ୍ରଥମରୁ ଗୁରୁତ୍ବ ଦେଇଥିଲି। ଦଳକୁ ଭଲ ଆରମ୍ଭ ଦେବା ନେଇ ଖେଳିଥିଲି। ପ୍ରଦର୍ଶନକୁ ନେଇ ମୁଁ ସମ୍ପୂର୍ଣ୍ଣ ଖୁସି ବୋଲି ରାହୁଲ କହିଛନ୍ତି। ଲଡର୍ସରେ ପୂର୍ବରୁ ଖେଳିବାର ଅଭିଜ୍ଞତା ରହିଥିଲା। ଉକ୍ତ ଗ୍ରାଉଣ୍ଡରେ ଏହା ମୋର ଦ୍ବିତୀୟ ଟେଷ୍ଟ ଶତକ । ପୂର୍ବରୁ ୨୦୨୧ରେ ଇଂଲଣ୍ଡ ଗସ୍ତ ସମୟରେ ଲଡର୍ସ ଟେଷ୍ଟରେ ଶତକ ହାସଲ କରିଥିଲି। ଉକ୍ତ ଗ୍ରାଉଣ୍ଡରେ ଶତକ ହାସଲ କରିବା ସବୁଠାରୁ ସ୍ବତନ୍ତ୍ର ବୋଲି ରାହୁଲ କହିଛନ୍ତି। ଚତୁର୍ଥ ୱିକେଟରେ ଋଷଭ ପନ୍ତଙ୍କ ସହ ରାହୁଲ ୧୪୧ରନ ଭାଗିଦାରୀ କରିଥିଲେ। ଫଳରେ ଭାରତ ପ୍ରଥମ ଇନିଂସରେ ୩୮୭ରନ କରିବାରେ ସଫଳ ହୋଇଥିଲା। ରାହୁଲ ଚଳିତ ଟେଷ୍ଟ ଶୃଙ୍ଖଳାରେ ୩ଟି ମ୍ୟାଚରୁ ୫ଟି ଇନିଂସରୁ ଦୁଇଟି ଶତକ ଓ ଗୋଟିଏ ଅର୍ଦ୍ଧଶତକ ସହ ୩୩୬ରନ କରିଛନ୍ତି।

Hot this week

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

Related Articles

Popular Categories