www.samajalive.in
Saturday, December 6, 2025
26.1 C
Bhubaneswar

ମୁରବୀ ଶୂନ୍ୟ ଉଦୟପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର

ପାଟଣା : ଦେଢ଼ ମାସରୁ ଅଧିକ ସମୟ ହେବ ସରକାର ସାହାରପଡ଼ା ବ୍ଲକ ଅନ୍ତର୍ଗତ ଉଦୟପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ମୁଖ୍ୟ ଡାକ୍ତର ଶ୍ୟାମ ସୁନ୍ଦର ଟୁଡୁଙ୍କୁ ଅନ୍ୟତ୍ର ବଦଳି କରାଯାଇଛି । ତାଙ୍କ ସ୍ଥାନରେ ଅନ୍ୟ କୌଣସି ଡାକ୍ତରଙ୍କୁ ଦିଆ ଯାଇନାହିଁ କିମ୍ବା କ୍ଷମତା ମଧ୍ୟ କାହାରିକୁ ଦିଆଯାଇନାହିଁ । ଫଳରେ ନାହିଁ ନ ଥିବା ଅସୁବିଧାର ସମୁଖୀନ ହେଉଛନ୍ତି କର୍ମଚାରୀ।  ଏପର୍ଯ୍ୟନ୍ତ କାହାରିକୁ ଦରମା ମିଳି ନାହିଁ ଏପରିକି ସ୍ୱାସ୍ଥ୍ୟ କେନ୍ଦ୍ରର ଦୈନନ୍ଦିନର ଖର୍ଚ୍ଚ ମଧ୍ୟ ହୋଇପାରୁ ନାହିଁ । ଏପଟେ ଉକ୍ତ ସ୍ୱାସ୍ଥ୍ୟ କେନ୍ଦ୍ରଟି ବହୁ ଅବହେଳିତ ହୋଇ ରହିଛି । ଦୀର୍ଘ ଦିନ ଧରି ଏଠାରେ ଡାକ୍ତର ନ ଥିଲେ, ଏବେ ୪ ଜଣ ଡାକ୍ତର ନିଯୁକ୍ତି ପାଇଥିଲେ ମଧ୍ୟ ସେମାନଙ୍କ ପାଇଁ କ୍ୱାଟର ନଥିବାରୁ ସେମାନେ କେନ୍ଦୁଝରରେ ରହି ଯିବା ଆସିବା କରୁଛନ୍ତି । ଗୋଟିଏ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭେଷଜ ଏବଂ ସ୍ତ୍ରୀ ଓ ପ୍ରସୂତି ବିଭାଗର ଜଣେ ଲେଖାଏଁ ବିଶେଷଜ୍ଞ ଡାକ୍ତର ରହିବାର ନିୟମ ଥିଲେ ମଧ୍ୟ ଉକ୍ତ ଡାକ୍ତରଖାନାକୁ ଜୀବନରେ କେବେ କୌଣସି ସରକାର ବିଶେଷଜ୍ଞ ଡାକ୍ତର ଦେଇ ନାହାନ୍ତି । ସିଡିଏମଓ ଡାକ୍ତର ବି ବି ମିଶ୍ରଙ୍କୁ ପଚରା ଯିବାରେ ସରକାର ଡାକ୍ତର ନ ଦେଲେ ସେ କ’ଣ କରିବେ ବୋଲି ଓଲଟା ପ୍ରଶ୍ନ କରିଛନ୍ତି ।

Hot this week

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

Related Articles

Popular Categories