www.samajalive.in
Sunday, December 14, 2025
14.1 C
Bhubaneswar

ପାନ୍‌ଗୋଙ୍ଗ୍‌ ହ୍ରଦରେ ସୁପର ବାଇକ୍‌ ଷ୍ଟଣ୍ଟ୍‌: ୟୁଟ୍ୟୁବରଙ୍କ ବିରୋଧରେ ମାମଲା

ନୂଆଦିଲ୍ଲୀ: ଲଦାଖର ପାନ୍‌ଗୋଙ୍ଗ୍‌ ହ୍ରଦରେ ଜଣେ ଯୁବକ ବାଇକ୍‌ ଯୋଗେ ଷ୍ଟଣ୍ଟ୍‌ (ଦୁଃସାହସିକ କଳା କୌଶଳ) ପ୍ରଦର୍ଶନ କରିଥିବାରୁ ତାଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ଅଲ୍ଲୀ ଆଲୟାନ୍‌ ଇକ୍‌ବାଲ ନାମକ ଏହି ଯୁବକ ଜଣେ ୟୁଟ୍ୟୁବର ହୋଇଥିବାବେଳେ ଏହି ଷ୍ଟଣ୍ଟ୍‌ର ଏକାଧିକ ଫଟୋ ଓ ଭିଡିଓ ନିଜର ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ଅପ୍‌ଲୋଡ କରିବାପରେ ଏହା ଲୋକଲୋଚନକୁ ଆସିଥିଲା। ଲଦାଖ ପୁଲିସ ଭାରତୀୟ ନ୍ୟାୟ ସଂହିତାର ବିଭିନ୍ନ ଧାରା ଅନୁଯାୟୀ ଇକ୍‌ବାଲଙ୍କ ବିରୋଧରେ ମାମଲା ରୁଜୁ କରିଛି। ପରିବେଶ ଦୃଷ୍ଟିକୋଣରୁ ପାନ୍‌ଗୋଙ୍ଗ୍‌ ଓ ନୁବ୍ରା ବାଲୁକା ଉପତ୍ୟକାକୁ ନିଷିଦ୍ଧ ଅଞ୍ଚଳ ଘୋଷଣା କରାଯାଇଛି। ତେବେ ଇକ୍‌ବାଲ ସୁଜୁକି ହାୟାବୁସା ଓ କାୱାସାକି ନିନ୍‌ଝା ସୁପର ବାଇକ୍‌ ସାହଯ୍ୟରେ ଏହି ଷ୍ଟଣ୍ଟ୍‌ ପ୍ରଦର୍ଶନ କରିଥିଲେ। ସୂଚନାଯୋଗ୍ୟ ଇକ୍‌ବାଲଙ୍କର ୟୁଟ୍ୟୁବ୍‌ରେ ୨୭.୪୦ ଲକ୍ଷ ଏବଂ ଇନ୍‌ଷ୍ଟାଗ୍ରାମରେ ୪.୨୮ ଲକ୍ଷ ଅନୁଗାମୀ ରହିଛନ୍ତି।

Hot this week

ଦିଲ୍ଲୀରେ ରାଜ୍ୟ କଂଗ୍ରେସର ତୁଙ୍ଗନେତା

ମୋକିମଙ୍କ ଚିଠି ଉପରେ ଆସନ୍ତା ସପ୍ତାହରେ ପଦକ୍ଷେପ ଭୁବନେଶ୍ବର : ରାହୁଲଙ୍କ ଡାକରାରେ...

ସାମ୍ସ ପୋର୍ଟାଲରେ ଅପ୍‌ଡେଟ୍ ହେଉନି ଉପସ୍ଥାନ

ଖିଲାପୀ ତାଲିକାରେ ୨ ହଜାରରୁ ଊର୍ଦ୍ଧ୍ବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଭୁବନେଶ୍ବର :...

ଅଧିନାୟକ-ଉପଅଧିନାୟକଙ୍କ ଖରାପ ପ୍ରଦର୍ଶନ; ୧୫ ଇନିଂସରେ ୫୦ଛୁଇଁ ନାହାଁନ୍ତି

ସମାଜ ଡିଜିଟାଲ ଡେସ୍କ: ଭାରତୀୟ ଟି-୨୦ ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବ...

ମହାନଦୀ ପ୍ରସଙ୍ଗରେ ରାଜନୀତି ସରଗରମ

୨୨ରେ ଉଚ୍ଚସ୍ତରୀୟ କମିଟିର ପ୍ରଥମ ବୈଠକ ରାଜ୍ୟ ସରକାର ଆଭିମୁଖ୍ୟ ସ୍ପଷ୍ଟ...

ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ବଙ୍ଗଳା ନେବା ଅଭିଯୋଗ ଉଠାଇଲା ବିଜେଡି

ଭୁବନେଶ୍ବର : ସ୍ବତନ୍ତ୍ର ଓଡ଼ିଶା ଗଠନ ହେବା ପରଠାରୁ ମୋହନ ଚରଣ...

Related Articles

Popular Categories