ନୂଆଦିଲ୍ଲୀ : ସୋସିଆଲ ମିଡିଆରେ ସାପର ଏପରି ଅନେକ ଭିଡିଓ ସାମ୍ନାକୁ ଆସିଥାଏ, ଯାହା ଖୁବ୍ ଭୟଭୀତ କରିବା ସହ ସଭିଁଙ୍କ ଧ୍ୟାନକୁ ମଧ୍ୟ ଆକର୍ଷିତ କରିଥାଏ । ଅନେକ ବିଷଧର ଓ ବିଶାଳ, ଭୟଙ୍କର ସାପ ମଧ୍ୟରେ ଅହିରାଜ ଗୋଟିଏ । ଅହିରାଜ ସାପର ଏପରି ଅନେକ ଭିଡିଓ ଦ୍ରୁତ ଗତିରେ ଭାଇରାଲ୍ ହୋଇଥାଏ । ନିକଟରେ ଏଭଳି ଏକ ଭିଡିଓ ଭାଇରାଲ୍ ହୋଇଛି, ଯାହାକୁ ଦେଖିଲେ ସହଜରେ ବିଶ୍ୱାସ କରି ହେବ ନାହିଁ । ଭିଡିଓଟି ଖୁବ୍ ଭୟଙ୍କର ମଧ୍ୟ ଅନୁଭବ ହେଉଛି ।
If you ever wondered about the real size of King cobra. Do you know where it is found in India. And what to do when you see one !! pic.twitter.com/UBSaeP1cgO
— Parveen Kaswan, IFS (@ParveenKaswan) July 8, 2025
ଅହିରାଜ ସାପର ଏହି ଭିଡିଓକୁ ଭାରତୀୟ ବନ ସେବା ଅଧିକାରୀ ପରବୀନ କାସବାନ ଏକ୍ସରେ ଶେୟାର କରିଛନ୍ତି । ଭିଡିଓରେ ଦେଖିପାରିବେ, ଜଣେ ଯୁବକ ଖାଲି ହାତରେ ଏକ ବିଶାଳକାୟ ଅହିରାଜ ସାପକୁ ଧରିଛନ୍ତି । ଯାହାକୁ ଦେଖିଲେ ଯେ କେହି ମଧ୍ୟ ଭୟଭୀତ ହୋଇଯିବେ । ୧୧ ସେକେଣ୍ଡର ଏହି ଭିଡିଓ କ୍ଲିପ୍କୁ ଲକ୍ଷ ଲକ୍ଷ ଲୋକେ ଦେଖିସାରିଲେଣି । ଭିଡିଓଟି କେଉଁ ସ୍ଥାନର ତାହା ଜଣାପଡି ନାହିଁ । ଭିଡିଓ ଦେଖି ଲୋକେ ନିଜର ଭିନ୍ନ ଭିନ୍ନ ମତ ଦେଇଛନ୍ତି ।



