www.samajalive.in
Monday, December 8, 2025
13.1 C
Bhubaneswar

ଫୁଲବାଣୀ ବନଖଣ୍ଡ ପକ୍ଷରୁ ଅଶୋକ ପରିଡ଼ାଙ୍କୁ ପ୍ରକୃତି ବନ୍ଧୁ ସମ୍ମାନ

ଫୁଲବାଣୀ: କନ୍ଧମାଳ ଜିଲାସ୍ତରୀୟ ୭୬ତମ ବନ ମହୋତ୍ସବ ଉପଲକ୍ଷେ ଫୁଲବାଣୀ ବନଖଣ୍ଡ ସମ୍ମିଳନୀ କକ୍ଷରେ ଫୁଲବାଣୀ ବନଖଣ୍ଡ ଅଧିକାରୀ ପ୍ରତାପ କୋଟପାଲୀଙ୍କ ଅଧ୍ୟକ୍ଷତାରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ଏହି ଆଲୋଚନା ଚକ୍ରରେ ଜଙ୍ଗଲ ସୁରକ୍ଷା, ବୃକ୍ଷରୋପଣ, ବୃକ୍ଷକୁ ବଞ୍ଚାଇବା, ପରିବେଶ ସୁରକ୍ଷା, ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷା କରିବା, ଜୈବ ବିବିଧତା ରକ୍ଷା କରିବା, ଜଳ ପରିଚାଳନା, ଉତ୍ତାପ ବୃଦ୍ଧି, ମୃତ୍ତିକା ସଂରକ୍ଷଣ, ଜଳର ପୁନଃଭରଣ ଇତ୍ୟାଦି ଉପରେ ଆଲୋଚନା ହୋଇଥିଲା। ଏହି ଅବସରରେ କନ୍ଧମାଳ ଜିଲାର ସାମାଜିକ କର୍ମୀ ପରିବେଶ ପ୍ରେମୀ ଅଶୋକ ପରିଡାଙ୍କୁ ଅତିଥିମାନେ ପ୍ରକୃତି ବନ୍ଧୁ ସମ୍ମାନରେ ସମ୍ବର୍ଦ୍ଧିତ କରିଥିଲେ।

ଏହି ଆଲୋଚନାରେ ବୌଦ୍ଧ ଜଙ୍ଗଲ ବିଭାଗ କର୍ପୋରେସନର ସାଧାରଣ ପରିଚାଳକ ପ୍ରଭାକର ନାୟକ, ଜି ଉଦୟଗିରି ଫରେଷ୍ଟ ତାଲିମ କଲେଜର ଅଧ୍ୟକ୍ଷ ଦିବାକର ବେହେରା, ବାଲିଗୁଡା ଏସିଏଫ ସୂର୍ଯ୍ୟକାନ୍ତ ବେହେରା, ଜି ଉଦୟଗିରି ଏସିଏଫ କାଜଲ ନାୟକ, ପାହାଡର ନିର୍ଦ୍ଦେଶକ ପଞ୍ଚାନନ ମିଶ୍ର ପ୍ରମୁଖ ଯୋଗଦେଇ ବନ ମହୋତ୍ସବ ଓ ଜଙ୍ଗଲ ସୁରକ୍ଷା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ଏହି ଅବସରରେ ବାଲିଗୁଡା କଲେଜର ଅଧ୍ୟାପକ ବିଭୁତି ଭୂଷଣ ଆଚାର୍ଯ୍ୟଙ୍କ ସମେତ ବିଭିନ୍ନ ବ୍ଲକର ଆଠ ଜଣଙ୍କୁ ପ୍ରକୃତି ବନ୍ଧୁ ଓ ସୁଡ୍ରୁକୁମ୍ପା ନୂଆସାହି ବନ ସଂରକ୍ଷଣ ସମିତିକୁ ବିଜୁ ପଟନାୟକ ବନ ପୁରସ୍କାର ପ୍ରଦାନ କରାଯାଇଥିଲା। ଫୁଲବାଣୀ ବନଖଣ୍ଡର ସମସ୍ତ ବନପାଳ ଓ ଫରେଷ୍ଟରମାନେ ଯୋଗଦାନ କରିଥିବାବେଳେ ଫୁଲବାଣୀ ଏସିଏଫ ଶ୍ୱେତଲିନା ସାହୁ ସଂଯୋଜନା କରିଥିଲେ। ୭୬ତମ ବନ ମହୋତ୍ସବ ପାଳନ ଅବସରରେ ସକାଳୁ କେନ୍ଦ୍ରୀୟ ବିଦ୍ୟାଳୟ ପାର୍କ ନିକଟରେ ବୃକ୍ଷ ରୋପଣ କରାଯାଇଥିଲା।

Hot this week

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

Related Articles

Popular Categories