www.samajalive.in
Saturday, December 6, 2025
26.1 C
Bhubaneswar

ଜିଓର ଗ୍ରାହକ ସେବା, ୪୮ ଘଣ୍ଟାରୁ ଅଧିକ ଫାଇବର ଇଣ୍ଟରନେଟ ବନ୍ଦ

ଡେସ୍କ: ଜିଓ ପକ୍ଷରୁ ଗ୍ରହକମାନଙ୍କୁ ଯୋଗାଇ ଦିଆଯାଉଥିବା ସେବା ନେଇ ପ୍ରଶ୍ନ ଉଠିଛି। ସମ୍ପ୍ରତି କଟକ ଯୋବ୍ରା ଅଞ୍ଚଳରେ ଗତ ୫ ତାରିଖ ଅପରାହ୍ନ ୨ଟା ଠାରୁ ଫାଇବର ଇଣ୍ଟରନେଟ ସଂଯୋଗ ନ ଥିବାରୁ ଉପଭୋକ୍ତାମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖିନ୍ନ ହେଉଛନ୍ତି। ସୂଚନା ଅନୁଯାୟୀ ସମ୍ପୃକ୍ତ ଅଞ୍ଚଳରେ ବାହୁଡା ଯାତ୍ରା ପାଇଁ ଜିଓ କର୍ମଚାରୀମାନେ ଚଳିତ ଜୁଲାଇ ମାସ ୫ ତାରିଖ ଅପରାହ୍ନ ୨ଟା ବେଳେ ଇଣ୍ଟରନେଟ ସଂଯୋଗ କାଟିଥିଲେ କିନ୍ତୁ ସନ୍ଧ୍ୟା ୫ଟା ସୁଦ୍ଧା ରଥ ପହଞ୍ଚି ଥିଲେ ମଧ୍ୟ ତାହା ପୁନଃ ସଂଯୋଗ କରାଯାଇ ନାହିଁ।

ଏ ସମ୍ବନ୍ଧରେ ଗ୍ରାହକ ସେବା କେନ୍ଦ୍ରକୁ ଉପଭୋକ୍ତମାନେ ବାରମ୍ବାର ଜଣାଇଥିଲେ ମଧ୍ୟ ସେମାନେ ଆସନ୍ତା ୨ଦିନ/୪ଦିନ ମଧ୍ୟରେ ଠିକ ହୋଇଯିବ ବୋଲି ଉତ୍ତର ଦେଉଛନ୍ତି। ଅନ୍ୟପକ୍ଷରେ କଟକ ଜିଲ୍ଲା ପାଇଁ ନିଯୁକ୍ତ ମାନବ ସମ୍ବଳ ଅଧିକାରୀ ଫୋନ ଉଠାଉ ନାହାନ୍ତି। ଉପରିସ୍ଥ ଅଧିକାରୀମାନଙ୍କୁ ଇମେଲ ମାଧ୍ୟମରେ ଅଭିଯୋଗ କଲେ କେବଳ ସ୍ବୟମକ୍ରିୟ ଉତ୍ତର ମିଳୁଛି କିନ୍ତୁ ସମସ୍ୟାର ସମାଧାନ ହେଉନାହିଁ। ଏଭଳି କ୍ଷେତ୍ରରେ ସମ୍ପୃକ୍ତ ଉପଭୋକ୍ତମାନେ ଅନ୍ୟ ନେଟୱର୍କର ସେବା ଆପଣେଇବା ପାଇଁ ଚିନ୍ତା କରୁଥିବା କହିଛନ୍ତି।

Hot this week

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

Related Articles

Popular Categories