www.samajalive.in
Monday, December 8, 2025
13.1 C
Bhubaneswar

ଆଖଣ୍ଡଳମଣିଙ୍କ ଶ୍ରାବଣୀଯାତ୍ରା ପ୍ରସ୍ତୁତି, ପୀଠ ଚାରିଆଡେ କୁଢକୁଢ ଅଳିଆ

ଆରଡି: ଆଉମାତ୍ର ୭ ଦିନ ପରେ ଅର୍ଥାତ ଆସନ୍ତା୧୪ରୁ ବାବା ଆଖଣ୍ଡଳମଣିଙ୍କ ପୀଠରେ ଆରମ୍ଭ ହେବ ଶ୍ରାବଣୀଯାତ୍ରା। ଏହି ଅବସରରେ ମଣିବାବାଙ୍କୁ ଜଳାଭିଷେକ କରିବା ପାଇଁ ଲକ୍ଷାଧିକ ବୋଲବମ ଭକ୍ତ ଜଳଭାର ଧରି ଖାଲି ପାଦରେ ଚାଲିଚାଲି ଆସିବେ। ବୋଲବମ ଭକ୍ତଙ୍କ ଭିଡକୁ ଦୃଷ୍ଟିରେ ରଖି ଯାତାୟତ ଠାରୁ ଆରମ୍ଭ କରି ପୀଠରେ ପରିମଳ, ପାନୀୟଜଳ, ସ୍ୱାସ୍ଥ୍ୟ ଆଦି ଯୋଗାଇ ଦେବାକୁ ଗତମାସ ୨୬ରେ ଭଦ୍ରକ ଜିଲାପାଳ ଦିଲିପ ରାଉତରାୟଙ୍କ ଅଧ୍ୟକ୍ଷତାରେ ଜିଲାସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ପୀଠକୁ ସଂଯୋଗ କରୁଥିବା ସମସ୍ତ ରାସ୍ତାର ମରାମତି ସହ ପରିମଳ ବ୍ୟବସ୍ଥା, ପାନୀୟଜଳ ଯୋଗାଣ, ୨୪ ଘଣ୍ଟିଆ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାକୁ ଜିଲାପାଳ ବିଭାଗୀୟ ଅଧିକାରୀଙ୍କ ସହ ଏକାକି ଭାବେ କଥା ହୋଇଥିଲେ। ଏପରିକି ଶ୍ରାବଣୀଯାତ୍ରା ୭ ଦିନ ପୂର୍ବରୁ ମରାମତି ପାଇଁ ଆଲୋଚନା ହୋଇଥିଲା।

ଭଦ୍ରକ-ଆଖଣ୍ଡଳମଣି ମୁଖ୍ୟ ରାସ୍ତା ଧୁଷୁରୀ ଠାରୁ ଓଳଗମଠ ଯାଏଁ ଦୀର୍ଘ ୧୫କିମି ରାସ୍ତା ଏବେବି ଖାଲଖମା ଅବସ୍ଥାରେ ପଡି ରହିଥିଲେ ମଧ୍ୟ ହାତେ ରାସ୍ତାର ମରାମତି  କରାଯାଇନାହିଁ। ସେହିପରି ଧାନଖଣିଆ-ଆରଡି ରାସ୍ତା, କୁଳେଇପଦା-ଆରଡି ଭାୟା ନାନ୍ଦପୁର ରାସ୍ତା ସହ ସାହିରାସ୍ତାରେ ବଡ ବଡ ଖାଲ ସୃଷ୍ଟି ହୋଇ ବର୍ଷାପାଣି ଜମି ରହୁଥିବାରୁ ଛୋଟବଡ ଦୂର୍ଘଟଣା ଘଟୁଛି। ଏହି ରାସ୍ତାର ମରାମତି ପାଇଁ ବୈଠକରେ ଗୁରୁତ୍ବର ଭାବେ ଆଲୋଚନା କରାଯାଇଥିଲା। ଏହାର ମରାମତି ପାଇଁ ବିଭାଗୀୟ ଅଧିକାରୀଙ୍କୁ ଜିଲାପାଳ ପରାମର୍ଶ ଦେଇଥିଲେ ମଧ୍ୟ ତାହା ଆଜି ପର୍ଯ୍ୟନ୍ତ ମରାମତି ହୋଇ ପାରିନାହିଁ। ମୁଖ୍ୟ ପ୍ରବେଶପଥ ଠାରୁ ଆରମ୍ଭ କରି ଡିଅସାହି ରାସ୍ତା, ମୁଖ୍ୟ ବଜାର, ଶିବଗଙ୍ଗା ପୁଷ୍କରିଣୀ ଚତୁଃପାର୍ଶ୍ବରେ କୁଢକୁଢ ଅଳିଆ ଆବର୍ଜନା ପଡିରହିଥିଲେ ମଧ୍ୟ ସଫା ହୋଇପାରିଲା ନାହିଁ। ସେହିପରି ଶ୍ରାବଣୀଯାତ୍ରା ଆରମ୍ଭରୁ ଶେଷ ଯାଏଁ ପ୍ରତି ରବିବାର ଓ ସୋମବାର ୨୪ ଘଣ୍ଟିଆ ପାନୀୟଜଳ ଯୋଗାଣ ସହ ଭଦ୍ରକ ଠାରୁ ଆରଡି ପର୍ଯ୍ୟନ୍ତ ଥିବା ସମସ୍ତ ସ୍ୱାସ୍ଥ୍ୟକେନ୍ଦ୍ରକୁ ରବିବାର ଓ ସୋମବାର ୨୪ ଘଣ୍ଟିଆ ଖୋଲା ରଖାଯିବ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories