www.samajalive.in
Friday, December 5, 2025
27.1 C
Bhubaneswar

ଆଜି ରଥାରୂଢ ମହାପ୍ରଭୁଙ୍କ ଅଧରପଣା ନୀତି

ସମାଜ ଡିଜିଟାଲ ଡେସ୍କ: ତିନି ରଥ ଉପରେ ସୋମବାର ମହାପ୍ରଭୁ ଶ୍ରୀ ବଳଭଦ୍ର, ଶ୍ରୀଜଗନ୍ନାଥ, ଦେବୀ ସୁଭଦ୍ରାଙ୍କୁ ଅଧରପଣା ଭୋଗ କରାଯିବ । ମଧ୍ୟାହ୍ନ ଧୂପ ଶେଷ ହେବା ପରେ ସ୍ୱତନ୍ତ୍ର ଶୈଳୀରେ ପ୍ରସ୍ତୁତ ପ୍ରଭୁଙ୍କ ଅଧର ଉଚ୍ଚ ପର୍ଯ୍ୟନ୍ତ ମାଟି ହାଣ୍ଡି ରଖାଯିବ । ସିଂହଦ୍ୱାର ସମ୍ମୁଖରେ ଥିବା କୂଅରୁ ପାଣି ଅଣାଯିବ । ପାଣି ଆଣିବା ବେଳେ ସମ୍ପୂକ୍ତ ସେବକ ମୁହଁରେ ତୁଣ୍ଡି ବାନ୍ଧିବେ । ସେଥିରେ କ୍ଷୀର, ସର, ଛେନା, କଦଳୀ, ଗୋଲମରିଚା,କର୍ପୁର, ଜାଇଫଳ ପକାଇ ମହାସୁଆର ସେବକ ପଣା ପ୍ରସ୍ତୁତ କରିବେ । ପଣାହାଣ୍ଡି ଉପରେ ଧଳା କରିଆ ଜାଲିକନା ପଢାଯିବ । ପତ୍ରିବଡୁ, ସୁଆବଡୁ ଓ ଗରାବଡୁ ସେବକ ତିନି ରଥରେ ପୂଜା ପାଠ କରିବେ । ମହାପ୍ରଭୁଙ୍କ ଅଧରାମୃତ ପାନ କରିବେ ରଥ ପାଶ୍ୱର୍ ଦେବାଦେବୀ, ଚଣ୍ଡୀ ଚାମୁଣ୍ଡା । ଅପରାହ୍ନ ୪ଟା ୩୦ରୁ ଆରମ୍ଭ ହେବ ନୀତିକାନ୍ତି, ୮ଟା ୩୦ରେ ଶେଷ ହେବା । ଏହି ସମୟରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼କୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ମଧ୍ୟ ରାତ୍ର ୨ଟାରେ ପଡିବ ଶ୍ରୀଜୀଉଙ୍କ ରାତ୍ର ପହୁଡ, କାଲି ନୀଳାଦ୍ରି ବିଜେ ।

Hot this week

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

ଏଏନଏମ୍‌ ପ୍ରଶ୍ନ ପତ୍ର ଲିକ୍‌ ପରେ ପରୀକ୍ଷା ବାତିଲ

ମାଲକାନଗିରି: ମାଲକାନଗିରି ଜିଲାରେ ଏଏନଏମ୍‌ ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ହେବା...

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

ଜବତ ଗଞ୍ଜେଇ ହେରଫେର: ଥାନା ଅଧିକାରୀ ନିଲମ୍ବିତ

ସମାଜ ଡିଜିଟାଲ ଡେସ୍କ: ଜବତ ଗଞ୍ଜେଇ ହେରଫେର କରିଥିବା ଅଭିଯୋଗରେ କାର୍ଯ୍ୟରୁ...

ବିଶ୍ୱବିଦ୍ୟାଳୟରେ ଖାଲି ପଡିଛି ଏତିକି ପଦବୀ

ଭୁବନେଶ୍ୱର: ରାଜ୍ୟରେ ବିଶ୍ୱବିଦ୍ୟାଳୟ ଗୁଡିକରେ ଖାଲି ପଡିଛି ପ୍ରଧ୍ୟାପକ ପଦବୀ ।...

Related Articles

Popular Categories