www.samajalive.in
Sunday, December 7, 2025
13.1 C
Bhubaneswar

କିଏ ହେବେ ରାଜ୍ୟ ବିଜେପି ସଭାପତି? ଆଜି ନାମାଙ୍କନ, ୮ରେ ମତଦାନ

ଭୁବନେଶ୍ବର: ରାଜ୍ୟ ବିଜେପି ସଭାପତି କିଏ ହେବ ତାକୁ ନେଇ ଉତ୍କଣ୍ଠା ପ୍ରକାଶ ପାଇଛି। ୮ ତାରିଖରେ ରହିଛି ନିର୍ବାଚନ ଓ ଫଳାଫଳ ଘୋଷଣା। ମନମୋହନ ସାମଲ ପୁଣି ମଙ୍ଗ ଧରିବେ ନା ଆଉ କିଏ ନୂଆ ମଙ୍ଗୁଆଳ ହେବେ ତାକୁ ନେଇ ଚର୍ଚ୍ଚା ଜାରି ରହିଛି। ପ୍ରଥମ ଥର ପାଇଁ ରାଜ୍ୟରେ ଏକାକୀ ସରକାର ଗଢ଼ିବା ପରେ ଦଳର ସଭାପତି ନିର୍ବାଚନ ହେଉଥିବାରୁ ଏହି ପଦରେ କିଏ ବସିବେ, ତାହା ଉପ‌ରେ ସମସ୍ତଙ୍କ ନଜର ରହିଛି।

ସୂଚନା ଅନୁଯାୟୀ, ବିଜେପି ସାଂଗଠନିକ ନିର୍ବାଚନ ପର୍ବରେ ରାଜ୍ୟ ସଭାପତି ଓ ରାଷ୍ଟ୍ରୀୟ ପରିଷଦ ସଦସ୍ୟ ନିର୍ବାଚନ ନିମନ୍ତେ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ରାଜ୍ୟ ନିର୍ବାଚନ ଅଧିକାରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କ ଦସ୍ତଖତରେ ଜାରି ବିଜ୍ଞପ୍ତି ଅନୁସାରେ, ରାଷ୍ଟ୍ରୀୟ ନିର୍ବାଚନ ଅଧିକାରୀ ଡ. କେ. ଲକ୍ଷ୍ମଣଙ୍କ ନିର୍ଦେଶ ଅନୁଯାୟୀ କିଛି ଅନିବାର୍ଯ୍ୟ କାରଣବଶତଃ ସ୍ଥଗିତ ଥିବା ରାଜ୍ୟ ସଭାପତି ଓ ରାଷ୍ଟ୍ରୀୟ ପରିଷଦ ସଦସ୍ୟ ନିର୍ବାଚନ ପ୍ରକ୍ରିୟା ପୁନର୍ବାର ଅନୁଷ୍ଠିତ ହେବ ବୋଲି ଉଲ୍ଲେଖ କରାଯାଇଛି। ରବିବାର ପୂର୍ବାହ୍ଣ ୧୧ଟାରେ ଅନ୍ତରୀଣ ମତଦାତାଙ୍କ ସୂଚୀ ପ୍ରକାଶ ପାଇଥିଲା। ମଧ୍ୟାହ୍ନ ୧୨ଟାରୁ ୨ଟା ସୁଦ୍ଧା ଏହି ସୂଚୀ ଉପରେ ବିଭିନ୍ନ ଆପତ୍ତି ଅଭିଯୋଗର ଯାଞ୍ଚ ପରେ ଚୂଡ଼ାନ୍ତ ମତଦାତାଙ୍କ ତାଲିକା ପ୍ରକାଶ ପାଇଛି। ଜିଲା ସଭାପତି, ରାଜ୍ୟ ପରିଷଦ ସଦସ୍ୟ ଏବଂ ନିର୍ବାଚିତ ବିଧାୟକ ଓ ସାଂସଦଙ୍କ ମଧ୍ୟରୁ ୧୦ ପ୍ରତିଶତ ଭୋଟର ତାଲିକାରେ ସ୍ଥାନ ପାଇଥିବା ଜଣାପଡ଼ିଛି। ଏହି ମତଦାତାମାନେ ହିଁ ରାଜ୍ୟ ସଭାପତି ମନୋନୟନ କରିବେ ବୋଲି ରାଜ୍ୟ ସହ ନିର୍ବାଚନ ଅଧିକାରୀ ତଥା ରାଜ୍ୟ ସାଧାରଣ ସମ୍ପାଦକ ଡ. ଯତୀନ ମହାନ୍ତି ସୂଚନା ଦେଇଛନ୍ତି।

- Advertisement -

ଉପରୋକ୍ତ ନିର୍ବାଚନ ପାଇଁ ଆସନ୍ତାକାଲି (ସୋମବାର) ପୂର୍ବାହ୍ଣ ୧୧ଟାରୁ ଅପରାହ୍ଣ ୨ଟା ସୁଦ୍ଧା ନାମାଙ୍କନପତ୍ର ଦାଖଲ ହେବାର ଥିଲା। ମାତ୍ର ଅନିବାର୍ଯ୍ୟ କାରଣ ପାଇଁ ଏହି ସମୟରେ ପରିବର୍ତ୍ତନ କରାଯାଇଛି। ନାମାଙ୍କନ ପତ୍ର ଦାଖଲ ସୋମବାର ମଧ୍ୟାହ୍ନ ୧୨ଟା ୩୦ରୁ ଆରମ୍ଭ ହୋଇ ଅପରାହ୍ଣ ୩ଟା ୩୦ ପର୍ଯ୍ୟନ୍ତ ଚାଲିବ। ନାମାଙ୍କନ ସମ୍ପର୍କିତ ଆପତ୍ତି ଅଭିଯୋଗର ଯାଞ୍ଚ କରାଯାଇ ଅପରାହ୍ଣ ୪ଟା୩୦ ସୁଦ୍ଧା ଚୂଡ଼ାନ୍ତ ସୂଚୀ ପ୍ରକାଶ କରାଯିବ ଏବଂ ଚିହ୍ନ ଆବଣ୍ଟନ ହେବ। ଏକାଧିକ ଆଶାୟୀ ନାମାଙ୍କନ ଦାଖଲ କରିଥିଲେ ଅର୍ଥାତ ଆବଶ୍ୟକ ହେଲେ ୮ ତାରିଖ ସକାଳ ୯ଟାରୁ ୧୧ଟା ପର୍ଯ୍ୟନ୍ତ ମତଦାନ ହେବ ଏବଂ ୧୧ଟା ୩୦ ସୁଦ୍ଧା ଚୂଡ଼ାନ୍ତ ଫଳାଫଳ ଘୋଷଣା କରାଯିବ। ଏହି ନିର୍ବାଚନ ପ୍ରକ୍ରିୟାର ସୁପରିଚାଳନା ଓ ତଦାରଖ କରିବା ପାଇଁ କେନ୍ଦ୍ର ନିର୍ବାଚନ ଅଧିକାରୀଙ୍କ ତରଫରୁ ବିହାର ସାଂସଦ ସଞ୍ଜୟ ଜୟସ୍ବାଲ ପର୍ଯ୍ୟବେକ୍ଷକ ଭାବେ ଉପସ୍ଥିତ ରହିବେ।
ସଭାପତି ନିର୍ବାଚନ ପୂର୍ବରୁ ବିଜେପି ରାଜ୍ୟ ପ୍ରଭାରୀ ବିଜୟପାଲ ସିଂ ତୋମାର ଭୁବନେଶ୍ବରରେ ପହଞ୍ଚିଛନ୍ତି। ଯଦି ଜଣେ ପ୍ରାର୍ଥୀ ହୁଅନ୍ତି, ତେବେ ସର୍ବସମ୍ମତିକ୍ରମେ ସଭାପତି ଭାବେ ତାଙ୍କ ନାମ ଘୋଷଣା ହେବ ବୋଲି ଶ୍ରୀ ତୋମାର କହିଛନ୍ତି। ସୋମବାର ଓଡ଼ିଶା ବିଜେପି ସାଂଗଠନିକ ନିର୍ବାଚନର ରାଷ୍ଟ୍ରୀୟ ପର୍ଯ୍ୟବେକ୍ଷକ ଶ୍ରୀ ଜୟସ୍ୱାଲ ଓଡ଼ିଶା ଆସିବେ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories