www.samajalive.in
Saturday, December 13, 2025
17.1 C
Bhubaneswar

ଦ୍ବିତୀୟ ଟେଷ୍ଟରେ ଇଂଲଣ୍ଡକୁ ୩୩୬ ରନରେ ହରାଇଲା ଭାରତ

ବର୍ମିଂହାମ୍ : ଭାରତୀୟ କ୍ରିକେଟ୍ ଦଳ ଇଂଲଣ୍ଡକୁ ବର୍ମିଂହାମର ଏଜବେଷ୍ଟନ ଗ୍ରାଉଣ୍ଡରେ ଦ୍ବିତୀୟ ଟେଷ୍ଟ ମ୍ୟାଚରେ ୩୩୬ ରନରେ ପରାସ୍ତ କରିଛି । ଏହା ସହିତ ସିରିଜ୍ ୧-୧ରେ ବରାବର ହୋଇଯାଇଛି । ୬୦୮ ରନର ଲକ୍ଷ୍ୟକୁ ପିଛା କରୁଥିବା ଇଂଲଣ୍ଡ ଟିମ୍ ଶେଷ ଦିନରେ ୨୭୧ ରନରେ ଅଲଆଉଟ୍ ହୋଇଯାଇଛି । ଏହା ଇଂଲଣ୍ଡ ମାଟିରେ ରନ୍ ଦୃଷ୍ଟିରୁ ଏହା ଭାରତର ଏପର୍ଯ୍ୟନ୍ତର ସବୁଠାରୁ ବଡ ବିଜୟ ।

ମ୍ୟାଚର ଶେଷ ଦିନ ଇଂଲଣ୍ଡ ୩ ଓ୍ବିକେଟରେ ୭୨ ରନର ସ୍କୋରରେ ଆଗେ ଖେଳିବା ଆରମ୍ଭ କରିଥିଲା । ବର୍ଷା ଯୋଗୁଁ ମୁକାବିଲା ୯୦ ମିନିଟ୍ ବିଳମ୍ବରେ ଆରମ୍ଭ ହୋଇଥିଲା । ଭାରତ ପାଇଁ ଆକାଶ ଦୀପ ୬, ମୋହମ୍ମଦ ସିରାଜ, ଓ୍ବାଶିଂଟନ୍ ସୁନ୍ଦର, ପ୍ରସିଦ୍ଧ କୃଷ୍ଣା ଓ ରବିନ୍ଦ୍ର ଜଡେଜା ଗୋଟେ-ଗୋଟେ ଓ୍ବିକେଟ ନେଇଛନ୍ତି । ଭାରତ ଟସ୍ ହାରି ପ୍ରଥମେ ବ୍ୟାଟିଂ କରି ପ୍ରଥମ ପାଳିରେ ୫୮୭ ରନ୍ କରିଥିଲା । ଶୁଭମନ୍ ଗିଲ ୨୬୯ ରନ କରିଥିଲା । ଜବାବରେ ଇଂଲଣ୍ଡର ପ୍ରଥମ ପାଳିରେ ୪୦୭ ରନରେ ଅଲଆଉଟ୍ ହୋଇଗଲା ।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories