www.samajalive.in
Wednesday, December 10, 2025
26.1 C
Bhubaneswar

କୋଇଲା ଖଣିରେ ଦୁର୍ଘଟଣା: ଜଣେ ମୃତ, ଫଶିଛନ୍ତି ଏକାଧିକ ଶ୍ରମିକ

ସମାଜ ଡିଜିଟାଲ ଡେସ୍କ: କୋଇଲା ଖଣିରେ ଦୁର୍ଘଟଣା ଘଟି ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଥିଲାବେଳେ ଏକାଧିକ ଶ୍ରମିକ ଫସି ରହିଛନ୍ତି। ଝାଡ଼ଖଣ୍ଡର ରାମଗଡ଼ ଜିଲାରେ ଶନିବାର ଏହି ଅଘଟଣ ଘଟିଛି।

ସୂଚନା ଅନୁସାରେ, ରାମଗଡ଼ ଜିଲାର କରମା ଅଞ୍ଚଳରେ ବେଆଇନ ଭାବେ କୋଇଲା ଖନନ କାର୍ଯ୍ୟ ଚାଲିଥିଲା। କିଛି ବ୍ୟକ୍ତି ଶ୍ରମିକଙ୍କୁ ଲଗାଇ ବେଆଇନ ଭାବେ କୋଇଲା ଉତ୍ତୋଳନ କରୁଥିଲେ। ମଧ୍ୟାହ୍ନ ସମୟରେ ଖଣି ଭିତରେ ହଠାତ କୋଇଲା ଅତଡ଼ା ଭୁଶୁଡ଼ି ପଡ଼ିଥିଲା। ଯାହାଫଳରେ କୋଇଲା ତଳେ ଚାପି ହୋଇ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଥିଲା। ସେଠାରେ କାର୍ଯ୍ୟରତ ଅନେକ ଶ୍ରମିକ କୋଇଲା ତଳେ ଚାପି ହୋଇ ରହିଥିବା ସୂଚନା ମିଳିଛି। ପୁଲିସ ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

Hot this week

ଭଏସ୍‌ ମେସେଜ ନୁହେଁ , ଡାଇରେକ୍ଟ ଭିଡିଓ କଲ : ଗିରଫ ହେଲେ ରସିକିଆ କଲେଜ ଅଧ୍ୟକ୍ଷ

ବୋଲଗଡ: ଅଧ୍ୟାପିକାଙ୍କୁ ପ୍ରେମ ନିବେଦନ କରି ଫସିଲେ କଲେଜ ଅଧ୍ୟକ୍ଷ ।...

ଟ୍ରିବ୍ୟୁନାଲ ଯିବା ଭୁଲ ଥିଲା, ରାଜନୈତିକ ସମାଧାନ ହେଲେ ମହାନଦୀ ଜଳ ବିବାଦ ତୁଟିବ କହିଲେ ଜୟନାରାୟଣ

ସମାଜ ଡିଜିଟାଲ ଡେସ୍କ: ମହାନଦୀ ଜଳ ବିବାଦ ପ୍ରସଙ୍ଗରେ କମିଟି ସଦସ୍ୟ...

ଏସଆଇ ଜାଲିଆତି ମାମଲା: ସିବିଆଇର ରିମାଣ୍ଡ ଆବେଦନ

ସମାଜ ଡିଜିଟାଲ ଡେସ୍କ: ବହୁ ଚର୍ଚ୍ଚିତ ପୁଲିସ ଏସଆଇ ଜାଲିଆତି ମାମଲାରେ...

ୟୁନେସ୍କୋ ତାଲିକାରେ ଦୀପାବଳି

ନୂଆଦିଲ୍ଲୀ : ଭାରତର ସର୍ବବୃହତ ସାଂସ୍କୃତିକ ଉତ୍ସବ, ଦୀପାବଳିକୁ ୟୁନେସ୍କୋରେ ସାମିଲ...

ଓଡ଼ିଶାରୁ ଚଣ୍ଡିଗଡ ଗଲେ ଭାରତ ଓ ଦକ୍ଷିଣ ଆଫ୍ରିକା ଖେଳାଳି

ଭୁବନେଶ୍ୱର: ବାରବାଟୀରେ ମ୍ୟାଚ ଜିତିବା ପରେ ଚଣ୍ଡିଗଡ ଅଭିମୁଖେ ଗଲେ ଭାରତ...

Related Articles

Popular Categories