www.samajalive.in
Friday, December 5, 2025
27.1 C
Bhubaneswar

ଏମିତି ବି ଆସେ ମୃତ୍ୟୁ! ସ୍କୁଲ ଯିବାକୁ ଆସିଥିଲେ, ହେଲେ ଗେଟ୍‍ ବାହାରେ. . .

ସମାଜ ଡିଜିଟାଲ ଡେସ୍କ: ମୃତ୍ୟୁ ଏମିତି ଆସିପାରେ, ତାହା ପୁଣି ସ୍କୁଲ ଯିବା ବୟସରେ । କେହି କେବେ ହେଲେ ବିଶ୍ୱାସ କରିନଥିବେ । ପିଲାଟି ସକାଳୁ ଉଠି ସ୍କୁଲ ଯିବା ପାଇଁ ପ୍ରସ୍ତୁତି କରି ଘରୁ ବାହାରି ଆସିଥିଲା ବାପା, ମାଙ୍କ ସହିତ । ସ୍କୁଲ ଗେଟ୍‍ ଆଗରେ କାରରୁ ଓହ୍ଲାଇବା ବେଳେ ଜଗି ବସିଥିଲା ଯମ । ଏହି ହୃଦୟ ବିଦାରକ ଘଟଣା ଘଟିଛି ଉତ୍ତରପ୍ରଦେଶ ବାରାବଙ୍କୀ ଜିଲ୍ଲାରେ । ଯାହାକି ସଭିଁଙ୍କୁ ଆଶ୍ଚର୍ଯ୍ୟ କରିଛି ।
ଏଠାରେ ଏକ ପ୍ରତିଷ୍ଠିତ ସ୍କୁଲରେ ପଢୁଥିବା ୧୨ବର୍ଷର ଛାତ୍ର ଅଖିଲ ପ୍ରତାପ ସିଂହଙ୍କ ଅଚାନକ ମୃତ୍ୟୁ ସଭିଁଙ୍କୁ ସ୍ତବ୍ଧ କରିଛି । ଗତ ମଙ୍ଗଳବାର ଦିନ ଅଖିଲ ସ୍କୁଲ ଯିବାକୁ ବାପାଙ୍କ ସହିତ କାରରେ ଆସି ଗେଟ୍‍ ସମ୍ମୁଖରେ ଓହ୍ଲାଇଥିଲେ । ପୂର୍ବରୁ ତାଙ୍କର ସ୍ୱାସ୍ଥ୍ୟବସ୍ଥା ଭଲ ଥିବାବେଳେ ହଠାତ ଗେଟ୍‍ ପାଖରେ ହିଁ ଟଳି ପଡିଥିଲେ । ଅଖିଲଙ୍କ ବାପା ଓ ଅନ୍ୟମାନେ ତୁରନ୍ତ ତାଙ୍କୁ ମେଡିକାଲକୁ ନେଇଥିଲେ । ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ପୁଅର ମୃତ୍ୟୁ ଖବର ଶୁଣି ପରିବାରରେ ଶୋକର ଛାୟା ଖେଳିଯାଇଛି । ପରିବାର ଲୋକ ଏହାକୁ ସହଜରେ ଗ୍ରହଣ କରିପାରୁ ନାହାଁନ୍ତି । ଅଖିଲଙ୍କ ପିତା କୋହଭରା କଣ୍ଠରେ କହିଛନ୍ତି ମୋ ପୁଅର ସ୍ୱାସ୍ଥ୍ୟ ସମ୍ପୂର୍ଣ୍ଣ ଠିକ୍‍ ଥିଲା । ଅଖିଲଙ୍କ ଏଭଳି ମୃତ୍ୟୁକୁ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ସାଇଲେଣ୍ଟ ହାର୍ଟ ଆଟାକ୍‍ ବୋଲି କହିଛନ୍ତି । କିନ୍ତୁ ଡାକ୍ତରମାନେ ଏହାକୁ ଖଣ୍ଡନ କରିବା ସହ କମ୍‍ ବୟସର ପିଲାଙ୍କ କ୍ଷେତ୍ରରେ ଅନେକ ସମସ୍ୟା ଦେଖାଯାଉଛି । ତେବେ ପିଲାଙ୍କର ସ୍ୱାସ୍ଥ୍ୟବସ୍ଥା ଲଗାତାର ଯାଞ୍ଚ କରିବାକୁ କହିଛନ୍ତି । ଅଖିଲଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ହିଁ ପ୍ରକୃତ କାରଣ ଜଣାପଡିବ ।

Hot this week

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

ଏଏନଏମ୍‌ ପ୍ରଶ୍ନ ପତ୍ର ଲିକ୍‌ ପରେ ପରୀକ୍ଷା ବାତିଲ

ମାଲକାନଗିରି: ମାଲକାନଗିରି ଜିଲାରେ ଏଏନଏମ୍‌ ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ହେବା...

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

ଜବତ ଗଞ୍ଜେଇ ହେରଫେର: ଥାନା ଅଧିକାରୀ ନିଲମ୍ବିତ

ସମାଜ ଡିଜିଟାଲ ଡେସ୍କ: ଜବତ ଗଞ୍ଜେଇ ହେରଫେର କରିଥିବା ଅଭିଯୋଗରେ କାର୍ଯ୍ୟରୁ...

ବିଶ୍ୱବିଦ୍ୟାଳୟରେ ଖାଲି ପଡିଛି ଏତିକି ପଦବୀ

ଭୁବନେଶ୍ୱର: ରାଜ୍ୟରେ ବିଶ୍ୱବିଦ୍ୟାଳୟ ଗୁଡିକରେ ଖାଲି ପଡିଛି ପ୍ରଧ୍ୟାପକ ପଦବୀ ।...

Related Articles

Popular Categories