www.samajalive.in
Friday, December 5, 2025
27.1 C
Bhubaneswar

ମୋଦୀଙ୍କୁ ତ୍ରିନିଦାଦ ଏବଂ ଟୋବାଗୋର ସର୍ବୋଚ୍ଚ ସମ୍ମାନ

ପୋର୍ଟ ଅଫ୍ ସ୍ପେନ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ତ୍ରିନିଦାଦ ଏବଂ ଟୋବାଗୋର ସର୍ବୋଚ୍ଚ ଜାତୀୟ ପୁରସ୍କାର, ‘ଦି ଅର୍ଡର ଅଫ୍ ଦି ରିପବ୍ଲିକ୍ ଅଫ୍ ତ୍ରିନିଦାଦ ଆଣ୍ଡ ଟୋବାଗୋ’ ପ୍ରଦାନ କରାଯାଇଛି। ତ୍ରିନିଦାଦ ଏବଂ ଟୋବାଗୋର ରାଷ୍ଟ୍ରପତି ଖ୍ରୀଷ୍ଟିନ୍ କାର୍ଲା କଙ୍ଗାଲୁ ଶୁକ୍ରବାର ମୋଦୀଙ୍କୁ ଏହି ସମ୍ମାନ ପ୍ରଦାନ କରିଛନ୍ତି। ମୋଦୀଙ୍କ ୫ ରାଷ୍ଟ୍ରୀୟ ଗସ୍ତର ଦ୍ବିତୀୟ ଚରଣରେ ତାଙ୍କୁ ଏହି ସମ୍ମାନ ମିଳିଛି। ବିଶ୍ବ ନେତୃତ୍ବ ଓ କରୋନା ମହାମାରୀ ସମୟରେ ଦେଖାଇଥିବା ମାନବିକତା ପାଇଁ ମୋଦୀଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି। ପ୍ରଥମ ବିଦେଶୀ ନେତା ଭାବେ ମୋଦୀଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି। ୧୪୦ କୋଟି ଦେଶବାସୀଙ୍କ ତରଫରୁ ସମ୍ମାନକୁ ସ୍ୱୀକାର କରି ମୋଦୀ ଏହାକୁ ଦୁଇ ଦେଶର ଦୃଢ଼ ବନ୍ଧୁତା ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି। ଗୁରୁବାର ମଧ୍ୟ ମୋଦୀଙ୍କୁ ଘାନାର ଜାତୀୟ ସମ୍ମାନ ‘ଅଫିସର ଅଫ୍ ଦି ଅର୍ଡର ଅଫ୍ ଦି ଷ୍ଟାର ଅଫ୍ ଘାନା’ ମିଳିଥିଲା।

ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ତ୍ରିନିଦାଦ ଏବଂ ଟୋବାଗୋରେ ପ୍ରବାସୀ ଭାରତୀୟଙ୍କର ଏକ ବିଶାଳ ସମାବେଶକୁ ସମ୍ବୋଧନ କରିଥିଲେ। କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କୁ ପ୍ରବାସୀମାନେ ଅସାଧାରଣ ଉତ୍ସାହ ସହିତ ସ୍ୱାଗତ କରିଥିଲେ ଏବଂ ଏକ ରଙ୍ଗିନ ପାରମ୍ପରିକ ଭାରତ-ତ୍ରିନିଦାଦ ସ୍ୱାଗତ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ତ୍ରିନିଦାଦ ଏବଂ ଟୋବାଗୋର ପ୍ରଧାନମନ୍ତ୍ରୀ କମଳା ପ୍ରସାଦ ବିସେସର ଓ ତାଙ୍କ ମନ୍ତ୍ରୀ ପରିଷଦର ସଦସ୍ୟ ଉପସ୍ଥିତ ରହିଥିଲେ। ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ତ୍ରିନିଦାଦ ଏବଂ ଟୋବାଗୋ ପ୍ରତିପକ୍ଷ କମଳା ପ୍ରସାଦଙ୍କୁ ଅଯୋଧ୍ୟାସ୍ଥିତ ରାମମନ୍ଦିରର ଏକ ପ୍ରତିକୃତି, ସରଯୁ ନଦୀ ଏବଂ ପ୍ରୟାଗରାଜରେ ଆୟୋଜିତ ମହାକୁମ୍ଭର ପବିତ୍ର ଜଳ ଉପହାର ସ୍ୱରୂପ ପ୍ରଦାନ କରିଥିଲେ। ମୋଦୀଙ୍କ ଉଦ୍ଦେଶ୍ୟରେ କମଳା ପ୍ରସାଦ ଗୁରୁବାର ରାତିରେ ଏକ ନୈଶ ଭୋଜିର ଆୟୋଜନ କରିଥିଲେ।

- Advertisement -

ମୋଦୀ ତାଙ୍କ ପୋଷ୍ଟରେ ଲେଖିଛନ୍ତି ଯେ ‘ପ୍ରଧାନମନ୍ତ୍ରୀ କମଳା ପ୍ରସାଦ-ବିସେସରଙ୍କ ଦ୍ୱାରା ଆୟୋଜିତ ରାତ୍ରଭୋଜନରେ, ମୁଁ ଅଯୋଧ୍ୟାର ରାମ ମନ୍ଦିରର ପ୍ରତିକୃତି ଏବଂ ସରଯୁ ନଦୀର ସମେତ ପ୍ରୟାଗରାଜରେ ଅନୁଷ୍ଠିତ ମହାକୁମ୍ଭରୁ ପବିତ୍ର ଜଳ ପ୍ରଦାନ କରିଥିଲି। ଏଗୁଡିକ ଭାରତ ଓ ତ୍ରିନିଦାଦ ଏବଂ ଟୋବାଗୋ ମଧ୍ୟରେ ଗଭୀର ସାଂସ୍କୃତିକ ଏବଂ ଆଧ୍ୟାତ୍ମିକ ସମ୍ପର୍କର ପ୍ରତୀକ।’ ୧୯୯୯ ମସିହା ପରେ ଭାରତର ପ୍ରଧାନମନ୍ତ୍ରୀ ଭାବେ ମୋଦୀ ତ୍ରିନିଦାଦ ଏବଂ ଟୋବାଗୋ ଗସ୍ତ କରିଛନ୍ତି।

Hot this week

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

ଜବତ ଗଞ୍ଜେଇ ହେରଫେର: ଥାନା ଅଧିକାରୀ ନିଲମ୍ବିତ

ସମାଜ ଡିଜିଟାଲ ଡେସ୍କ: ଜବତ ଗଞ୍ଜେଇ ହେରଫେର କରିଥିବା ଅଭିଯୋଗରେ କାର୍ଯ୍ୟରୁ...

ବିଶ୍ୱବିଦ୍ୟାଳୟରେ ଖାଲି ପଡିଛି ଏତିକି ପଦବୀ

ଭୁବନେଶ୍ୱର: ରାଜ୍ୟରେ ବିଶ୍ୱବିଦ୍ୟାଳୟ ଗୁଡିକରେ ଖାଲି ପଡିଛି ପ୍ରଧ୍ୟାପକ ପଦବୀ ।...

ମୋଦୀ କହିଲେ ଭାରତ ନିରପେକ୍ଷ ନୁହେଁ, ବିଶ୍ୱ ଶାନ୍ତି ସପକ୍ଷରେ; ପୁଟିନ କଣ କହିଲେ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା...

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

Related Articles

Popular Categories