www.samajalive.in
Saturday, December 6, 2025
26.1 C
Bhubaneswar

ଆଜି ବାହୁଡ଼ିବେ ପରଂବ୍ରହ୍ମ: ଦିନ ୧୨ରେ ପହଣ୍ଡି, ଅପରାହ୍ଣ ୪ରେ ରଥଟଣା

ପୁରୀ: ଶ୍ରୀଗୁଣ୍ଡିଚା ମନ୍ଦିର ଜନ୍ମବେଦୀ ଲୀଳା ଶେଷକରି ଶନିବାର ଶ୍ରୀମନ୍ଦିର ଅଭିମୁଖେ ବାହୁଡ଼ିବେ ଚତୁର୍ଦ୍ଧା ବିଗ୍ରହ। ମହାପ୍ରଭୁଙ୍କ ଆଗମନ ପାଇଁ ଶରଧାବାଲିରେ ଅପେକ୍ଷା କରିଛନ୍ତି ତାଳଧ୍ୱଜ, ନନ୍ଦିଘୋଷ ଓ ଦର୍ପଦଳନ। ଲକ୍ଷ ଲକ୍ଷ ଭକ୍ତଙ୍କ ମେଳରେ ବାହୁଡ଼ା ଯାତ୍ରା କରିବେ ପରଂବ୍ରହ୍ମ। ସନ୍ଧ୍ୟାସୁଦ୍ଧା ତିନିରଥ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ପହଞ୍ଚିବା ସମ୍ଭାବନା ରହିଛି।
ଆଷାଢ଼ ଶୁକ୍ଳ ଦଶମୀ ତିଥିରେ ଶନିବାର ସକାଳ ଧୂପରେ ଖେଚୁଡ଼ି ଖାଇ ରଥ ଉପରେ ପହଣ୍ଡି ବିଜେ କରିବେ ମହାପ୍ରଭୁ ଶ୍ରୀବଳଭଦ୍ର, ଶ୍ରୀଜଗନ୍ନାଥ ଓ ଦେବୀ ସୁଭଦ୍ରା। ପରମ୍ପରା ଅନୁଯାୟୀ, ବାହୁଡା ପହଣ୍ଡି ବେଳେ ଶ୍ରୀଜୀଉଙ୍କ ଶ୍ରୀ ମସ୍ତକରେ ଶୋଲ ଓ ଫୁଲରେ ନିର୍ମିତ ଆକର୍ଷଣୀୟ ଟାହିଆ ଲଗାଯିବ। ସେବକ ଓ ଭକ୍ତଙ୍କ ମେଳରେ ଝୁଲିଝୁଲି ରଥରେ ବିଜେ କରିବେ ବ୍ରହ୍ମାଣ୍ଡ ଠାକୁର। ଏଥିପାଇଁ ପୁରୀକୁ ଭକ୍ତଙ୍କ ସୁଅ ଛୁଟିଛି। ଜଳ, ସ୍ଥଳ, ଆକାଶ ପଥରେ ଅଭୂତପୂର୍ବ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଭକ୍ତଙ୍କ ଗତିବିଧି ଉପରେ ତୀକ୍ଷ୍ମ ନଜର ରଖିଛି । ୨୭୫ କୃତ୍ରିମ ବୁଦ୍ଧିମତ୍ତା ପ୍ରଯୁକ୍ତି ସମ୍ପନ୍ନ କ୍ଲୋଜ୍‌ ସର୍କିଟ କ୍ୟାମେରା

ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରାକୁ ଶୃଙ୍ଖଳିତ, ସମୟାନୁବର୍ତ୍ତୀ ଏବଂ ଅଘଟଣ ଶୂନ୍ୟ କରିବାକୁ ରାଜ୍ୟ ସରକାର ଉଦ୍ୟମ ଚଳାଇଛନ୍ତି।
ସୁରକ୍ଷା ଦାୟିତ୍ୱରେ ପ୍ରାୟ ୧୦ ହଜାର ପୁଲିସ କର୍ମଚାରୀଙ୍କ ସମେତ ଦୁଇ ହଜାର ଅଭିଜ୍ଞ ପୁଲିସ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି। ଏଥିସହ ରାପିଡ୍‌ ଆକ୍ସନ ଫୋର୍ସ, ସ୍ବତନ୍ତ୍ର ତାଲିମପ୍ରାପ୍ତ କମାଣ୍ଡୋ, ବୋମା ନିଷ୍କ୍ରିୟକାରୀ ଦଳ, ସନ୍ଧାନୀ କୁକୁର, ଆତଙ୍କବାଦୀ ନିରୋଧ ବାହିନୀ, ତଟରକ୍ଷୀ ବାହିନୀ, ଏନ୍‌ଡିଆର୍‌ଏଫ୍‌ ସଜାଗ ହୋଇ ରହିଛନ୍ତି। ପୁଲିସ ମହାନିର୍ଦେଶକ ୱାଇ.ବି. ଖୁରାନିଆଙ୍କ ସମେତ ୪ ଅତିରିକ୍ତ ପୁଲିସ ମହାନିର୍ଦେଶକ ସୁରକ୍ଷା ବ୍ୟବସ୍ଥା ତଦାରଖ କରୁଛନ୍ତି। ରଥଟଣା ବେଳେ ଯେପରି କୌଣସି ଅଘଟଣ ନ ଘଟେ ସେଥିପାଇଁ ଗହଳି ନିୟନ୍ତ୍ରଣ ବ୍ୟବସ୍ଥା କରାଯାଇଛି। ରଥଯାତ୍ରା ପରିଚାଳନା ତଦାରଖ ପାଇଁ ଉଚ୍ଚଶିକ୍ଷା ବିଭାଗ ସଚିବ ଅରବିନ୍ଦ ଅଗ୍ରୱାଲ ଓ ଅତିରିକ୍ତ ପୁଲିସ ମହା ନିର୍ଦେଶକ ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ଦାୟିତ୍ୱ ଦିଆଯାଇଛି। ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ କୁମାର ପାଢ଼ୀ, ଜିଲାପାଳ ଚଞ୍ଚଲ ରାଣା, ଆରକ୍ଷୀ ଅଧୀକ୍ଷକ ପିନାକ ମିଶ୍ର ଗୁଣ୍ଡିଚା ମନ୍ଦିରରେ ରହି ଦାରୁବ୍ରହ୍ମଙ୍କ ନୀତିକାନ୍ତି ଅନୁଧ୍ୟାନ କରୁଛନ୍ତି। ପ୍ରାୟ ୧୦ ଲକ୍ଷ ଶ୍ରଦ୍ଧାଳୁଙ୍କ ସମାଗମକୁ ଦୃଷ୍ଟିରେ ରଖି ଗମନାଗମନ, ପାନୀୟଜଳ ଓ ବିଦ୍ୟୁତ୍ ଯୋଗାଣ, ସୁରକ୍ଷା ଓ ପରିମଳ ବ୍ୟବସ୍ଥା କରାଯାଇଛି। ପୁରୀ ରେଳ ଷ୍ଟେସନ, ବଡ଼ଦାଣ୍ଡ, ରଥ ଚତୁଃପାର୍ଶ୍ବ, ବସଷ୍ଟାଣ୍ଡ, ଅସ୍ଥାୟୀ ଗାଡ଼ି ପାର୍କିଂ ଷ୍ଟାଣ୍ଡ, ସମୁଦ୍ର କୂଳରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି।

Hot this week

ବିଜେପିରେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

Related Articles

Popular Categories