www.samajalive.in
Wednesday, December 10, 2025
26.1 C
Bhubaneswar

ନବମ ଯାଦବ ମହାସଭା ବୈଠକ ଓ ପୁନଃ ଗଠନ କାର୍ଯ୍ୟକ୍ରମ ଅନୁଷ୍ଠିତ

ଲାଞ୍ଜିଗଡ: କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ଲାଞ୍ଜିଗଡ଼ରୋଡ଼ ଓ ଜଗନ୍ନାଥପୁର ପଞ୍ଚାୟତ ବଳଭଦ୍ରପୁର ପଞ୍ଚାୟତସ୍ତରୀୟ ନବମ ଯାଦବ ମହାସଭା ବୈଠକ ଓ ଆଞ୍ଚଳିକ ଯାଦବ ସମାଜର ପୁନଃ ଗଠନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଲାଞ୍ଜିଗଡ଼ ରୋଡ଼ ଉଚ୍ଚ ବିଦ୍ୟାଳୟ ଠାରେ ଅନୁଷ୍ଠିତ ବୈଠକରେ ଲାଞ୍ଜିଗଡ ବ୍ଲକ ଯାଦବ ମହାସଭାର ସଭାପତି ରଘୁବୀର ନାଗଙ୍କ ନିର୍ଦ୍ଦେଶ କ୍ରମେ ଉପସଭାପତି ଶୋଭାବନ ଛତର, ଯୁବ ଯାଦବ ସାଧାରଣ ସମ୍ପାଦକ ନୃପରାଜ ଛତର ପ୍ରମୁଖ ପର୍ଯ୍ୟବେକ୍ଷକ ଦାୟିତ୍ବରେ ଯୋଗ ଦେଇଥିଲେ।

ଲାଞ୍ଜିଗଡ଼ ରୋଡ଼ ଯାଦବ ସମାଜର ଆଞ୍ଚଳିକ ସଭାପତି ପୂର୍ଣ୍ଣଚନ୍ଦ୍ର ଗଉଡ଼ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକକୁ ବୁଦ୍ଧିଆ ବଗର୍ତ୍ତୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏହି ଅବସରରେ ଲାଞ୍ଜିଗଡ଼ରୋଡ଼ ଯାଦବ ମହାସଭା ପଞ୍ଚାୟତସ୍ତରୀୟ ଆଞ୍ଚଳିକ କମିଟି ପୁନଃ ଗଠିତ ହୋଇଥିଲା। ଏଥିରେ ପଞ୍ଚାୟତ ସଭାପତି ଭାବେ ପୂର୍ଣ୍ଣଚନ୍ଦ୍ର ଗଉଡ଼, ଉପସଭାପତି ଭାବେ ମହାଦେବ ଗଉଡ଼, ସାଧାରଣ ସଂପାଦକ ଭାବେ ଇଶ୍ୱର ବଗର୍ତ୍ତୀ, ସହ ସମ୍ପାଦକ ଯୋଗେଦ୍ର ନାୟକ, କୋଷାଧ୍ୟକ୍ଷ ଭାବେ ସାଧୁ ଗଉଡ଼ଙ୍କୁ ମନୋନୀତ କରାଯାଇଥିଲା। ସେହିପରି ପଞ୍ଚାୟତର ଦୁଇଟି ଗ୍ରାମ୍ୟ କମିଟି ଓ ଆଠ ଗୋଟି ଭାତ କମିଟି ଗଠନ କରାଯାଇଥିଲା। ଏଥିରେ ଉପଦେଷ୍ଟା ଭାବେ ନାଭା ଗହିର, ନାଭି ଗହିର ସତ୍ୟ ନାରାୟଣ ନାଗ, ସିମାଞ୍ଚଳ ସଗରିଆ, ଶ୍ରୀଧର ନାଗ, ସୁଶାନ୍ତ ଚନ୍ଦନ ପ୍ରମୁଖଙ୍କୁ ମନୋନୀତ କରାଯାଇଥିଲା। ଏଥିରେ ଆଞ୍ଚଳିକ ଯାଦବ ସମାଜର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ।

- Advertisement -

ସେହିପରି ଜଗନ୍ନାଥପୁର ପଞ୍ଚାୟତ ବଳଭଦ୍ରପୁର ଠାରେ ମଧ୍ୟ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ପର୍ଯ୍ୟବେକ୍ଷକ ଦାୟିତ୍ବରେ ଲାଞ୍ଜିଗଡ଼ ବ୍ଲକ ଯାଦବ ମହାସଭା କୋଷାଧ୍ୟକ୍ଷ ଲକ୍ଷ୍ମୀଧର ଚଣ୍ଡୀ ଯୁବ ଯାଦବ ସଭାପତି ଡିଲେଶ କୁମାର ନାଗ, ସହ ସମ୍ପାଦକ ବଳରାମ ଚଣ୍ଡୀ, ସୁଶାନ୍ତ ଚନ୍ଦନ ପ୍ରମୁଖ ଯୋଗଦେଇ ଥିଲେ। ଏଥିରେ ନୂତନ ଆଞ୍ଚଳିକ ସଭାପତି ଭାବେ ବିଶ୍ବମ୍ବର ଚଣ୍ଡୀ, ଉପସଭାପତି ଉଦୟନାଥ ଗଉଡ଼, ସମ୍ପାଦକ ଟଙ୍କଧର ଚଣ୍ଡୀ, ସହ ସମ୍ପାଦକ ନୟନ ଚଣ୍ଡୀ, ଚିତ୍ରସେନ କଟା, ମହିଳା ସଭାନେତ୍ରୀ ଭାବେ ପୁଷ୍ପ ଚଣ୍ଡୀ, ସମ୍ପାଦୀକା ବୃନ୍ଦା ଚଣ୍ଡୀ, କୋଷାଧ୍ୟକ୍ଷ ହେମ ଚଣ୍ଡୀ, ଉପସଭାନେତ୍ରୀ ଗୈମତୀ ଗଉଡ଼ ପ୍ରମୁଖଙ୍କୁ ମନୋନୀତ କରାଯାଇଥିଲା। ଏଥିରେ ସମସ୍ତ ମହିଳା ଓ ପୁରୁଷ ଯାଦବ ନେତୃବୃନ୍ଦ ଉପସ୍ଥିତ ଥିଲେ।

Hot this week

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

ହୃଦୟ ହ୍ୟାକ୍‌ କରନ୍ତି ମୋଦୀ

ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନ ସମୟରେ, ବିଜେପି ସାଂସଦ କଙ୍ଗନା...

ଭାରତରେ ନିବେଶ ପାଇଁ ମୋଦୀଙ୍କ ସହ ଆଲୋଚନା କଲେ ମାଇକ୍ରୋସଫ୍ଟ ସିଇଓ

ସମାଜ ଲାଇଭ ଡ଼େସ୍କ : ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା କହିଛନ୍ତି...

Related Articles

Popular Categories