ଆଠଗଡ: ବିଶିଷ୍ଟ ସମାଜସେବୀ, ସାହିତ୍ୟିକ, ସମାଜର ପ୍ରାକ୍ତନ ସମ୍ପାଦକ ଏବଂ ପ୍ରକାଶକ ଓ ମୁଦ୍ରାକର ତଥା ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ସମ୍ପାଦକ ସ୍ୱର୍ଗତ ନିରଞ୍ଜନ ରଥଙ୍କ ପ୍ରତି ତାଙ୍କ ସହପାଠୀଙ୍କ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ବିଶ୍ଵନାଥ ବିଦ୍ୟାପୀଠରୁ ୧୯୬୬ ମସିହାରେ ଶ୍ରୀ ରଥ ମାଟ୍ରିକ ପାସ କରିଥିଲେ। ସେହି ବ୍ୟାଚର ତାଙ୍କର ବହୁ ସହପାଠୀ ଏକାଦଶାହ ତିଥିରେ ଆଠଗଡସ୍ଥିତ ବାସଭବନରେ ପହଞ୍ଚି ଶ୍ରୀ ରଥଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରି ଶ୍ରଦ୍ଧାସୁମନ ଅର୍ପଣ କରିବା ସହ ସ୍ମୃତିଚାରଣ କରିଥିଲେ।
ଶ୍ରୀ ରଥଙ୍କ ସହପାଠୀଙ୍କ ମଧ୍ୟରେ ଡାକ୍ତର ବେଣୁଧର ଲେଙ୍କା, ପ୍ରଫେସର ସରୋଜ କୁମାର ପଣ୍ଡା, ସଭାପତି ଭାରତୀ ଭୁଷଣ ରଥ, ସମ୍ପାଦକ ହାଡିବନ୍ଧୁ ସାହୁ, ଗୌରୀଶଙ୍କର ସାମନ୍ତ, ଡ.ରାଧାଚରଣ ଦାସ, ପ୍ରଶାନ୍ତ କୁମାର ମିଶ୍ର, ଡାକ୍ତର ବାଲୁଙ୍କେଶ୍ୱର ତ୍ରିପାଠୀ, ତ୍ରୈଲୋକ୍ୟ ବିହାରୀ କବି, ଘନଶ୍ୟାମ ବାରିକ ଓ ସଂଯୁକ୍ତା ବାରିକ ପ୍ରମୁଖ ସ୍ମୃତିଚାରଣ କରିବା ସହ ଆଠଗଡ ମାଟି ଜଣେ ପ୍ରଜ୍ଞାଦୀପ୍ତ ସୁଯୋଗ୍ୟ ସନ୍ତାନଙ୍କୁ ହରାଇଲା ବୋଲି ମତବ୍ୟକ୍ତ କରିଥିଲେ। ସ୍ବର୍ଗତ ରଥଙ୍କ ଅମର ଆତ୍ମାର ଶାନ୍ତି ଓ ସଦଗତି କାମନା କରି ଦୁଇ ମିନିଟ ନୀରବ ପ୍ରାର୍ଥନା କରିଥିଲେ।



