ନୂଆଦିଲ୍ଲୀ : ଟ୍ରାଏମ୍ଫ ଟ୍ରାଇଡେଣ୍ଟ ୬୬୦ର ସ୍ପେଶାଲ ଏଡିଶନ୍ ଭାରତରେ ଲଞ୍ଚ୍ ହେବାକୁ ପ୍ରସ୍ତୁତ ହେଉଛି । ଟ୍ରାଏମ୍ଫ ନିଜ ଭାରତୀୟ ସାମାଜିକ ଗଣମାଧ୍ୟମ ଚ୍ୟାନେଲରେ ଏନେଇ ଘୋଷଣା ମଧ୍ୟ କରିସାରିଛି ।
ବାଇକରେ ସିଫ୍ଟ ଆସିଷ୍ଟ, ଫ୍ଲାଇସ୍କ୍ରିନ୍ ଓ ବେଲି ପ୍ୟାନ୍ ମଧ୍ୟ ଷ୍ଟାଣ୍ଡାର୍ଡ ରୂପେ ମିଳିବ । ଫିଚର୍ ରୂପେ ଏଥିରେ ଡୁଆଲ ଚ୍ୟାନେଲ୍ ଏବିଏସ୍, କଲର ଟିଏଫଟି ଡିସପ୍ଲେ, ଟ୍ରାକ୍ସନ କଣ୍ଟ୍ରୋଲ ଏବଂ ୨ଟି ରାଇଡ୍ ମୋଡ-ରେନ୍ ଓ ରୋଡ୍ ସାମିଲ । ଆଶା କରାଯାଉଛି କି ଟ୍ରାଏମ୍ଫ ଏହାର ଏକ୍ସ-ଶୋରୁମ୍ ଦାମ୍ ୮.୫୦ ଲକ୍ଷ ଟଙ୍କା ପାଖାପାଖି ରଖିବ ।
ବାଇକରେ ୬୬୦ ସିସି ଇନଲାଇନ୍ ଟ୍ରିପଲ ଇଞ୍ଜିନ୍ ମିଳିବ ଯାହା ୮୦ ବିଏଚପିର ସର୍ବାଧିକ ପାଓ୍ବର ଏବଂ ୬୪ ଏନଏମର ପିକ୍ ଟର୍କ ଉତ୍ପନ କରିବାରେ ସକ୍ଷମ । ବାଇକର ଇଞ୍ଜିନକୁ ୬ ସ୍ପିଡ୍ ଗିୟରବକ୍ସ ସହିତ ଯୋଡାଯାଇଛି । ବଡିଓ୍ବର୍କ ତଳେ ଏକ ଟ୍ୟୁବଲର ଷ୍ଟିଲ୍ ଫ୍ରେମ୍ ରହିଛି ଯେଉଁଥିରେ ଆଗପଟେ ୪୧ ଏମଏମ ଶୋଭା ୟୁଏସଡି ଏବଂ ପଛରେ ପ୍ରିଲୋଡ୍ ଆଡଜଷ୍ଟେବଲ ଶୋଭା ମୋନୋଶକ୍ ମିଳିବ ।



