ଭୁବନେଶ୍ଵର: ଯୁବ ନେତା ତଥା ସମାଜସେବୀ ଜିତେନ୍ଦ୍ର କୁମାର ହାତୀ ରାଷ୍ଟ୍ରୀୟ ଲୋକ ଦଳର ରାଜ୍ୟ ଅଧ୍ୟକ୍ଷ ହୋଇଛନ୍ତି। ରାଷ୍ଟ୍ରୀୟ ଲୋକ ଦଳର ନ୍ୟାସନାଲ ଜେନେରାଲ ସେକ୍ରେଟାରୀ ଅର୍ଗାନାଇଜେସନ୍ ତ୍ରିଲୋକ ତ୍ୟାଗୀ ଓଡ଼ିଶା ଆସି ରବିବାର ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଓଡ଼ିଶା ଅଧ୍ୟକ୍ଷ ଦାୟିତ୍ୱ ବହନ କରିବା ପାଇଁ ଜିତେନ୍ଦ୍ରଙ୍କ ନାମ ଘୋଷଣା କରିଛନ୍ତି।
ପ୍ରଥମ ଥର ପାଇଁ ଓଡ଼ିଶାରେ ରାଷ୍ଟ୍ରୀୟ ଲୋକ ଦଳ ନିଜ ସଂଗଠନ ଆରମ୍ଭ କରିବାକୁ ଯାଉଛି। ଆଗାମୀ ଦିନରେ ଓଡ଼ିଶାର ଚାଷୀ ସମସ୍ୟା, ମହିଳା ସଶକ୍ତିକରଣ, ପାନୀୟ ଜଳ ସମସ୍ୟାଠାରୁ ଆରମ୍ଭ କରି, ଶିକ୍ଷା, ସ୍ୱାସ୍ଥ୍ୟ ଓ ବେକାରୀ ସମସ୍ୟା କଥା ଉଠାଇବ ଆରଏଲଡି। ଏହାସହ ଆଗାମୀ ପଞ୍ଚାୟତ ନିର୍ବାଚନ ଓ ସାଧାରଣ ନିର୍ବାଚନରେ ମଧ୍ୟ ଆର୍ଏଲ୍ଡି ଭାଗ ନେବ ବୋଲି କହିଛନ୍ତି ତ୍ରିଲୋକ ତ୍ୟାଗୀ।



