www.samajalive.in
Sunday, December 7, 2025
16.1 C
Bhubaneswar

ଚିନ୍ତା ବଢ଼ାଉଛନ୍ତି ଦୁର୍ନୀତିଗ୍ରସ୍ତ ଅଧିକାରୀ

କଟକ: ରାଜ୍ୟରେ ଦୁର୍ନୀତିଗ୍ରସ୍ତ ସରକାରୀ ଅଧିକାରୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ନିକଟ ଅତୀତରେ ବହୁ ଉଚ୍ଚ ପଦସ୍ଥ ଅଧିକାରୀ ଗିରଫ ହୋଇଛନ୍ତି; ପ୍ରଶାସନିକ ସେବା ଆଢୁଆଳରେ ଦୁର୍ନୀତିଖୋରଙ୍କ ସଂଖ୍ୟା ବୃଦ୍ଧି ପାଇବା ଚିନ୍ତାଜନକ ବୋଲି କଳାଧନ ଠାବ ସମ୍ପର୍କିତ ଏସ୍‌ଆଇଟି ବୈଠକରେ ଉଦବେଗ ପ୍ରକାଶ ପାଇଛି। ସରକାରୀ ଅଧିକାରୀ ଯଦି ଅଧିକରୁ ଅଧିକ ଦୁର୍ନୀତିଗ୍ରସ୍ତ ହେବେ ସାଧାରଣ ଲୋକ ଉପରେ ଏହାର ପ୍ରଭାବ ପଡିବ। ଯେଉଁ ସ୍ତରର ବି ଅଧିକାରୀ ହୁଅନ୍ତୁ ଦୁର୍ନୀତିରେ ସମ୍ପୃକ୍ତି କେବେ ବି ଗ୍ରହଣୀୟ ନୁହେଁ। ଏପରି କି ଧନୀକ ଶ୍ରେଣୀର ଅଧିକାରୀ ପଦର ଅପବ୍ୟବହାର କରି ଟିକସ ଫାଙ୍କିବା ମଧ୍ୟ ଗ୍ରହଣୀୟ ନୁହେଁ। ଅନ୍ୟପକ୍ଷେ ଯେଉଁମାନେ ଦୁର୍ନୀତି କରି ଧରାପଡୁଛନ୍ତି ସେମାନେ କେଉଁ ବିଭାଗରେ କାର୍ଯ୍ୟ କରୁଛନ୍ତି ଏବଂ ଯେଉଁ ବିଭାଗରେ ଦୁର୍ନୀତି ବୃଦ୍ଧି ପାଉଛି ଏହାକୁ ନିୟନ୍ତ୍ରଣ କରିବା ଉଚ୍ଚ ପଦସ୍ଥ ଅଧିକାରୀମାନେ ଯୋଜନା ପ୍ରସ୍ତୁତ କରିବା ଆବଶ୍ୟକ। ଏଥିସହ ଦୁର୍ନୀତି ରୋକିବାକୁ ହେଲେ ବିଭିନ୍ନ ତଦନ୍ତକାରୀ ସଂସ୍ଥା ଭିତରେ ସମନ୍ବୟ ରହିବା ଜରୁରୀ। ଦୁର୍ନୀତିଖୋରମାନେ ଆଇନ ଅଦାଲତରେ କିପରି ଦଣ୍ଡିତ ହୋଇପାରିବେ ସେନେଇ ଆଜି ବରିଷ୍ଠ ଅଧିକାରୀମାନଙ୍କୁ ଏସ୍‌ଆଇଟି ଉପାଧ୍ୟକ୍ଷ ଜଷ୍ଟିସ ଅରିଜିତ ପଶାୟତ ପରାମର୍ଶ ଦେଇଛନ୍ତି।
କଳାଧନ ଠାବ ସମ୍ପର୍କିତ ଏସ୍‌ଆଇଟି ବୈଠକ ଶନିବାର କଟକର ତଳତେଲଙ୍ଗା ବଜାରସ୍ଥିତ ଉପାଧ୍ୟକ୍ଷ ଅରିଜିତ୍‌ ପଶାୟତଙ୍କ ଆବାସିକ
କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିଲା। ରାଜ୍ୟରେ ନିଶା କାରବାର ବହୁଗୁଣା ବୃଦ୍ଧିପାଇଛି। ଯାହାର କୁପ୍ରଭାବ ସମାଜ ଉପରେ ପଡୁଛି। ଜଣେ ବୃଦ୍ଧ ବୟସରେ ନିଶା ଖାଇବା ଏବଂ ଯୁବକ ବୟସରେ ନିଶା ସେବନ ମଧ୍ୟରେ ବଡ଼ ପାର୍ଥକ୍ୟ ରହିଛି। ବୃଦ୍ଧଙ୍କର ସମୟ ଶେଷ ହୋଇ ଅାସୁଥିଲାବେଳେ ଜଣେ ଯୁବକ ସମାଜର ସମ୍ବଳ। ଏହି ସମ୍ବଳଟି ଯଦି ନିଶାଗ୍ରସ୍ତ ହୋଇ ଅକାଳରେ ନଷ୍ଟ ହୋଇଯାଏ, ଏହା ଦ୍ବାରା ପରିବାର ବା ସମ୍ପର୍କୀୟଙ୍କର ଯେତିକି କ୍ଷତି ଘଟିବ ନାହିଁ, ସମାଜକୁ ତାଠାରୁ ବଡ଼ କ୍ଷତି ଘଟିବ। ଅବାଧ ନିଶା କାରବାରକୁ ରୋକିବା ଦିଗରେ ଉଚିତ୍‌ ପଦକ୍ଷେପ ନେବା ଉପରେ ଜଷ୍ଟିସ୍‌‌ ପଶାୟତ ଅବକାରୀ ଓ ଗୁଇନ୍ଦା ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି। ଅନ୍ୟପକ୍ଷେ ଚିଟ୍‌‌ଫଣ୍ଡ କ୍ଷେତ୍ରରେ ଇଡିର ସଫଳତାକୁ ନେଇ ମଧ୍ୟ ଜଷ୍ଟିସ୍‌‌ ପଶାୟତ ସନ୍ତୋଷବ୍ୟକ୍ତ କରିଥିଲେ। ବିଭିନ୍ନ ଚିଟ୍‌‌ଫଣ୍ଡ ସଂସ୍ଥାଙ୍କ ନିକଟରୁ ଅର୍ଥ ଜବତ କରାଯିବା ପରେ ସମ୍ପୃକ୍ତ ସଂସ୍ଥାଙ୍କ ଜମାକାରୀଙ୍କ ମଧ୍ୟରେ ସମ୍ପୂର୍ଣ୍ଣ ଅର୍ଥ ନହେଲେ ମଧ୍ୟ କିଛି ଅର୍ଥ ଫେରାଇବାକୁ ଇଡି ପଦକ୍ଷେପ ନେଇଥିବାରୁ ଏହା ସ୍ୱାଗତଯୋଗ୍ୟ ପଦକ୍ଷେପ ବୋଲି ଜଷ୍ଟିସ୍‌‌ ପଶାୟତ କହିଥିଲେ। ଏଥିସହ କୌଣସି ଏକ ଗୁରୁତ୍ୱପୂର୍ଣ୍ଣ ଘଟଣାକୁ ନେଇ ବିଭିନ୍ନ ତଦନ୍ତକାରୀ ସଂସ୍ଥା ମଧ୍ୟରେ ସହଯୋଗ ରହିବ ଏବଂ ପରସ୍ପର ସଂସ୍ଥା ସେମାନଙ୍କ ମଧ୍ୟରେ ତଥ୍ୟର ଅାଦାନପ୍ରଦାନ କରିବେ ତାହା ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ଆଜିର ବୈଠକରେ ବିହାର ଏବଂ ଝାଡ଼ଖଣ୍ଡର ଦୁଇଜଣ ବରିଷ୍ଠ ପୁଲିସ୍‌‌ ଅଧିକାରୀ, ଓଡ଼ିଶାର ଇଡି ଅଧିକାରୀ, ଆୟକର ଅଧିକାରୀ, ଓଡ଼ିଶା ପୁଲିସ ଅଧିକାରୀ ପ୍ରମୁଖ ଯୋଗ େଦଇଥିଲେ। ସୂଚନା ଥାଉକି ସେପ୍ଟେମ୍ବରରେ ଅହମ୍ମଦାବାଦ ଠାରେ ଆଉ ଏକ ଜୋନ୍‌ ସ୍ଥରୀୟ ବୈଠକ ଅନୁଷ୍ଠିତ ହେବ। ଏହା ପରେ ଦଶମ ଅନ୍ତରୀଣ ରିପୋର୍ଟ ସୁପ୍ରିମ୍‌କୋର୍ଟଙ୍କୁ ପ୍ରଦାନ କରାଯିବ।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories