www.samajalive.in
Wednesday, December 10, 2025
18.1 C
Bhubaneswar

ପୁଲୱାମା ଆକ୍ରମଣ ଏକ ‘ଭୟଙ୍କର ପରିସ୍ଥିତି’: ଟ୍ରମ୍ପ; ପାକିସ୍ତାନକୁ କହିଲେ ଦୋଷୀଙ୍କୁ ଦଣ୍ଡ ଦିଅ

ୱାଶିଂଟନ: ପୁଲୱାମା ଆକ୍ରମଣ ଘଟଣାରେ ପାକିସ୍ତାନର କୌଣସି ହାତ ନାହିଁ ବୋଲି ଦେଶର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଯୁକ୍ତି ବାଢ଼ିବା ପରେ ଆମେରିକା ପୁଣି ଥରେ ଚେତାବନୀ ଦେଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହି ଘଟଣାକୁ ଏକ ‘ଭୟଙ୍କର ପରିସ୍ଥିତି’ ବୋଲି ଦର୍ଶାଇବା ସହ ପାକିସ୍ତାନ ତୁରନ୍ତ ଏ ଦିଗରେ ଆତଙ୍କବାଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଉ ବୋଲି କହିଛନ୍ତି।

ଆମେରିକାର ବିଭାଗୀୟ ଉପ ମୁଖପାତ୍ର ରବର୍ଟ ପାଲ୍ଲାଡିନୋ ଏହି ଘଟଣାରେ ଭାରତକୁ ଦୃଢ଼ ସମର୍ଥନ ଜଣାଇବା ସହ ଘଟଣା ପାଇଁ ଯିଏ ଦାୟୀ ତାକୁ ତୁରନ୍ତ ଦଣ୍ଡ ଦେବାକୁ ପାକିସ୍ତାନକୁ କହିଛନ୍ତି। ପୁଲୱାମା ଆକ୍ରମଣ ଘଟଣା ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଲାଗିରହିଛି। ତେବେ ଉଭୟ ପଡ଼ୋଶୀ ରାଷ୍ଟ୍ର ଏକ ହୋଇ ଆତଙ୍କବାଦୀଙ୍କ ବିରୋଧରେ ଲଢ଼େଇ କଲେ ଏହା ଏକ ସୁନ୍ଦର ପଦକ୍ଷେପ ହେବ ବୋଲି ଟ୍ରମ୍ପ କହିଛନ୍ତି। ପାଲ୍ଲାଡିନୋ କହିଛନ୍ତି, ଆମେ ପାକିସ୍ତାନ ନିଟକରେ ଦାବି କରିଛୁ ଯେ ସେ ତଦନ୍ତରେ ସମ୍ପୂର୍ଣ୍ଣ ସହଯୋଗ କରିବା ସହ ଦୋଷୀଙ୍କୁ ଠାବ କରି ଦଣ୍ଡିତ କରୁ। ଆକ୍ରମଣ ଘଟଣା ପରଠାରୁ ଆମେ ପାକିସ୍ତାନ ସହ ଏ ପ୍ରସଙ୍ଗରେ କଥାବାର୍ତ୍ତା ଜାରି ରଖିଛୁ। ସେହିପରି ଆତ୍ମରକ୍ଷା ପାଇଁ ଭାରତର ପଦକ୍ଷେପକୁ ଟ୍ରମ୍ପଙ୍କ ଜାତୀୟ ନିରାପତ୍ତା ଉପଦେଷ୍ଟା ଜନ ବୋଲଟନ ମଧ୍ୟ ସମର୍ଥନ କରିଛନ୍ତି।

Hot this week

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

ଭାରସାମ୍ୟ ହରାଇ ଓଲଟିଲା ଟ୍ରକ

ଫୁଲବାଣୀ :କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଛକ ନିକଟ ବର ଗଛ...

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

Related Articles

Popular Categories