www.samajalive.in
Friday, December 5, 2025
27.1 C
Bhubaneswar

ରାଜ୍ୟସ୍ତରୀୟ ଚାନ୍ଦୁଆ ଦିବସ ପାଳିତ

ପିପିଲି: ବିଶ୍ୱପ୍ରସିଦ୍ଧ ପିପିଲି ଚାନ୍ଦୁଆ ଶିଳ୍ପର ବିକାଶ ପାଇଁ ସ୍ୱତନ୍ତ୍ର ପଦକ୍ଷେପ ନିଆଯିବ । ଚାନ୍ଦୁଆ କଳାର ପ୍ରଚାର ଓ ପ୍ରସାର ସହ ଚାନ୍ଦୁଆର ଏନ୍ତୁଡିଶାଳ କୁହାଯାଉଥିବା ପିପିଲି ଦରଜୀସାହିକୁ ଚାନ୍ଦୁଆଗ୍ରାମର ମାନ୍ୟତା ପ୍ରଦାନ ପାଇଁ ପଦକ୍ଷେପ ନିଆଯିବ ବୋଲି ପିପିଲିରେ ଆୟୋଜିତ ପ୍ରଥମ ରାଜ୍ୟସ୍ତରୀୟ ଚାନ୍ଦୁଆ ଦିବସ ସମାରୋହରେ ଯୋଗଦେଇ ବିଶିଷ୍ଟ ବ୍ୟକ୍ତିମାନେ ମତବ୍ୟକ୍ତ କରିଛନ୍ତି ।

ପିପିଲି ଚାନ୍ଦୁଆ କାରିଗର ସଂଗୋଷ୍ଠୀ ପକ୍ଷରୁ ପବିତ୍ର ନେତ୍ରୋତ୍ସବ ଅବସରରେ ସ୍ଥାନୀୟ ଦରଜୀସାହି ମେଳଣ ପଡିଆ ଠାରେ ପ୍ରଥମ ରାଜ୍ୟସ୍ତରୀୟ ଚାନ୍ଦୁଆ ଦିବସ ସମାରୋହ-୨୦୨୫ ଗୁରୁବାର ସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ଚାନ୍ଦୁଆ କାରିଗର ସଂଗୋଷ୍ଠୀର ଆବାହକ ରମେଶ ଚନ୍ଦ୍ର ମହାପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ଭାବେ ରାଜ୍ୟ ବୟନ ଓ ହସ୍ତଶିଳ୍ପ ବିଭାଗ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ଯୋଗ ଦେଇଥିଲେ ।

- Advertisement -

ପାରମ୍ପରିକ କଳା କାରିଗରୀପୂର୍ଣ୍ଣ ରଙ୍ଗବେରଙ୍ଗ ପିପିଲି ଚାନ୍ଦୁଆର ଅନନ୍ୟ ସୁକ୍ଷ୍ମ କାରୁକାର୍ଯ୍ୟକୁ ଭୁରି ଭୁରି ପ୍ରଶଂସା କରିଥିଲେ ମନ୍ତ୍ରୀ । ପିପିଲିର ଚାନ୍ଦୁଆ ଶିଳ୍ପ ଓ ଚାନ୍ଦୁଆ କାରିଗରଙ୍କ ବିକାଶ ପାଇଁ ସରକାର ଯତ୍ନବାନ ଥିବା ସେ କହିଥିଲେ । ମୁଖ୍ୟବକ୍ତା ଭାବେ ପୁରୀ ଲୋକସଭା ସାଂସଦ ଡାକ୍ତର ସମ୍ବିତ ପାତ୍ର ଯୋଗଦେଇ ପିପିଲି ଚାନ୍ଦୁଆ ଶିଳ୍ପର ପ୍ରଚାର ଓ ପ୍ରସାର ସହ ଏହାର ବିକାଶ ପାଇଁ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ପ୍ରକାଶ କରିଥିଲେ । ସମ୍ମାନିତ ଅତିଥି ଭାବେ ସ୍ଥାନୀୟ ବିଧାୟକ ଆଶ୍ରିତ ପଟ୍ଟନାୟକ ଯୋଗଦେଇ ନିଜ ବକ୍ତବ୍ୟରେ କହିଥିଲେ ।

ସରକାରଙ୍କ ପକ୍ଷରୁ ପିପିଲିରେ ଏକ ବୃହତ କ୍ରାଫ୍ଟ ଭିଲେଜ ନିର୍ମାଣ ହେବାକୁ ଯାଉଛି । ସେଠାରେ ପିପିଲିର ଚାନ୍ଦୁଆ ସମେତ ସମଗ୍ର ଓଡିଶାର କଳା, କାରିଗରୀ, ସଂସ୍କୃତିକୁ ସ୍ଥାନ ଦିଆଯିବ । ଯାହାଦ୍ୱାରା ଦେଶ, ବିଦେଶର ପର୍ଯ୍ୟଟକମାନେ ଓଡିଶାର କଳା, ସଂସ୍କୃତି ଓ କାରିଗରୀକୁ ଗୋଟିଏ ସ୍ଥାନରେ ପାଇପାରିବେ ଓ ଏହାଦ୍ୱାରା ସ୍ଥାନୀୟ ଅଞ୍ଚଳର ବହୁସଂଖ୍ୟାରେ ଯୁବକ ଓ ଯୁବତୀମାନେ ରୋଜଗାର ପାଇପାରିବେ ବୋଲି ସେ ପ୍ରକାଶ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପିପିଲି ପୌରାଧ୍ୟକ୍ଷ ସେକ୍‍ ବାବୁ, ପିପିଲି ତହସିଲଦାର ହୃଷିକେଶ ତ୍ରିପାଠୀ, ପିପିଲି ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ କାଦମ୍ବିନୀ ଜେନା, ସାଂସଦ ପ୍ରତିନିଧି ସୁକାନ୍ତ ଭଟ୍ଟ ପ୍ରମୁଖ ଯୋଗଦେଇ ବକ୍ତବ୍ୟ ରଖିଥିଲେ ।

Hot this week

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

ଏଏନଏମ୍‌ ପ୍ରଶ୍ନ ପତ୍ର ଲିକ୍‌ ପରେ ପରୀକ୍ଷା ବାତିଲ

ମାଲକାନଗିରି: ମାଲକାନଗିରି ଜିଲାରେ ଏଏନଏମ୍‌ ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ହେବା...

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

ଜବତ ଗଞ୍ଜେଇ ହେରଫେର: ଥାନା ଅଧିକାରୀ ନିଲମ୍ବିତ

ସମାଜ ଡିଜିଟାଲ ଡେସ୍କ: ଜବତ ଗଞ୍ଜେଇ ହେରଫେର କରିଥିବା ଅଭିଯୋଗରେ କାର୍ଯ୍ୟରୁ...

ବିଶ୍ୱବିଦ୍ୟାଳୟରେ ଖାଲି ପଡିଛି ଏତିକି ପଦବୀ

ଭୁବନେଶ୍ୱର: ରାଜ୍ୟରେ ବିଶ୍ୱବିଦ୍ୟାଳୟ ଗୁଡିକରେ ଖାଲି ପଡିଛି ପ୍ରଧ୍ୟାପକ ପଦବୀ ।...

Related Articles

Popular Categories