www.samajalive.in
Monday, December 8, 2025
27.1 C
Bhubaneswar

ସାଇବର ଠକେଇ ସଂକ୍ରାନ୍ତ ସଚେତନତା ବାର୍ତ୍ତା; ମୋବାଇଲ କଲର ଟ୍ୟୁନ୍‌ରୁ ହଟିଲା ଅମିତାଭଙ୍କ ସ୍ବର

ନୂଆଦିଲ୍ଲୀ: ସାଇବର ଠକେଇ ସମ୍ପର୍କରେ ଜନସଚେତନତା ସୃଷ୍ଟି କରିବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ମୋବାଇଲ ଫୋନ୍‌ରେ ଏକ ବାର୍ତ୍ତା ପ୍ରସାରିତ ହେଉଥିଲା। ବଲିଉଡ ମେଗାଷ୍ଟାର ଅମିତାଭ ବଚ୍ଚନ ଏଥିପାଇଁ କଣ୍ଠଦାନ କରିଥିଲେ। ତେବେ ଗୁରୁବାରଠାରୁ ଏହି ବାର୍ତ୍ତାକୁ ପ୍ରତ୍ୟାହାର କରାଯାଇଛି। ବର୍ତ୍ତମାନ ସାଇବର ଠକେଇ ମାମଲା ଯଥେ​‌ଷ୍ଟ ହ୍ରାସ ପାଇଥିବାରୁ ଏଭଳି ବାର୍ତ୍ତାର ଆବଶ୍ୟକତା ନାହିଁ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି। କୌଣସି ଉପଭୋକ୍ତା ଫୋନ କରିବାକୁ ଉଦ୍ୟତ ହେଉଥିବାବେଳେ ପ୍ରଥମେ ଏହି ବାର୍ତ୍ତା ଶୁଣିବାକୁ ମିଳିଥାଏ। ତେବେ କୌଣସି ଜରୁରୀ ଫୋନ ପୂର୍ବରୁ ଏଭଳି ବାର୍ତ୍ତା ଯୋଗୁଁ ସମୟ ନଷ୍ଟ ହେଉଥିବା ଅଭିଯୋଗ ମଧ୍ୟ ଉଠିଥିଲା। ଅପରପକ୍ଷରେ ଅମିତାଭଙ୍କୁ ସାମାଜିକ ଗଣମାଧ୍ୟମରେ ସମାଲୋଚନାର ଶରବ୍ୟ ହେବାକୁ ପଡିଥିଲା। ପୂର୍ବରୁ କରୋନା ସମୟରେ ମଧ୍ୟ ଜନସାଧାରଣଙ୍କ ପାଇଁ ଉଦ୍ଦିଷ୍ଟ ସଚେତନତା ବାର୍ତ୍ତାରେ ଅମିତାଭ କଣ୍ଠଦାନ କରିଥିଲେ।

 

Hot this week

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

ନାବାଳିକା ଆତ୍ମହୁତି ଘଟଣାରେ ସରକାରଙ୍କୁ ନବୀନଙ୍କ ନିଶାଣ

ସମାଜ ଲାଇଭ ଡେସ୍କ : ରାଜଗାଙ୍ଗପୁର ନାବାଳିକା ଆତ୍ମହୁତି ଘଟଣାରେ ଦୁଖ...

ଓଡ଼ିଶାରେ ଡାକ୍ତର ମରୁଡି ବଢାଇଲା ଚିନ୍ତା

ଭୁବନେଶ୍ୱର: ଓଡ଼ିଶାରେ ଡାକ୍ତର ମରୁଡି ପଡିଛି । ଠିକାରେ ଚାଲିଛି ଡାକ୍ତରୀ...

ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

ରାଉରକେଲା: ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ସୁନ୍ଦରଗଡ...

ବିଗ୍ ବସ୍ ୧୯ର ବିଜେତା ହେଲେ ଗୌରବ ଖାନ୍ନା

ସମାଜ ଡିଜିଟାଲ ଡେସ୍କ: ଗୌରବ ଖାନ୍ନା ରିଆଲିଟି ଶୋ ବିଗ୍ ବସ୍...

Related Articles

Popular Categories