www.samajalive.in
Monday, December 8, 2025
24.1 C
Bhubaneswar

ରେଳ ଧାରଣାରେ କାର୍‌ ଚଳାଇ ଯୁବତୀ ଗିରଫ

ହାଇଦରାବାଦ: ତେଲଙ୍ଗାନାର ରଙ୍ଗା ରେଡ୍ଡି ଜିଲା ଅନ୍ତର୍ଗତ ଶଙ୍କରପଲ୍ଲୀ ନିକଟରେ ଜଣେ ଯୁବତୀ ରେଳଧାରଣା ଉପରେ ପ୍ରାୟ ୩୦ ସେକେଣ୍ଡ ଧରି କାର୍‌ ଚଳାଇ ଗିରଫ ହୋଇଛନ୍ତି। ଯୁବତୀଙ୍କ ଏଭଳି ବିଶୃଙ୍ଖଳ କାର୍ଯ୍ୟ ପାଇଁ ସେହି ରୁଟ୍‌ରେ ଚଳାଚଳ କରୁଥିବା ଏକାଧିକ ଟ୍ରେନ୍‌କୁ ବାତିଲ କରାଯାଇଥିବାବେଳେ ଆଉ କେତେକ ଟ୍ରେନ୍‌ର ଗତିପଥକୁ ପରିବର୍ତ୍ତନ କରାଯାଇଛି। ରେଳବାଇ ପୁଲିସ, କର୍ମଚାରୀ ଏବଂ ସାଧାରଣ ଲୋକଙ୍କ ସହାୟତାରେ କାର୍‌କୁ ଅଟକା ଯାଇଥିବାବେଳେ ଯୁବତୀଙ୍କୁ ବହୁକଷ୍ଟରେ ବାହାରକୁ ଅଣାଯାଇଥିଲା। ତେବେ ଯୁବତୀଙ୍କ ଏହି କାର୍ଯ୍ୟ ପଛର ରହସ୍ୟ ଜଣାପଡିନାହିଁ। ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଥିବା ଭିଡିଓ ଅନୁଯାୟୀ ଯୁମତୀ ଜଣକ ରେଳଧାରଣା ଉପରେ କିଆ ସୋନେଟ୍‌ କାର ଚଳାଇଥିଲେ। କିଛି ବାଟ ଗୋଡାଇବା ପରେ ରେଳବାଇ ପୁଲିସ କାର୍‌କୁ ଅଟକାଇବାରେ ସଫଳ ହୋଇଥିଲା। ତେବେ ଯୁବତୀ ଜଣକ ବାହାରକୁ ବାହାରିବାକୁ ସ୍ପଷ୍ଟ ମନା କରିଦେଇଥିଲେ। ଜବରଦସ୍ତ ତାଙ୍କୁ ବାହାରକୁ ଆଣି ହ୍ୟାଣ୍ଡକପ୍‌ ପକାଯାଇଥିଲା। ଏଥିରେ କ୍ଷୁବ୍ଧ ହୋଇ ଯୁବତୀ ଜଣକ ଜୋରରେ ଚିତ୍କାର କରିବା ସହ ପୁଲିସକୁ ଗାଳିଫଜିତ କରିିଥିଲେ। କାର୍‌ ମଧ୍ୟରୁ ଯୁବତୀଙ୍କ ଡ୍ରାଇଭିଂ ଲାଇସେନ୍ସ ଓ ପ୍ୟାନ୍‌ କାର୍ଡ ଜବତ କରାଯାଇଛି। ଯୁବତୀ ଜଣକ ଉଚ୍ଚଶିକ୍ଷିତା ହୋଇଥିବାବେଳେ ଏକ ବହୁରାଷ୍ଟ୍ରୀୟ କମ୍ପାନୀରେ ଚାକିରି କରୁଛନ୍ତି। ସମ୍ଭବତଃ ଆତ୍ମହତ୍ୟା କରିବା ଉଦ୍ଦେଶ୍ୟରେ ସଂପୃକ୍ତ ଯୁବତୀ ଏଭଳି କାର୍ଯ୍ୟ କରୁଥିବା ରେଳବାଇ ପୁଲିସ ଆଶଙ୍କା କରୁଛି।

Hot this week

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

Related Articles

Popular Categories