www.samajalive.in
Friday, December 5, 2025
27.1 C
Bhubaneswar

ଅକ୍ସିଅମ୍‌-୪: ମହାକାଶ ଅଭିମୁଖେ ଶୁଭାଂଶୁ..

ସମାଜ ଡିଜିଟାଲ ଡେସ୍କ: ଜୁନ୍‌ ୨୫, ୨୦୨୫ ଭାରତ ପାଇଁ ଏକ ଐତିହାସିକ ଦିନ ପାଲଟି ଯାଇଛି। ଦୀର୍ଘ ୪୧ ବର୍ଷ ପରେ କୌଣସି ଭାରତୀୟ ମହାକାଶକୁ ଯାତ୍ରା କରିଛନ୍ତି। ଭାରତୀୟ ବାୟୁସେନାର ଲଢୁଆ ପାଇଲଟ ଶୁଭାଂଶୁ ଶୁକ୍ଳା ମହାକାଶକୁ ଉଡ଼ାଣ ଭରି ସାରିଛନ୍ତି। ଆମେରିକୀୟ ବାଣିଜ୍ୟିକ ମହାକାଶ କମ୍ପାନୀ ‘ଅକ୍ସିଅମ୍‌’ର ଅକ୍ସିଅମ୍‌-୪ ମହାକାଶ ଯାନ ନିର୍ଦ୍ଧାରିତ ସମୟ ବୁଧବାର ଦିନ ୧୨ଟା ୧ରେ ଅନ୍ତର୍ଜାତୀୟ ମହାକାଶ ଷ୍ଟେସନ(ଆଇଏସଏସ) ଅଭିମୁଖେ ଉଡ଼ାଣ ଭରିଛି। ନାସାର କେନେଡ଼ି ସ୍ପେସ୍ ସେଣ୍ଟରରୁ ଫାଲକନ୍ ୯ ଏ ରକେଟ୍‌ ଦ୍ଵାରା ଏହା ଲଞ୍ଚ୍‌ ହୋଇଛି। ଶୁଭାଂଶୁ ଶୁକ୍ଳା ଜଣେ ପାଇଲଟ୍ ଭାବେ ଏହି ମିଶନରେ ସାମିଲ ଅଛନ୍ତି। ଶୁଭାଂଶୁଙ୍କ ସହ ଅଛନ୍ତି ଆଉ ୩ ଜଣ ମହାକାଶଚାରୀ। ତାଙ୍କ ସହିତ ହଙ୍ଗେରୀର ତିବୋର୍ କାପୁ ଏବଂ ପୋଲାଣ୍ଡର ସ୍ଲାଭୋସ୍ ଉଜ୍‌ନାନସ୍କି-ୱିସ୍‌ନିୱସ୍କି ମିଶନ ବିଶେଷଜ୍ଞ ଭାବରେ ଏହି ମିଶନରେ ସାମିଲ ହୋଇଛନ୍ତି। ସମଗ୍ର ଦଳର ନେତୃତ୍ୱ ନେଇଛନ୍ତି ଅଭିଜ୍ଞ ମହିଳା ମହାକାଶଚାରୀ ପେଗୀ ହ୍ୱିଟସନ। ପେଗୀ ହ୍ୱିଟସନ ନାସାର ସବୁଠାରୁ ଅଭିଜ୍ଞ ମହାକାଶଚାରୀମାନଙ୍କ ମଧ୍ୟରୁ ଅନ୍ୟତମ। ଯଦି ସବୁକିଛି ସ୍ଵାଭାବିକ ରହେ ତେବେ ଗୁରୁବାର ଅପରାହ୍ନ ୪ଟା ୩୦ରେ ଆଇଏସଏସରେ ଏହାର ଡକିଂ ହେବ।

ସୂଚନାଯୋଗ୍ୟ, ଏହା ପୂର୍ବରୁ ୧୯୮୪ ମସିହାରେ ରାକେଶ ଶର୍ମା ପ୍ରଥମ ଭାରତୀୟ ଭାବେ ମହାକାଶକୁ ଯାଇଥିଲେ।

Hot this week

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

ଜବତ ଗଞ୍ଜେଇ ହେରଫେର: ଥାନା ଅଧିକାରୀ ନିଲମ୍ବିତ

ସମାଜ ଡିଜିଟାଲ ଡେସ୍କ: ଜବତ ଗଞ୍ଜେଇ ହେରଫେର କରିଥିବା ଅଭିଯୋଗରେ କାର୍ଯ୍ୟରୁ...

ବିଶ୍ୱବିଦ୍ୟାଳୟରେ ଖାଲି ପଡିଛି ଏତିକି ପଦବୀ

ଭୁବନେଶ୍ୱର: ରାଜ୍ୟରେ ବିଶ୍ୱବିଦ୍ୟାଳୟ ଗୁଡିକରେ ଖାଲି ପଡିଛି ପ୍ରଧ୍ୟାପକ ପଦବୀ ।...

ମୋଦୀ କହିଲେ ଭାରତ ନିରପେକ୍ଷ ନୁହେଁ, ବିଶ୍ୱ ଶାନ୍ତି ସପକ୍ଷରେ; ପୁଟିନ କଣ କହିଲେ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା...

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

Related Articles

Popular Categories