www.samajalive.in
Wednesday, December 10, 2025
26.1 C
Bhubaneswar

ପିଲାଙ୍କ ମୁହଁରେ ବି ଗୋପବନ୍ଧୁଙ୍କ ବାର୍ତ୍ତା

ଭବାନୀପାଟଣା : ଆଜିର ଯୁବପିଢି, ଛାତ୍ରଛାତ୍ରୀଙ୍କ ମୁହଁରେ ବି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ବାର୍ତ୍ତା ଏବଂ ତାଙ୍କ ସ୍ୱପ୍ନର ଓଡ଼ିଶା ସଂକ୍ରାନ୍ତରେ ସୂଚନା ପ୍ରତିଫଳିତ ହେଉଛି। ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୭ ତମ ଶ୍ରାଦ୍ଧ ବାର୍ଷିକୀ ଉପଲକ୍ଷେ ଆଜି ଆୟୋଜିତ ବ୍ଲକ୍ ସ୍ତରୀୟ ବକ୍ତୃତା ପ୍ରତିଯୋଗିତାରେ ସାମିଲ ଛାତ୍ରଛାତ୍ରୀ , ପୁଣ୍ୟାତ୍ମା ଗୋପବନ୍ଧୁଙ୍କ ଦୂରଦୃଷ୍ଟି ଏବଂ ସମାଜସେବା ସଂକ୍ରାନ୍ତରେ ନିଜ ନିଜ ବକ୍ତବ୍ୟରେ ମତପ୍ରକାଶ କରିଥିଲେ। ସ୍ଥାନୀୟ ପୋଲିସ ହାଇସ୍କୁଲରେ ଆୟୋଜିତ ବ୍ଲକ୍ ଏବଂ ନଗରପାଳିକା ସ୍ତରୀୟ ପ୍ରତିଯୋଗିତାରେ ବିଭିନ୍ନ ସ୍କୁଲର ୨୩ ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ। ଏଥିରେ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର, ବ୍ରଜ ବିହାର ର ୧୦ମ ଶ୍ରେଣୀ ଛାତ୍ର ଶିବାନନ୍ଦ ବାରିକ ପ୍ରଥମ, ସେହି ସ୍କୁଲର ୮ମ ଶ୍ରେଣୀ ଛାତ୍ରୀ ଅନନ୍ୟା ମିଶ୍ର ଦ୍ଵିତୀୟ ଏବଂ ହାଇଟେକ୍ ପବ୍ଲିକ ସ୍କୁଲ ର ୧୦ମ ଶ୍ରେଣୀ ଛାତ୍ର ସୋମେଶ୍ୱର ଦାସ ତୃତୀୟ ସ୍ଥାନ ଅଧିକାର କରିଥିଲେ। ଏହି ପ୍ରତିଯୋଗିତାରେ ଅଧ୍ୟାପକ ଡଃ ତପନ କୁମାର ରଥ, ଶିକ୍ଷାବିତ୍ ବିଭୂତି ଭୂଷଣ ଠାକୁର, ଗାଳ୍ପିକ ବିରଞ୍ଚି ନାରାୟଣ ମୁଣ୍ଡ ବିଚାରକ ଭାବେ ଯୋଗଦେଇଥିଲେ। ସମାଜ ଜିଲା ପ୍ରତିନିଧି ପ୍ରଶାନ୍ତ ପଣ୍ଡାଙ୍କ ତତ୍ତ୍ଵାବଧାନରେ ଆୟୋଜିତ ଏହି ବକ୍ତୃତା ପ୍ରତିଯୋଗିତାକୁ କବି ପ୍ରତାପ ଚନ୍ଦ୍ର ପଣ୍ଡା ସଂଯୋଜନା କରିଥିବାବେଳେ ପୋଲିସ ହାଇସ୍କୁଲ ପ୍ରଧାନ ଶିକ୍ଷକ ରବି ନାରାୟଣ ପଟ୍ଟନାୟକ, କର୍ମଚାରୀ ମହେନ୍ଦ୍ର ମାଝୀ ପ୍ରମୁଖ ସହଯୋଗ କରିଥିଲେ।

Hot this week

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

ହୃଦୟ ହ୍ୟାକ୍‌ କରନ୍ତି ମୋଦୀ

ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନ ସମୟରେ, ବିଜେପି ସାଂସଦ କଙ୍ଗନା...

Related Articles

Popular Categories