www.samajalive.in
Wednesday, December 10, 2025
26.1 C
Bhubaneswar

ଗୋପବନ୍ଧୁ ସ୍ମାରକ ବକ୍ତୃତା ପ୍ରତିଯୋଗିତା: ହରଭଙ୍ଗାରେ ରୋହିତ, ବାଲିଆପାଳରେ ସାଇପ୍ରଭା, ଲାଞ୍ଜିଗଡରେ ଶ୍ରୀୟାଂଶୁ ପ୍ରଥମ

ଭୁବନେଶ୍ବର : ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୭ତମ ପବିତ୍ର ଶ୍ରାଦ୍ଧ ଦିବସ ଅବସରରେ ବ୍ଲକସ୍ତରୀୟ ‘ସମାଜ ଓଜସ୍ବିନୀ ଓଡ଼ିଶା- ଗୋପବନ୍ଧୁ ସ୍ମାରକ ବକ୍ତୃତା ପ୍ରତିଯୋଗିତା’ ରବିବାର ଅନୁଷ୍ଠିତ ହୋଇଛି। ରାଜ୍ୟର ସମସ୍ତ ଜିଲାର ପ୍ରତି ବ୍ଲକରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହେଉଛି। ପ୍ରତିଯୋଗିତାରେ ଅଷ୍ଟମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ଭାଗ ନେଇଛନ୍ତି। ଏହି ପରିପ୍ରେକ୍ଷୀରେ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର ପୁରୁଣାକଟକ ଶିଶୁ  ବିଦ୍ୟାମନ୍ଦିରରେ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି।  ବକ୍ତୃତା ପ୍ରତିଯୋଗିତାରେ  ସରକାରୀ ପଞ୍ଚାୟତ ହାଇସ୍କୁଲ କୁଶଙ୍ଗର ଦଶମ ଶ୍ରେଣୀ ଛାତ୍ର ରୋହିତ ଲେଙ୍କା ପ୍ରଥମ, ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପୁରୁଣାକଟକର ନବମ ଶ୍ରେଣୀ ଛାତ୍ରୀ ସୁଚିସ୍ମିତା ଡ଼ାଳୁଆ ଦ୍ୱିତୀୟ ଏବଂ ଅମର୍ତ୍ତ୍ୟ କୁମାର ଦେବ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ସମସ୍ତ କୃତି ଛାତ୍ର ଛାତ୍ରୀଙ୍କୁ  ସମାଜ ଅନୁଷ୍ଠାନ ପକ୍ଷରୁ ସାର୍ଟିଫିକେଟ ଅର୍ଥରାଶି ପୁରସ୍କାର ପ୍ରଦାନ କରାଯାଇଥିଲା।

ସେହିଭଳି ବାଲିଆପାଳ ବ୍ଲକ ପକ୍ଷରୁ ସ୍ଥାନୀୟ ସୁବର୍ଣ୍ଣରେଖା ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରତିଯୋଗିତାରେ ବାଲିଆପାଳ ବ୍ଳକର ବିଭିନ୍ନ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ଯୋଗଦେଇ “ଗୋପବନ୍ଧୁଙ୍କ ସ୍ବପ୍ନର ଓଡ଼ିଶା” ବିଷୟରେ ସାରଗର୍ଭକ ଅନର୍ଗଳ ଭାବରେ ବକ୍ତବ୍ୟ ପ୍ରଦାନ କରିଥିଲେ। ପ୍ରତିଯୋଗୀଙ୍କ ମଧ୍ୟରୁ  ଡାଙ୍ଗରପଦା ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରୀ  ସାଇପ୍ରଭା ନନ୍ଦୀ ପ୍ରଥମ ସ୍ଥାନ ଅଧିକାର କରିଥିଲାବେଳେ ଓଡିଶା ଆଦର୍ଶ ବିଦ୍ୟାଳୟ ବଳରାମପୁରର ଛାତ୍ର ସମ୍ବିତ ଦାସ ଦ୍ବିତୀୟ ସ୍ଥାନ ଅଧିକାର କରିଥିଲେ। ସେହିପରି ବାଲିଆପାଳ ସରକାରୀ ବାଳିକା  ଉଚ୍ଚ ବିଦ୍ୟାଳୟର ଛାତ୍ରୀ ମଇନାମଣୀ ମାରାଣ୍ଡି ତୃତୀୟ ସ୍ଥାନ ଅଧିକାର କରିଥିଲେ।

- Advertisement -

ଅନ୍ୟପଟେ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ସ୍ଥିତ ସରକାରୀ ଏସଏସଡି ଉଚ୍ଚ ବିଦ୍ୟାଳୟଠାରେ ଓଜସ୍ୱିନୀ ବତ୍କୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏଥିରେ ବେଦାନ୍ତ ଡିଏଭି ସ୍କୁଲର ଛାତ୍ର ଶ୍ରୀୟାଂଶୁ ଦାସ ପ୍ରଥମ, ଲାଞ୍ଜିଗଡ ଏସଏସଡି ହାଇସ୍କୁଲର ଛାତ୍ରୀ ଲକ୍ଷ୍ମୀ ସିଂ ଦ୍ଵିତୀୟ ଓ ପ୍ରାଚୀପୂର୍ଣ୍ଣା ସୁଆର ତୃତୀୟ ସ୍ଥାନ ଅଧିକାର କରିଥିଲେ। ଲାଞ୍ଜିଗଡ ବ୍ଲକ ସମାଜ ପ୍ରତିନିଧି ପରେଶ କୁମାର ନାୟକଙ୍କ ତତ୍ୱାବଧାନରେ ଆୟୋଜିତ ପ୍ରତିଯୋଗିତାରେ ଅତିଥି ଭାବେ ଡା. ନରେନ୍ଦ୍ର ଦାସ, ଲାଞ୍ଜିଗଡ ପ୍ରେସ କ୍ଳବର ସଭାପତି ସୁଶୀଲ କୁମାର ବାଗ, ସାଧାରଣ ସଂପାଦକ ଏମ. ଚନ୍ଦ୍ରଶେଖର, ଉପଦେଷ୍ଟା କୈଳାସ ସାହୁ ଯୋଗ ଦେଇ କୃତୀ ଛାତ୍ରଛାତ୍ରୀଙ୍କୁ ଟ୍ରଫି ଓ ମାନପତ୍ର ସହିତ ପୁରସ୍କୃତ କରିଥିଲେ। ପ୍ରତିଯୋଗିତାର ବିଚାରକ ଭାବେ ଅଧ୍ୟାପକ ଡ. ମାନସ ରଞ୍ଜନ ରଥ, ଆଲୋକ ସାହୁ, ଭବେଶ ପାଟଯୋଶୀ ଦାୟିତ୍ୱ ତୁଲାଇଥିଲେ। ଲାଞ୍ଜିଗଡ ପ୍ରେସ କ୍ଳବର ସଦସ୍ୟ ଧର୍ମେନ୍ଦ୍ର ପଣ୍ଡା କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ସୀମାଞ୍ଚଳ କାଡ୍ରାକା, ମମତା ମାଝୀ, ମଧୁସୂଦନ ବାଗ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Hot this week

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

ହୃଦୟ ହ୍ୟାକ୍‌ କରନ୍ତି ମୋଦୀ

ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନ ସମୟରେ, ବିଜେପି ସାଂସଦ କଙ୍ଗନା...

ଭାରତରେ ନିବେଶ ପାଇଁ ମୋଦୀଙ୍କ ସହ ଆଲୋଚନା କଲେ ମାଇକ୍ରୋସଫ୍ଟ ସିଇଓ

ସମାଜ ଲାଇଭ ଡ଼େସ୍କ : ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା କହିଛନ୍ତି...

ଏହି ଦେଶରେ ବ୍ୟାନ୍ ହେଲା ସୋସିଆଲ ମିଡିଆ

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆରେ ବ୍ୟାନ୍ ହେଲା ସୋସିଆଲ ମିଡିଆ। ଅଷ୍ଟ୍ରେଲିଆ...

ଭକ୍ତଙ୍କ ନେତୃତ୍ୱକୁ ମୋକିମଙ୍କ ଖୋଲା ଚ୍ୟାଲେଞ୍ଜ: ସୋନିଆଙ୍କୁ ଲେଖିଲେ ଚିଠି

ସମାଜ ଡିଜିଟାଲ ଡେସ୍କ: ପିସିସି ସଭାପତି ଭକ୍ତ ଦାସଙ୍କ ନେତୃତ୍ୱକୁ ନେଇ...

Related Articles

Popular Categories