www.samajalive.in
Monday, December 8, 2025
13.1 C
Bhubaneswar

୧୬ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଜରୁରୀକାଳୀନ ନମ୍ବର ‘୧୧୨’ ଶୁଭାରମ୍ଭ

ନୂଆଦିଲ୍ଲୀ : ୧୬ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ମଙ୍ଗଳବାର ଅର୍ଥାତ୍ ଆଜି ଠାରୁ ଜରୁରୀକାଳୀନ ନମ୍ବର ୧୧୨ ଜାରି କରାଯାଇଛି । ଜନସାଧାରଣମାନଙ୍କୁ ତତ୍କାଳୀନ ସେବା ଯୋଗାଇ ଦେବା ପାଇଁ ଏହି ବ୍ୟବସ୍ଥା ହୋଇଛି । ବିଶେଷ କରି ମହିଳାମାନଙ୍କ ସୁରକ୍ଷା ପାଇଁ କେନ୍ଦ୍ର ସରକାର ଏହି ପଦକ୍ଷେପ ନେଇଛନ୍ତି । ଏହା ସହ ଗୃହମନ୍ତ୍ରୀ ରାଜନାଥ ସିଂ ମହିଳାଙ୍କ ସୁରକ୍ଷା ସହ ଜଡିତ ବିଭିନ୍ନ ଯୋଜନାକୁ ଆଜି ଉଦଘାଟନ କରିବେ । ଏଥିରେ ୧୬ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଏମରଜେନ୍ସି ରେସପନ୍ସ ସିଷ୍ଟମ, ଇନଭେଷ୍ଟିଗେସନ ଟ୍ରାକିଂ ସିଷ୍ଟମ, ସେକ୍ସୁଆଲ ଅଫେନ୍ସ ସମ୍ବନ୍ଧିୟ ଏକ ପୋର୍ଟାଲ ସାମିଲ ରହିଛି ।

ଗୃହମନ୍ତ୍ରାଳୟ ସୂଚନା ଅନୁଯାୟୀ, ୧୬ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଏହି ପ୍ରକ୍ରିୟା ଆରମ୍ଭ ହୋଇଛି । ଆନ୍ଧ୍ରପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ, କେରଳ, ମଧ୍ୟପ୍ରଦେଶ, ତେଲେଙ୍ଗାନା, ତାମିଲନାଡୁ, ଗୁଜୁରାଜ, ପଣ୍ଡିଚେରୀ, ଲାକ୍ଷାଦ୍ୱୀପ, ଆଣ୍ଡାମାନ, ଦାଦର ନଗର ହାବେଳୀ, ଡାମନ ଏବଂ ଡିଉ ଏବଂ ଜମ୍ମୁ-କାଶ୍ମୀର ରାଜ୍ୟରେ ଏହି ସୁବିଧା ଯୋଗାଇ ଦିଆଯାଇଛି । ଇଆରଏସଏସ ପୁଲିସ(୧୦୦), ଅଗ୍ନିଶମ ବିଭାଗ(୧୦୧),  ସ୍ବାସ୍ଥ୍ୟ (୧୦୮), ମହିଳା ସୁରକ୍ଷା (୧୦୯୦) ପରିବର୍ତ୍ତେ ‘୧୧୨’  ହେଲ୍ପଲାଇନ ନମ୍ବର ଜାରି କରାଯାଇଛି ।

- Advertisement -

ଗୃହମନ୍ତ୍ରାଳୟର ଜଣେ ଅଧିକାରୀଙ୍କ ସୂଚନାଅନୁଯାୟୀ, ଜରୁରୀକାଳୀନ ସେବା ପାଇଁ ଯେକୌଣସି ଫୋନରୁ ୧୧୨ ନମ୍ବର ଡାଏଲ କରିପାରିବେ । ଯଦି ସ୍ମାର୍ଟଫୋନ ବ୍ୟବହାର କରୁଛନ୍ତି ତେବେ ପାୱାର ବଟନକୁ କିଛି ସମୟ ପାଇଁ ଦବାଇ ରଖିବାକୁ ହେବ । ଯଦି କି-ପ୍ୟାଡ ଫୋନ ହୋଇଥାଏ ତେବେ ୫ କିମ୍ବା ୯କୁ କିଛି ସମୟ ଦବାଇକି ରଖିଲେ ଜରୁରୀକାଳୀନ ବାର୍ତ୍ତା ପହଞ୍ଚିଯିବ । ଆମେରିକାର ୯୧୧ ଭଳି ବିଭିନ୍ନ ଜରୁରୀକାଳୀନ ସେବା ପାଇଁ ସାରାଦେଶରେ ୧୧୨କୁ ଲାଗୁ କରାଯିବ ।

Hot this week

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

ମଣ୍ଡଳ, ମାଇତି ସାଙ୍ଗିଆରେ ରହୁଛନ୍ତି ସନ୍ଦିଗ୍ଧ ବାଂଲାଦେଶୀ

କେନ୍ଦ୍ରାପଡ଼ା : ପାଞ୍ଚ ହଜାର ଟଙ୍କା ଦେଲେ ଭୋଟର ତାଲିକାରେ ଚଢ଼ୁଛି...

କପ୍‌ ୩୦- ଆଶା ଓ ନିରାଶା

ସମ୍ପ୍ରତି ବିଶ୍ୱ ଜଳବାୟୁ ପରିବର୍ତ୍ତନର କ୍ରମବର୍ଦ୍ଧିଷ୍ଣୁ ବିନାଶକାରୀ ପ୍ରଭାବର ସମ୍ମୁଖୀନ ହେଉଥିବା...

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

Related Articles

Popular Categories