www.samajalive.in
Thursday, December 11, 2025
26.1 C
Bhubaneswar

ପୁଣି ଏୟାରଇଣ୍ଡିଆ ବିମାନରେ ତ୍ରୁଟି, କଲକାତାରେ ଜରୁରୀ ଅବତରଣ

ସମାଜ ଡିଜିଟାଲ ଡେସ୍କ: ଏୟାର ଇଣ୍ଡିଆ ବିମାନଗୁଡ଼ିକରେ ବାରମ୍ବାର ଯାନ୍ତ୍ରିକ ତ୍ରୁଟି ଦେଖିବାକୁ ମିଳୁଛି। ଗତ ସୋମବାର ହଂକଂରୁ ଏକ ବିମାନ ଉଡ଼ାଣ ଆରମ୍ଭ କରିବାର ୯୦ ମିନିଟ ପରେ ମଝି ଆକାଶରୁ ପୁଣି ହଂକଂ ଫେରିଥିଲା। ମଙ୍ଗଳବାର ଆଉ ଏକ ବିମାନ ଯାନ୍ତ୍ରିକ ତ୍ରୁଟି କାରଣରୁ କଲକାତା ବିମାନବନ୍ଦରରେ ଜରୁରୀ ଅବତରଣ କରିଛି।

ସୂଚନା ଅନୁସାରେ, ଏୟାରଇଣ୍ଡିଆର ଏହି ବିମାନ ଆମେରିକାର ସାନ୍‌ଫ୍ରାନସିସକୋରୁ ମୁମ୍ବଇ ଆସୁଥିବା ବାଟରେ ଏହାର ବାମପଟ ଇଞ୍ଜିନରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା। ଯାହାଫଳରେ ପାଇଲଟ କଲକାତା ବିମାନ ବନ୍ଦର ଏଟିସି ସହ ଯୋଗାଯୋଗ କରି ସେଠାରେ ଜରୁରୀ ଅବତରଣ କରାଇଥିଲେ। ବିମାନରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ରହିଥିବା ସୂଚନା ମିଳିଛି।

Hot this week

 ବସ୍‌ ସହ ବାଇକ ମୁହାଁ ମୁହିଁ ଧକ୍କା, ୨ ଛାତ୍ରଙ୍କ ମୃତ୍ୟୁ  

ଗୁଣପୁର, - -ରାୟଗଡ଼ା ଜିଲ୍ଲା ରାମନାଗୁଡା ଥାନା ଅନ୍ତର୍ଗତ ପାଲୁପାଇ ନିକଟରେ...

ନବ ନିଯୁକ୍ତଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ: ଦୁର୍ନୀତିଠାରୁ ଲକ୍ଷେ କୋଷ ଦୂରରେ ରୁହନ୍ତୁ

‘ମୁଖ୍ୟମନ୍ତ୍ରୀ ଆଡ଼ିବନ୍ଧ ତିଆରି ଯୋଜନା-୩.୦’ ଲୋକାର୍ପିତ ଭୁବନେଶ୍ୱର: ଯିଏ ଯେଉଁ ପଦବୀରେ ବି...

ଓଡିଶାରେ ଖୋଲିବ ସିଏଜି କାର୍ଯ୍ୟାଳୟର ପୂର୍ବାଞ୍ଚଳ ଶାଖା

ଭୁବନେଶ୍ୱର: ଆସନ୍ତା ଓଡ଼ିଆ ନବବର୍ଷ ଏପ୍ରିଲ ୧୫ ତାରିଖରେ ଭାରତର  ମହାଲେଖା...

ଗୋଟିଏ ଗ୍ଲାସରେ ଥରକେ କରନ୍ତୁ ୧୦ଟି ଇଡିଲି

ସମାଜ ଡିଜିଟାଲ ଡେସ୍କ: ଦକ୍ଷିଣ ଭାରତୀୟ ଖାଦ୍ୟ ଦୋସା ଏବଂ ଇଡିଲିକୁ...

ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ୨ୟ ଟି-୨୦ ମ୍ୟାଚ ଗୁରୁବାର...

Related Articles

Popular Categories