www.samajalive.in
Saturday, December 6, 2025
26.1 C
Bhubaneswar

କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପାଲଲହଡା ଗସ୍ତ

 

ଅନୁଗୋଳ : ଦୀର୍ଘ ଦିନର ପ୍ରତିକ୍ଷା ପରେ ପାଲଲହଡା ନୋଏଣ୍ଟ୍ରି ଛକ ନିକଟରେ ସ୍ବାଧୀନତା ସଂଗ୍ରାମୀ ବୀର ବିର୍ସାମୁଣ୍ଡାଙ୍କ  ପ୍ରତିମୂର୍ତ୍ତୀ ସୋମବାର ଉନ୍ମୋଚିତ ହୋଇଛି । ପ୍ରତିମୂର୍ତ୍ତୀ ସ୍ଥାପନକୁ ନେଇ ସ୍ଥାନୀୟ ଗ୍ରାମବାସୀ ଓ ଆଦିବାସୀଙ୍କ ମଧ୍ୟରେ ଦୀର୍ଘ ଦିନ ହେଲା ଲାଗିଥିବା ବାଦ ବିବାଦ ପରିଶେଷରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ହସ୍ତକ୍ଷେପ ପରେ ସମାଧାନ ହୋଇଥିଲା । ନୋ ଏଣ୍ଟ୍ରି ଛକ ନିକଟରେ ବିର୍ସାମୁଣ୍ଡାଙ୍କ ପ୍ରତିମୂର୍ତ୍ତୀ ସ୍ଥାପନ ପାଇଁ ସ୍ଥାନ ନିରୁପଣ ହେବା ସହ ଆଜି କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନ ପ୍ରତିମୂର୍ତ୍ତୀ ଉନ୍ମୋଚନ କରିଛନ୍ତି ।

- Advertisement -

ଶ୍ରୀ ପ୍ରଧାନ ହେଲିକପ୍ଟରରେ ପାଲଲହଡା ସ୍ଥିତ ଝିମିରିପାଲି ଠାରେ ପହଞ୍ଚିବା ପରେ ଏକ ବିରାଟ ବାଇକ ରାଲିରେ ତାଙ୍କ ନିର୍ବାଚନ ମଣ୍ଡଳୀ ପାଳଲହଡା ଟାଉନ ପରିକ୍ରମା କରି ଏନ.ଏଚ ନୋଏଣ୍ଟ୍ରି ଛକରେ ପହଞ୍ଚି ଆଦିବାସୀ ନେତା ବୀର ବିର୍ସାମୁଣ୍ଡାଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରି ଉନ୍ମୋଚନ କରିଥିଲେ। ପରେ ପାଲଲହଡା ଷ୍ଟାଡିୟମରେ ଏକ ଜନ ସମାବେଶରେ ଯୋଇ ଦେଇଥିଲେ। କେନ୍ଦ୍ର ସରକାରଙ୍କ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ବିଷୟରେ କହିବାସହ ରାଜ୍ୟ ବିଜେଡ଼ି ସରକାରଙ୍କର  କଟୁ ସମାଲୋଚନା କରିଥିଲେ । ଆଗାମୀ ନିର୍ବାଚନରେ ରାଜ୍ୟରେ ୧୯ ବର୍ଷର ବିଜେଡ଼ି ସରକାରକୁ ହଟାଇ ବିଜେପିକୁ ବିଜୟୀ କରିବାପାଇଁ ଆହ୍ୱାନ ଦେଇଥିଲେ । ଏହି ସଭାରେ ଦଶ ହଜାରରୁ ଅଧିକ ଜନ ସମାଗମ ହୋଥିଲେ । ଏଥିରେ ପୂର୍ବତନ ରାଜ୍ୟସଭା ସାଂସଦ ରୁଦ୍ର ନାରାୟଣ ପାଣି, ରାଜ୍ୟ କାର୍ଯ୍ୟକାରଣୀ ସଦସ୍ୟ ଅଶୋକ ମହାନ୍ତି, ପାଳଲହଡା ବ୍ଲକ ଅଧ୍ୟକ୍ଷ ମୁକେଶ କୁମାର ପାଲ, ସମସ୍ତ ଜିଲ୍ଲା ପରିଷଦ ସଭ୍ୟ , ସଭ୍ୟା ଓ ବିଜେପିର ଅନେକ ଉଚ୍ଚ ପଦାଧିକାରୀ ସାମିଲ ହୋଇଥିଲେ ।

Hot this week

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

Related Articles

Popular Categories