www.samajalive.in
Friday, December 5, 2025
26.1 C
Bhubaneswar

ରାଜା ରଘୁବଂଶୀଙ୍କ ଶେଷ ଇନଷ୍ଟାଗ୍ରାମ ପୋଷ୍ଟ ଭାଇରାଲ

ସମାଜ ଡିଜିଟାଲ ଡେସ୍କ: ରାଜା ରଘୁବଂଶୀ ହତ୍ୟାକାଣ୍ଡ ଘଟଣା ପୁରା ଗୁମର ଖୋଲୁଛି ପୁଲିସ । ଘଟଣାରେ ଆଉ ଏକ ଖବର ଏବେ ସାମ୍ନାକୁ ଆସିଛି । ରାଜା ରଘୁବଂଶୀଙ୍କ ଶେଷ ଇନଷ୍ଟାଗ୍ରାମ ପୋଷ୍ଟ ଏବେ ଭାଇରାଲ ହୋଇଛି । ସୋନମ ରାଜାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରୁ ଏକ ପୋଷ୍ଟ ଲେଖିଥିଲେ । ଯାହା ରାଜାଙ୍କ ଶେଷ ସୋସିଆଲ ମିଡ଼ିଆ ପୋଷ୍ଟ ଥିଲା । ଏହି ପୋଷ୍ଟଟି ମେ ୨୩ ତାରିଖ ଦିନ ଅପରାହ୍ନ ୨ଟା ୧୪ମିନିଟରେ ଲେଖାଯାଇଥିଲା । ଏହା ପରେ ରାଜାଙ୍କ ଫୋନ ବନ୍ଦ ହୋଇଯାଇଥିଲା ।

ସେହି ଦିନ ସୋନମ ତାଙ୍କ ଶାଶୁ ଉମା ରଘୁବଂଶୀଙ୍କ ସହ ଶେଷ ଥର କଥା ହୋଇଥିଲେ । ପୋଷ୍ଟ ଲେଖିବା ପରେ ସୋନମ୍‍ ଫୋନ ବନ୍ଦ କରି ବ୍ୟାଗରେ ରଖି କହିଥିଲେ ଯେ ସେ ଚାହାଁନ୍ତି ନାହିଁ କେହି ତାଙ୍କ ହନିମୁନ ସମୟକୁ ଖରାପ କରନ୍ତୁ । ଏହି ପୋଷ୍ଟ ଦେଖିବା ପରେ ରାଜାଙ୍କ ବନ୍ଧୁ ଓ ପରିବାର ଲୋକ ଫୋନ୍‍ କରିଥିଲେ । କିନ୍ତୁ ଫୋନ୍‍ ବନ୍ଦ ହୋଇଯାଇଥିଲା । ଏହାପରେ ରାଜାଙ୍କ ପରିବାର ଲୋକ ଚିନ୍ତାରେ ପଡିଥିଲେ । ପରେ ସେମାନେ ସୋନମଙ୍କୁ ଫୋନ କରିଥିଲେ କିନ୍ତୁ ତାଙ୍କ ଫୋନ୍‍ ମଧ୍ୟ ବନ୍ଦ ରହିଥିଲା ।

- Advertisement -

ମଧ୍ୟପ୍ରଦେଶର ଇନ୍ଦୋର ଜିଲା ପରିବହନ ବ୍ୟବସାୟୀ ରାଜା ରଘୁବଂଶୀଙ୍କୁ ଶିଂଲରେ ହତ୍ୟା କରାଯାଇଥିଲା । ମେ ୨୧ରେ ପତ୍ନୀ ସୋନମଙ୍କ ସହ ହନିମୁନରେ ବୁଲିବାକୁ ଯାଇଥିବା ବେଳେ ୨୩ମେ ରେ ରାଜାଙ୍କୁ ହତ୍ୟା କରାଯାଇଥିଲା । ୯ ଜୁନରେ ସୋନମଙ୍କୁ ପୁଲିସ ଗିରଫ କରିବା ପରେ ପୁରା ଘଟଣାରୁ ପର୍ଦ୍ଦା ହଟିଥିଲା । ତିନି ଜଣଙ୍କୁ ସୁପାରି ଦେଇ ପତ୍ନୀ ହତ୍ୟା କରିଥିବା ପୁଲିସ କହିଛି ।

Hot this week

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

ଏଏନଏମ୍‌ ପ୍ରଶ୍ନ ପତ୍ର ଲିକ୍‌ ପରେ ପରୀକ୍ଷା ବାତିଲ

ମାଲକାନଗିରି: ମାଲକାନଗିରି ଜିଲାରେ ଏଏନଏମ୍‌ ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ହେବା...

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

Related Articles

Popular Categories