ରେଙ୍ଗାଲିକ୍ୟାମ୍ପ : ଅତାବିରା ମାରୱାଡ଼ି ସମ୍ମେଳନ ଓ ମାରୱାଡ଼ି ଯୁବା ମଞ୍ଚର ମିଳିତ ଉଦ୍ୟମରେ ତଥା ରେଟ୍ରୋ ହ୍ୟୁମାନ କେୟାର ଫାଉଣ୍ଡେସନର ସହଯୋଗରେ ଅତାବିରା ଅଗ୍ରସେନ ଭବନରେ ଆୟୁର୍ବେଦିକ ମେଡ଼ିକାଲ ସ୍ୱାସ୍ଥ୍ୟ ପରୀକ୍ଷା ଶିବିରର ତିନି ଦିନ ଧରି ସୁଚାରୁ ରୁପେ ଅନୁଷ୍ଠିତ ହୋଇଯାଇଛି। ତିନି ଦିନ ଧରି ଚାଲିଥିବା ଥିବା ଏହି ଶିବିରରେ ମଧୁମେହ ଏବଂ ରକ୍ତଚାପ,ହୃଦୟ ସମ୍ବନ୍ଧୀୟ ସମସ୍ୟା ,ସମସ୍ତ ପ୍ରକାରର ଗଣ୍ଠି ଯନ୍ତ୍ରଣା ,ହଜମ ପ୍ରକ୍ରିୟା,ମହିଳା ମାସିକ ଧର୍ମ ସମସ୍ୟା (PCOD / PCOS), ସମସ୍ତ ପ୍ରକାରର ଏଲାର୍ଜି ଏବଂ ଚର୍ମ ରୋଗ ସମସ୍ୟା ,ଫ୍ୟାଟି ଲିଭର ସମସ୍ୟା ,ମାଇଗ୍ରେନ୍, ଥାଇରଏଡ୍ ଏବଂ ଅନ୍ୟାନ୍ୟ ଅସାଧ୍ୟ ରୋଗ ଆଦିର ପରୀକ୍ଷା ଉନ୍ନତ ମାନର ଜାପାନୀ ପଦ୍ଧତିରେ କରାଯାଇ ମାଗଣାରେ ଔଷଧ ଦିଆଯାଇଥିଲା । କେବଳ ପଞ୍ଜିକରଣ ପାଇଁ ୧୦୦ ଟଙ୍କା ନିଆଯାଇଥିଲା । ଏହି ଶିବିରକୁ ହ୍ୟୁମାନ କେୟାର ଫାଉଣ୍ଡେସନର ନିର୍ଦ୍ଦେଶକ ଡଃ ଟି ଭେଙ୍କଟ ରାଓଙ୍କ ତତ୍ବାବଧାନରେ ଆୟୋଜିତ ଏହି ଶିବିରକୁ ହ୍ୟୁମାନ କେୟାର ଫାଉଣ୍ଡେସନର ପରିଚାଳକ ଡଃ କେ ରତ୍ନମ , ଡଃ ପିସି ଦଳେଇ, ଡଃ ଶୀତଳ ନନ୍ଦ, ଓ, ସୁନୀଲ ଜିତେ ପରିଚାଳନାରେ ସାହାଯ୍ୟ କରିଥିବାବେଳେ ସମ୍ମେଳନର ଫାଉଣ୍ଡର ପ୍ରେସିଡେଣ୍ଟ ବିଜୟ ମିତ୍ତଳ, ସମ୍ମେଳନର ସଭାପତି ସତ୍ୟ ନାରାୟଣ ଅଗ୍ରୱାଲ, ଯୁବାମଞ୍ଚ ସଭାପତି ପୁଲକିତ ଅଗ୍ରୱାଲ ଓ ଜାଗୃତି ଶାଖା ସଭାନେତ୍ରୀ ରେଖା ଅଗ୍ରୱାଲଙ୍କ ସମେତ ଉମେଶ ଅଗ୍ରୱାଲ, ରାକେଶ ଅଗ୍ରୱାଲ, ଅର୍ପିତ ବାଙ୍କା, ଶିବମ,ପବନ, ପୀୟୂଷ,ଅନୁପ, ସଦିପ,ଅନିକେତ, ସଂଗୀତା, ମଧୁ, ସୁନିତା ପ୍ରମୁଖ କର୍ମକର୍ତ୍ତା ପରିଚାଳନାରେ ସହଯୋଗ କରିଥିଲେ। ଏହି ଶିବିରରେ ତିନି ଦିନରେ ସମୁଦାୟ ୩୦୦ ଜଣଙ୍କ ପରୀକ୍ଷା ନିରୀକ୍ଷା ଜାପାନୀଜ୍ ଟେକ୍ନୋଲୋଜି ମେସିନ ମାଧ୍ୟମରେ ସମ୍ପୂର୍ଣ୍ଣ ଶରୀରର ପରୀକ୍ଷା ନିରୀକ୍ଷା କରିବା ସହ ଔଷଧ ସେବନର ପରାମର୍ଶ ଦିଆଯାଇଥିଲା ।
Popular Categories



