www.samajalive.in
Friday, December 5, 2025
23.1 C
Bhubaneswar

୨୦ରୁ କମ୍‌ ଓ ୨୮ ଡିଗ୍ରୀରୁ ଅଧିକ ତାପମାତ୍ରାରେ ଚଲାଇ ପାରିବେନି ଏସି

ନୂଆଦିଲ୍ଲୀ: ସାରା ଦେଶରେ ପ୍ରବଳ ଗରମ ଏବଂ ଗ୍ରୀଷ୍ମ ପ୍ରବାହ ମଧ୍ୟରେ କେନ୍ଦ୍ର ସରକାର ଏୟାର କଣ୍ଡିସନର(ଏସି) ବ୍ୟବହାର ସମ୍ପର୍କରେ ଏକ ବଡ଼ ଯୋଜନା ଘୋଷଣା କରିଛନ୍ତି। କେନ୍ଦ୍ର ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ମନୋହର ଲାଲ ଖଟ୍ଟର ମଙ୍ଗଳବାର କହିଛନ୍ତି ଯେ, ଏବେ ଏସି ତାପମାତ୍ରା ମାନକୀକରଣ କରାଯିବ। ସେ କହିଛନ୍ତି, ଶକ୍ତି ସଂରକ୍ଷଣ, ବିଦ୍ୟୁତ୍ ବ୍ୟବହାର ହ୍ରାସ ଏବଂ ପରିବେଶ ସନ୍ତୁଳନକୁ ଧ୍ୟାନରେ ରଖି ଏହି ପଦକ୍ଷେପ ନିଆଯାଇଛି। ମନ୍ତ୍ରୀଙ୍କ କହିବାନୁସାରେ, ଏଣିକି ପ୍ରତ୍ୟେକ କ୍ଷେତ୍ରରେ ବ୍ୟବହାର ହେଉଥିବା ଏସିରେ ସର୍ବନିମ୍ନ ତାପମାତ୍ରା ୨୦ ଡିଗ୍ରୀ ଏବଂ ସର୍ବାଧିକ ତାପମାତ୍ରା ୨୮ ଡିଗ୍ରୀ ରହିବ। ଜଳବାୟୁ ପରିବର୍ତ୍ତନ, ବର୍ଦ୍ଧିତ ତାପମାତ୍ରା ଏବଂ ଶୀତଳୀକରଣ ଉପକରଣର ବ୍ୟବହାର ବଢୁଥିବାବେଳେ ଏହି ନିୟମ ଆଣିବାକୁ ଚିନ୍ତା କରିଛନ୍ତି କେନ୍ଦ୍ର ସରକାର। ସାଧାରଣତଃ ଅନ୍ୟାନ୍ୟ ବୈଦ୍ୟୁତିକ ଉପକରଣ ତୁଳନାରେ ଏସିରେ ଅଧିକ ବିଜୁଳି ଶକ୍ତି ଖର୍ଚ୍ଚ ହୋଇଥାଏ, କିନ୍ତୁ ଏହି ନୂତନ ନିୟମ ଆସିବା ଦ୍ୱାରା ଏସି ଲାଗିବା ସମୟରେ ବିଜୁଳି ଶକ୍ତି ହ୍ରାସ କରିବାରେ ସହାୟକ ହେବ।

ବର୍ତ୍ତମାନ ଏସିଗୁଡ଼କ ସର୍ବନିମ୍ନ ୧୬ ଡିଗ୍ରୀରୁ ସର୍ବାଧିକ ୧୮ ଡିଗ୍ରୀ ଯାଏ ତାପମାତ୍ରାରେ ଚାଲୁଛି। ଯାହାଫଳରେ ଏସିରେ ଅତ୍ୟନ୍ତ କମ କୁଲିଂ ସେଟିଂ ଯୋଗୁଁଁ ବିଜୁଳି ବିଲ୍ ବୃଦ୍ଧି ପାଇବା ସହ ବିଜୁଳି ଶକ୍ତି ଅଧିକ ଖର୍ଚ୍ଚ ହେଉଛି।

Hot this week

ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍‌

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରାଜଘାଟରେ ପହଞ୍ଚି ଜାତିର ପିତା...

ଫେବୃଆରୀ ୧୯ରୁ ମାଟ୍ରିକ୍‌ ପରୀକ୍ଷା; ଗଣତି ପରୀକ୍ଷା ଦିନ ଅଧିକ ୧୫ମିନିଟ୍‌

ସମାଜ ଡିଜିଟାଲ ଡେସ୍କ: ଫେବୃଆରୀ ୧୯ରୁ ରାଜ୍ୟରେ ଆରମ୍ଭ ହେବ ମାଟ୍ରିକ୍‌...

Related Articles

Popular Categories