www.samajalive.in
Sunday, December 7, 2025
15.1 C
Bhubaneswar

ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପାଇଁ ନିର୍ମାଣ ହେବ ସଡ଼କ

ଭୁବନେଶ୍ବର : ଓଡ଼ିଶା ପ୍ରତିବର୍ଷ ପ୍ରାକୃତିକ ବିପର୍ଯ୍ୟୟରେ ସମ୍ମୁଖୀନ ହେଉଛି। କେଉଁବର୍ଷ ଅତ୍ୟଧିକ ବର୍ଷା ଯୋଗୁ ବନ୍ୟା ଆସୁଛି ତ ଆଉ କେଉଁ ବର୍ଷ ବାତ୍ୟା ଦାଉ ସାଜୁଛି। ପୁଣି ପ୍ରବଳ ବର୍ଷାରେ ରାସ୍ତାଘାଟ ଧୋଇ ହୋଇ ଯାଉଛି। ପାହାଡିଆ ଅଞ୍ଚଳରେ ଭୂସ୍ଖଳନ ହେଉଛି। ପ୍ରାକୃତିକ ବିପର୍ଯ୍ୟୟ ସମୟରେ ରାସ୍ତାଗୁଡିକ ନଷ୍ଟ ହୋଇ ଯାଉଥିବାରୁ ପ୍ରଶାସନ ବିପର୍ଯ୍ୟସ୍ତଙ୍କ ପାଖରେ ଶୀଘ୍ର ପହଞ୍ଚି ପାରୁନାହିଁ। ଉଦ୍ଧାର କାର୍ଯ୍ୟ ବିଳମ୍ବ ହେଉଥିବା ବେଳେ ସ୍ଥାନୀୟ ଲୋକ ମଧ୍ୟ ସୁରକ୍ଷିତ ଭାବେ ନିରାପଦ ସ୍ଥାନକୁ ଯା’ଆସ କରିପାରୁ ନାହାନ୍ତି। ରାଜ୍ୟ ସରକାର ପ୍ରାକୃତିକ ବିପର୍ଯ୍ୟୟ ପ୍ରବଣ ଗ୍ରାମାଞ୍ଚଳରେ ବିପର୍ଯ୍ୟୟକୁ ସମ୍ମୁଖୀନ ହେଲାଭଳି ସଡ଼କ ନିର୍ମାଣ କରିବାକୁ ଯାଉଛନ୍ତି। ‘ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା-ବିପର୍ଯ୍ୟୟ ସ୍ଥାୟୀ ସଡ଼କ’ ଯୋଜନା ଆଣି ମଜଭୁତ ସଡ଼କ ନିର୍ମାଣ କରିବାକୁ ଯୋଜନା ପ୍ରସ୍ତୁତ କରିଛନ୍ତି। ଏଥିପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନସ୍ଥ ଆରଡବ୍ଲ୍ୟୁର ମୁଖ୍ୟଯନ୍ତ୍ରୀ ଏକ ନିୟମାବଳୀ ପ୍ରସ୍ତୁତ କରିଛନ୍ତି।
ରାଜ୍ୟରେ ବନ୍ୟା, ବାତ୍ୟା, ଅତ୍ୟଧିକ ବର୍ଷା, ଭୂସ୍ଖଳନ ଆଦି ପ୍ରାକୃତିକ ବିପର୍ଯ୍ୟୟ ଓଡ଼ିଶାର ଆର୍ଥିକ, ସାମାଜିକ ମାନଦଣ୍ଡକୁ ଦୋହଲାଇ ଦେଉଛି। ଲୋକମାନେ ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହେଉଛନ୍ତି। ଦୀର୍ଘଦିନ ଧରି ଶିକ୍ଷାନୁଷ୍ଠାନ, ସ୍ବାସ୍ଥ୍ୟକେନ୍ଦ୍ର, ବଜାର, କୃଷିକ୍ଷେତ୍ରକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇ ପଡୁଛି। ଏହାକୁ ଦୃଷ୍ଟି ରଖି ସରକାର ‘ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି’ରୁ ଗ୍ରାମ୍ୟ ଉନ୍ନୟନ ବିଭାଗ ମାଧ୍ୟମରେ ୫୦୦କି.ମି. ସଡ଼କ ନିର୍ମାଣ କରିବାକୁ ଯାଉଛନ୍ତି। ଏଥିପାଇଁ ମୋଟ ୧୦୦୦ କୋଟି ଟଙ୍କା ଖର୍ଚ୍ଚ କରାଯିବ ଏବଂ ଉକ୍ତ ଯୋଜନା ୫ବର୍ଷ ପାଇଁ କାର୍ଯ୍ୟକାରୀ ହେବ। ଆର୍ଥିକ ବର୍ଷ ୨୦୨୫-୨୬ରେ ୫୦କୋଟି ଟଙ୍କା ଖର୍ଚ୍ଚ ହେବାକୁ ଥିବାବେଳେ ୨୦୨୬-୨୭ବର୍ଷରେ ୨୦୦ କୋଟି, ୨୦୨୭-୨୮ବର୍ଷରେ ୨୦୦ କୋଟି, ୨୦୨୮-୨୯ବର୍ଷରେ ୨୫୦ କୋଟି ଏବଂ ୨୦୨୯-୩୦ବର୍ଷରେ ୩୦୦ କୋଟି ଟଙ୍କା ଖର୍ଚ୍ଚ କରାଯିବ। ଏହି ଯୋଜନା ନିମନ୍ତେ ଆର୍ଥିକ ବର୍ଷ ୨୦୨୫-୨୬ ବଜେଟରେ ସରକାର ୩୦ କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି। ଆବଶ୍ୟକସ୍ଥଳେ ଟେଣ୍ଡର, ସଡ଼କ ନିର୍ମାଣ କାର୍ଯ୍ୟକୁ ଅନୁଧ୍ୟାନ କରି ଖର୍ଚ୍ଚ ଅଟ୍ଟକଳ ବୃଦ୍ଧି କରାଯାଇ ପାରିବ।
ଏହି ସଡ଼କ ନିର୍ମାଣ କରାଯିବା ଦ୍ବାରା ପ୍ରାକୃତିକ ବିପର୍ଯ୍ୟୟ ସମୟରେ ସ୍ଥାନୀୟ ଲୋକ ସୁବିଧାରେ ସେମାନଙ୍କ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଧରି ଗୋଟିଏ ସ୍ଥାନରୁ ଅନ୍ୟତ୍ର ଯିବା ଆସିବା କରିପାରିବେ। ଗ୍ରାମାଞ୍ଚଳରେ ଏହି ସଡ଼କ କେବଳ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା କରିବାରେ ସହାୟକ ହେବ ନାହିଁ, ବରଂ ସ୍ଥାନୀୟ ବାସିନ୍ଦାଙ୍କ ସାମାଜିକ ଓ ଅର୍ଥନୈତିକ କ୍ଷେତ୍ରରେ ପରିବର୍ତ୍ତନ ଆଣିବ। ରାଜ୍ୟ ସରକାର ନିଜସ୍ବ ସମ୍ବଳରେ ଉକ୍ତ ଯୋଜନାକୁ କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories