www.samajalive.in
Sunday, December 7, 2025
16.1 C
Bhubaneswar

ମେ’ ମାସରେ ବଜ୍ରପାତରେ ୧୯୯ ମୃତ, ଓଡିଶାରୁ ୨୯

ଡେସ୍କ: ପ୍ରଯୁକ୍ତି ବିଦ୍ୟା ଓ ଜ୍ଞାନ କୌଶଳ ବ୍ୟବହାର କରି ଦିଆଯାଉଥିବା ଆଗୁଆ ବଜ୍ରପାତ ସତର୍କତା ସଠିକ ସମୟରେ ଲୋକମାନଙ୍କ ପାଖରେ ପହଂଚି ନ ପାରିବା ଫଳରେ ଦେଶରେ ଗତ ମେ’ ମାସରେ ୧୯୯ ଜଣଙ୍କ ପ୍ରାଣହାନୀ ଘଟିଛି। ସେହି ସମୟ ମଧ୍ୟରେ ଦେଶରେ ପ୍ରାକୃତିକ ବିପର୍ଯ୍ୟୟ ଯୋଗୁ ୨୬୦ ଜଣଙ୍କର ପ୍ରାଣହାନୀ ଘଟିଥିବା ବେଳେ କେବଳ ବଜ୍ରପାତରେ ୧୯୯ ବ୍ୟକ୍ତିଙ୍କର ମୃତ୍ୟୁ ହେଇଥିବା ସୂଚନା ଦେଇଛନ୍ତି ଆଇଆଇଟି ମୁମ୍ବାଇରେ ଜଳବାୟୁ ଓ ପାଣିପାଗ ଉପରେ ଗବେଷଣା କରୁଥିବା ବିଶ୍ୱଜିତ ସାହୁ। ୱେଦର ମ୍ୟାନ ଭାବେ ପରିଚିତ ବିଶ୍ୱଜିତ ନିଜ ଟ୍ୱିଟର ହ୍ୟାଣ୍ଡେଲ ‘@OdishaWeather7’ରେ ଏହି ତଥ୍ୟ ଦେଇଛନ୍ତି।

ସୂଚନା ମୁତାବକ, ଓଡିଶାର ଉତ୍ତର, ଦକ୍ଷିଣ ଏବଂ ଆଭ୍ୟନ୍ତରୀଣ ଅଞ୍ଚଳରେ ବଜ୍ରପାତ ଜନିତ ମୃତ୍ୟୁ ଅଧିକ। ସମ୍ପ୍ରତି ଫକୀର ମୋହନ ବିଶ୍ୱବିଦ୍ୟାଳୟ ଦ୍ୱାରା କରାଯାଇଥିବା ଅଧ୍ୟୟନରୁ ଜଣାପଡିଛି, ଗତ ୩ ମାସ ଅର୍ଥାତ ମାର୍ଚ୍ଚରୁ ମେ’ ମାସ ମଧ୍ୟରେ ବଜ୍ରପାତ ଯୋଗୁ ୪୮ ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୮୬ଟି ଗୃହପାଳିତ ପଶୁଙ୍କ ମୃତ୍ୟୁ ଘଟିଛି।

- Advertisement -


ସେହି ସମୟ ମଧ୍ୟରେ କୋରାପୁଟରେ ସର୍ବାଧିକ ୧୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ମୟୁରଭଞ୍ଜରେ ୭ ଜଣ, ଗଂଜାମ ଓ ନବରଙ୍ଗପୁରରେ ୬ ଜଣ ଲେଖାଏଁ, ରାୟଗଡାରେ ୪ ଜଣ, ଅନୁଗୁଳ, ବାଲେଶ୍ୱର, ବରଗଡ଼ ଓ ସୁନ୍ଦରଗଡ଼ରେ ୩ ଜଣ ଲେଖାଏଁ ଏବଂ ପୁରୀ. ଢେଙ୍କାନାଳ, କଳାହାଣ୍ଡି ଏବଂ ବଲାଙ୍ଗୀରରେ ୨ ଜଣ ଲେଖାଏଁ ଲୋକଙ୍କ ମୃତ୍ୟୁ ଘଟିଛି।

ଓଡ଼ିଶାରେ ୨୦୧୯ରୁ ୨୦୨୪ ମଧ୍ୟରେ ବଜ୍ରପାତ ଯୋଗୁ ୧ ହଜାର ୬୨୫ ଜଣଙ୍କ ମୃତ୍ୟୁ ଘଟିଛି। ମେ’ ମାସ ୧୬ରେ ବଜ୍ରପାତରେ ଗୋଟିଏ ଦିନରେ ୧୭ ଜଣଙ୍କ ମୃତ୍ୟୁ ହୋଇଥିବା ରେକର୍ଡ କରାଯାଇଥିବା ବେଳେ ସେଥିମଧ୍ୟରେ କୋରାପୁଟରେ ୪ ଜଣ, ଗଂଜାମରେ ୩ ଜଣ, ନବରଙ୍ଗପୁର, ଯାଜପୁର ଓ ଢେଙ୍କାନାଳରେ ୨ ଜଣ ଲେଖାଏଁ ଏବଂ ରାୟଗଡା, କଟକ, ମୟୁରଭଞ୍ଜ ଓ ଗଜପତିରେ ଜଣେ ଲେଖାଏଁ ଲୋକଙ୍କ ମୃତ୍ୟୁ ହୋଇଥିଲା। ସୂଚନା ଅନୁଯାୟୀ, ଗତ ମେ’ ମାସରେ ବଜ୍ରପାତରେ ରାଜ୍ୟରେ ୨୯ ଜଣ ପ୍ରାଣ ହରାଇଛନ୍ତି।

ସମୟ

ମୃତ୍ୟୁ ସଂଖ୍ୟା

ଜିଲ୍ଲା

ମେ’ ୧୪ କୋରାପୁଟ
ମେ’ ୧୫ ରାୟଗଡା
ମେ’ ୧୬ ୧୦ କୋରାପୁଟ, ଗଞ୍ଜାମ, ଯାଜପୁର
ମେ’ ୧୭ ୧୫ ସାରା ଓଡ଼ିଶା
ମୋଟ ମୃତ୍ୟୁ ସଂଖ୍ୟା ୨୯  

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories