www.samajalive.in
Thursday, December 11, 2025
18.1 C
Bhubaneswar

ସାପ ଅଣ୍ଡାରୁ ଜନ୍ମନେଲେ ୧୩ ନାଗ

ପିପିଲି: ପୁରୀ ଜିଲା ପିପିଲି ବ୍ଲକ ଅନ୍ତର୍ଗତ ସଁପୁର ଗ୍ରାମରୁ ଉଦ୍ଧାର କରାଯାଇଥିବା ସାପ ଅଣ୍ଡାରୁ ୧୩ଟି ନାଗ ଜନ୍ମ ନେବା ଘଟଣା ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି । ରବିବାର ସ୍ନେକ୍‍ ହେଲ୍ପ ଲାଇନ ସଦସ୍ୟ ସୁଶାନ୍ତ କୁମାର ବେହେରା ଏହି ୧୩ଟି ନାଗଛୁଆଙ୍କୁ ନେଇ ପାଣିଥିବା ଏକ ପ୍ରାକୃତିକ ଆବାସସ୍ଥଳରେ ଛାଡିଥିବା ସୂଚନା ମିଳିଛି ।

ସୂଚନା ଅନୁଯାୟୀ, ସଁପୁର ଗ୍ରାମର ଲକ୍ଷ୍ମୀଧର ପ୍ରଧାନଙ୍କ ଗୁହାଳ ଘରେ ଗତ ମେ’ ମାସ ୧୨ ତାରିଖ ଦିନ ଏକ ନାଗସାପ ଦେଖାଯିବା ଓ ସାପଟି ଗୁହାଳ ଘର ଭାଡିତଳେ ଥିବା ଏକ ଗାତରେ ପଶିଯିବାର ଦେଖିବାପରେ ଲକ୍ଷ୍ମୀଧର ସ୍ନେକ ହେଲ୍ପ ଲାଇନ ସଦସ୍ୟ ସୁଶାନ୍ତ କୁମାର ବେହେରାଙ୍କୁ ଡାକିଥିଲେ । ସୁଶାନ୍ତ ସେଠାରେ ପହଞ୍ଚିବା ପରେ ସାପ ପଶିଥିବା ଗାତକୁ ଖୋଳାଯାଇଥିଲା । ତେବେ ଗାତ ମଧ୍ୟରେ ୧୩ଟି ସାପ ଅଣ୍ଡା ଥିବା ଦେଖିବାପରେ ସୁଶାନ୍ତ ଅଣ୍ଡାଗୁଡିକୁ ଅତି ସତର୍କତାର ସହ ଉଦ୍ଧାର କରି ଏକ କାଗଜ ପେଟିରେ ରଖିଥିଲେ । ଏହାପରେ ଗୁହାଳର ଚଟାଣକୁ ଖୋଳିବା ପରେ ଚଟାଣ ତଳୁ ୪ଫୁଟ ଲମ୍ବର ନାଗୁଣୀକୁ ଉଦ୍ଧାର କରାଯାଇଥିଲା । ବନବିଭାଗର ପରାମର୍ଶ ଅନୁଯାୟୀ ସାପଟିକୁ ସେହିଦିନ ଅନ୍ୟତ୍ର ଏକ ପ୍ରାକୃତିକ ଆବାସ ସ୍ଥଳରେ ଛାଡି ଦିଆଯାଇଥିଲା । ଉଦ୍ଧାର ହୋଇଥିବା ୧୩ଟି ସାପ ଅଣ୍ଡାକୁ କୃତ୍ରିମ ଉପାୟରେ ଫୁଟାଇବା ପାଇଁ ସୁଶାନ୍ତ ସୁରକ୍ଷିତ ଭାବେ ରଖିଥିଲେ । ରବିବାର ସକାଳେ ୧୩ଟି ଯାକ ଅଣ୍ଡାରୁ ୧୩ଟି ନାଗସାପ ଛୁଆ ଫୁଟି ବାହାରିଥିବା ଦେଖାଯାଇଛି ।

- Advertisement -

ଏ ସଂପର୍କରେ ସ୍ନେକ୍‍ ହେଲ୍ପ ଲାଇନର ସାଧାରଣ ସଂପାଦକ ଶୁଭେନ୍ଦୁ ମଲ୍ଲିକ କହିଛନ୍ତି ଯେ, ଏବେ ଓଡ଼ିଶାରେ ସବୁ ଆଡେ ନାଗସାପ ଅଣ୍ଡା ଫୁଟିବା ଆରମ୍ଭ ହୋଇଗଲାଣି । ବର୍ଷାଦିନେ ଲୋକଙ୍କ ବାଡ଼ିବଗିଚାରେ ଅନାବନା ଘାସ ସବୁ ବଢି ଯାଇଥାଏ । ତେଣୁ ତୁରନ୍ତ ନିଜନିଜର ବାଡିବଗିଚାକୁ ସଫା କରିଦିଅନ୍ତୁ । ନହେଲେ ଯଦି କାହା ବାଡିବଗିଚାରେ ସାପ ଅଣ୍ଡା ଦେଇଥିବେ, ଏକାଥରକେ ଅନେକ ସାପଛୁଆ ଜନ୍ମନେଇ ସେହି ବଗିଚାରେ ବୁଲିବେ । ଫଳରେ ଲୋକଙ୍କ ଜୀବନ ପ୍ରତି ବିପଦ ବଢିଯିବ । ବଡ ବଡ ନାଗ, ତମ୍ପ ଆଦି ସାପ ବାଡିରେ ବୁଲିଲେ ତାହା ଲୋକଙ୍କ ଦୃଷ୍ଟିଗୋଚର ହୋଇଥାଏ । କିନ୍ତୁ ଫୁଟେ ଲମ୍ବର ସାପଛୁଆ ବଡ ବଡ ଘାସ ମଧ୍ୟରେ ଲୁଚିଯାଆନ୍ତି ଓ ଲୋକଙ୍କ ଦୃଷ୍ଟିରେ ସହଜରେ ଧରାପଡିବେ ନାହିଁ । ଖାଲି ସେତିକି ନୁହେଁ ସାପ ଛୁଆମାନେ କବାଟ ତଳେ ଗଳି ଯାଇ ଘର ଭିତରକୁ ପଶିଯିବାର ସମ୍ଭାବନା ମଧ୍ୟ ରହିଛି । ସେଥିପାଇଁ କବାଟ ତଳେ ଥିବା ଫାଙ୍କ ବନ୍ଦ କରିବା ସହିତ ରୋଷେଇ ଘର, ଗାଧୁଆ ଘର ଆଦିରେ ଥିବା ପାଣିନଳା ସ୍ଥାନରେ ଲାଗିଥିବା ଭଙ୍ଗାଜାଲିକୁ ବଦଳାଇ ଦେବାକୁ ଶୁଭେନ୍ଦୁ ପରାମର୍ଶ ଦେଇଛନ୍ତି । କାରଣ ବାହାରୁ ଆସିଥିବା ଡ୍ରେନ୍‍ ପାଇପ ଯୋଗେ ସେହି ଭଙ୍ଗା ଜାଲି ବାଟ ଦେଇ ଅଧିକାଂଶ ସମୟରେ ସାପ ଘର ଭିତରକୁ ପଶିଥାଆନ୍ତି ବୋଲି ଶୁଭେନ୍ଦୁ ସତର୍କ କରାଇଛନ୍ତି ।

 

Hot this week

୨୦ ବର୍ଷ ପରେ ନୂଆ ଜୀବନ ପାଇଲେ ବିଶ୍ଵଭୂଷଣ

ଭୁବନେଶ୍ୱର: ଯୁବ ଅବସ୍ଥାରେ ଅଣ୍ଟା ଭାଙ୍ଗିପଡ଼ିଥିଲା। ୮୦ ବର୍ଷର ବୃଦ୍ଧ ପରି...

ହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ବଡବାଙ୍କୀ ପଞ୍ଚାୟତ ସାନବାଙ୍କି ଗ୍ରାମରେ...

ପରିବାରରୁ ଦୁର୍ନୀତି ବିରୋଧରେ ଶିକ୍ଷା ଦିଆଯାଉ: ଜଷ୍ଟିସ ନାୟକ

ଦୁର୍ନୀତି ମୁକ୍ତ ଓଡ଼ିଶା ସାମୂହିକ ସଂକଳ୍ପ ହେଉ: ରାଜ କୁମାର ଭୁବନେଶ୍ବର :...

ମହିଳାଙ୍କୁ ଦୁର୍ବ୍ୟବହାର- ବୃଦ୍ଧଙ୍କୁ ଲଣ୍ଡା କରି ଚପଲ ମାଳ ପିନ୍ଧାଇଲେ

ଭବାନୀପାଟଣା - ଜଣେ ମହିଳାଙ୍କୁ ଦୁର୍ବ୍ୟବହାର କରିବା ଅଭିଯୋଗରେ ସଦରଥାନା ଅନ୍ତର୍ଗତ...

୨୦୦ ଥର ବସଉଠ କରାଇଲେ ଶିକ୍ଷୟିତ୍ରୀ, ଚେତା ହରାଇଲେ ଛାତ୍ରୀ

ସମାଜଲାଇଭ ଡେସ୍କ: ଛାତ୍ରୀଙ୍କୁ ଦୁଇ ଶହ ଥର ବସଉଠ କରାଇଲେ ଶିକ୍ଷୟିତ୍ରୀ।...

Related Articles

Popular Categories