www.samajalive.in
Wednesday, December 10, 2025
26.1 C
Bhubaneswar

ଦେଖନ୍ତୁ ଭିଡିଓ: ରାଜପଥରେ ହେଲିକପ୍ଟରର ଜରୁରୀ ଅବତରଣ, ଭାଙ୍ଗିଗଲା ପଛ ଭାଗ

କେଦାରନାଥ,୭ା୬: ଉତ୍ତରାଖଣ୍ଡର ରୁଦ୍ରପ୍ରୟାଗରୁ କେଦାରନାଥ ଯାତ୍ରା କରୁଥିବା ଏକ ହେଲିକପ୍ଟର ଶନିବାର ରାଜପଥ ଉପରେ ଜରୁରୀ ଅବତରଣ କରିଥିବା ଜଣାପଡିଛି। ପାଞ୍ଚଜଣ ଶ୍ରଦ୍ଧାଳୁଙ୍କୁ ନେଇ ଉକ୍ତ ହେଲିକପ୍ଟରଟି ଅପରାହ୍ଣ ୧୨ଟା ୫୦ ମିନିଟ ସମୟରେ ବଦାସୁ ହେଲିପ୍ୟାଡ୍‌ରୁ କେଦାରନାଥ ଅଭିମୁଖେ ଯାତ୍ରାରମ୍ଭ କରିଥିଲା। ତେବେ ଆକାଶକୁ ଉଠିବାର କିଛି ସମୟ ମଧ୍ୟରେ ଯାନ୍ତ୍ରିକ ତ୍ରୁଟି ଦେଖାଦେବାରୁ ପାଇଲଟ ଆର.ପି.ଏସ.ସୋଢି ରୁଦ୍ରପ୍ରୟାଗ ଜିଲାର ଗୁପ୍ତକାଶୀଠାରେ ହେଲିକପ୍ଟରକୁ ରାଜପଥରେ ଅବତରଣ କରାଇବାକୁ ବାଧ୍ୟ ହୋଇଥିଲେ। ଏହି ଘଟଣାରେ ରାଜପଥରେ ଯାଉଥିବା ଗୋଟିଏ କାର୍‌ କ୍ଷତିଗ୍ରସ୍ତ ହୋଇଛି। ସମସ୍ତ ଶ୍ରଦ୍ଧାଳୁ ସୁରକ୍ଷିତ ଥିବାବେଳେ ସାମାନ୍ୟ ଆହତ ହୋଇଥିବା ପାଇଲଟଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଗିଲା ପ୍ରଶାସନ ପକ୍ଷରୁ ଦୁର୍ଘଟଣାର ତଦନ୍ତ ନିର୍ଦେଶ ଦିଆଯାଇଛି। ଅବତରଣ ସମୟର ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ପ୍ରଘଟ ହେଉଛି।

Hot this week

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

ହୃଦୟ ହ୍ୟାକ୍‌ କରନ୍ତି ମୋଦୀ

ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନ ସମୟରେ, ବିଜେପି ସାଂସଦ କଙ୍ଗନା...

ଭାରତରେ ନିବେଶ ପାଇଁ ମୋଦୀଙ୍କ ସହ ଆଲୋଚନା କଲେ ମାଇକ୍ରୋସଫ୍ଟ ସିଇଓ

ସମାଜ ଲାଇଭ ଡ଼େସ୍କ : ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା କହିଛନ୍ତି...

ଏହି ଦେଶରେ ବ୍ୟାନ୍ ହେଲା ସୋସିଆଲ ମିଡିଆ

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆରେ ବ୍ୟାନ୍ ହେଲା ସୋସିଆଲ ମିଡିଆ। ଅଷ୍ଟ୍ରେଲିଆ...

Related Articles

Popular Categories