www.samajalive.in
Tuesday, December 9, 2025
17.1 C
Bhubaneswar

ସମସ୍ତ ଗ୍ରହଙ୍କ ମଧ୍ୟରେ ଶକ୍ତିଶାଳୀ ସୂର୍ଯ୍ୟଦେବ

ଜ୍ୟୋତିଷଶାସ୍ତ୍ର ଅନୁସାରେ, ସୂର୍ଯ୍ୟଙ୍କୁ ସମସ୍ତ ଗ୍ରହଙ୍କ ମଧ୍ୟରେ ଶକ୍ତିଶାଳୀ କୁହାଯାଇଛି। ଧାର୍ମିକ ମାନ୍ୟତା ଅନୁଯାୟୀ, ସୂର୍ଯ୍ୟଙ୍କୁ ଦେବତା ବୋଲି ମଧ୍ୟ କୁହାଯାଏ। ତାଙ୍କୁ ପ୍ରତ୍ୟକ୍ଷ ଦେବତା କୁହାଯାଇଛି। ବୈଜ୍ଞାନିକ ଦୃଷ୍ଟି କୋଣରୁ ସୂର୍ଯ୍ୟଙ୍କୁ ବିଶେଷ ମହତ୍ତ୍ବ ଦିଆଯାଇଛି। ତାଙ୍କୁ ସକାରାତ୍ମକ ଶକ୍ତିର ପ୍ରତୀକ ବୋଲି ମଧ୍ୟ କୁହାଯାଏ। ସୂର୍ଯ୍ୟଙ୍କ କିରଣ ଦ୍ବାରା ଶରୀରରେ ଥିବା ବ୍ୟାକ୍ଟେରିଆ ନଷ୍ଟ ହୋଇଯାଏ ଏବଂ ବ୍ୟକ୍ତି ସୁସ୍ଥ ରହେ।

ଧାର୍ମିକ ଦୃଷ୍ଟିକୋଣରୁ ଦେଖିବାକୁ ଗଲେ, ପ୍ରାତଃ ସମୟରେ ସୂର୍ଯ୍ୟଦେବଙ୍କ ଦର୍ଶନ କରିବା ଦ୍ବାରା ସମସ୍ତ କାର୍ଯ୍ୟ କରିବାକୁ ପ୍ରେରଣା ମିଳିଥାଏ। ଏହାସହ ଶରୀରକୁ କାର୍ଯ୍ୟ କରିବାକୁ ଶକ୍ତି ମିଳିଥାଏ। ପ୍ରତ୍ୟେକ ଦିନ ପ୍ରାତଃ ସମୟରେ ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରିବା ଦ୍ବାରା ଭାଗ୍ୟ ଉଜ୍ବଳ ହୋଇଥାଏ। ସମସ୍ତ କାର୍ଯ୍ୟ ବିନା କୌଣସି ବାଧାବିଘ୍ନରେ ସମ୍ପୂର୍ଣ୍ଣ ହୋଇଥାଏ। ଜ୍ୟୋତିଷଶାସ୍ତ୍ରରେ ଉଲ୍ଲେଖ ରହିଛି ଯେ, ସୂର୍ଯ୍ୟଙ୍କ ଦ୍ବାରା ବ୍ୟକ୍ତିକୁ ସମ୍ମାନ ପ୍ରାପ୍ତି ହୋଇଥାଏ। ନିୟମିତ ରୂପେ ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରିବା ଦ୍ବାରା ବ୍ୟକ୍ତିଙ୍କ ବ୍ୟକ୍ତିତ୍ବ ପ୍ରଭାବଶାଳୀ ହୋଇଥାଏ। ତାଙ୍କୁ ସମସ୍ତ ବ୍ୟକ୍ତିଙ୍କ ସହଯୋଗ ମିଳିଥାଏ। ଏବଂ ସମ୍ମାନ ମଧ୍ୟ ପ୍ରାପ୍ତି ହୋଇଥାଏ।

- Advertisement -

କୁହାଯାଇଛି ଯେ, ଯେଉଁ ବ୍ୟକ୍ତି ନିୟମିତ ରୂପେ ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରନ୍ତି ତାଙ୍କ ଉପରେ ସର୍ବଦା ସୂର୍ଯ୍ୟଙ୍କ କୃପା ରହିଥାଏ। ଏହାଦ୍ବାରା ବ୍ୟକ୍ତି ଏକାଗ୍ରତା ରହିଥାଆନ୍ତି। କିଛି ଶିଖିବାର କ୍ଷମତା ବୃଦ୍ଧି ପାଇଥାଏ। ସେହି ବ୍ୟକ୍ତିମାନେ ସମସ୍ତ ଜଟିଳ କାର୍ଯ୍ୟ ସରଳ ଭାବେ କରିପାରନ୍ତି।

ସକାଳର ସୂର୍ଯ୍ୟଙ୍କ କିରଣରେ କିଛି ସମୟ ରହିବା ଦ୍ବାରା ଶରୀରକୁ ଭିଟାମିନ-ଡି ମିଳିଥାଏ। ଏହାଦ୍ବାରା ଶରୀର ସୁସ୍ଥ ରହିଥାଏ। ଏହାଦ୍ବାରା ହୃଦୟ, ତ୍ବଚା, ଆଖି, ଯକୃତ ଇତ୍ୟାଦି ସୁସ୍ଥ ରହିଥାଏ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories