www.samajalive.in
Tuesday, December 9, 2025
16.1 C
Bhubaneswar

୮୫୫ କୋଟିର ସମ୍ପତ୍ତି ବିକ୍ରି କଲେ ଅଭିନେତା ଜିତେନ୍ଦ୍ର

ମୁମ୍ବଇ: ବଲିଉଡ ଅଭିନେତା ଜିତେନ୍ଦ୍ର ଓ ତାଙ୍କ ପରିବାର ସଦସ୍ୟ ମୁମ୍ବଇ ଅନ୍ଧେରୀସ୍ଥିତ ୨.୩୯ ଏକର ବିଶିଷ୍ଟ ଦୁଇଟି ପ୍ଲଟ୍‌କୁ ୮୫୫ କୋଟି ଟଙ୍କାରେ ବିକ୍ରି କରିଛନ୍ତି। ପରିବାର ମାଲିକାନାଧୀନ ଥିବା କମ୍ପାନୀ ପାନଥିୟନ ବିଲ୍ଡକନ୍‌ ପ୍ରାଇଭେଟ ଲିମିଟେଡ ଓ ତୁଷାର ଇନ୍‌ଫ୍ରା ଡେଭଲର୍ପସ ପ୍ରାଇଭେଟ ଲିମିଟେଡ ମାଧ୍ୟମରେ ସମ୍ପତ୍ତିକୁ ବିକ୍ରି କରାଯାଇଛି। ସମ୍ପତ୍ତିକୁ ଏନ୍‌ଟିଟି ଗ୍ଲୋବାଲ ଡାଟା ସେଣ୍ଟର ଓ କ୍ଲାଉଡ୍‌ ଇନ୍‌ଫ୍ରାଷ୍ଟ୍ରକଚ୍‌ର ଇଣ୍ଡିଆ ପ୍ରାଇଭେଟ ଲିମିଟେଡ ନାମକ ଦୁଇଟି କମ୍ପାନୀ କିଣିଛନ୍ତି।

ଏହି ସମ୍ପତ୍ତି ବିକ୍ରି ବାବଦକୁ ୮.୬୯କୋଟି ଟଙ୍କାର ଷ୍ଟାମ୍ପ ଡ୍ୟୁଟି ଦିଆଯାଇଥିବାବେଳେ ୩୦ ହଜାର ଟଙ୍କା ପଞ୍ଜୀକରଣ ଦେୟ ଦିଆଯାଇଛି। ବିକ୍ରି ହୋଇଥିବା ପ୍ଲଟ୍‌ ଦୁଇଟିରେ ୧ଲକ୍ଷ ବର୍ଗ ଫୁଟର ୨ଟି କୋଠା ରହିଛି। ଜିତେନ୍ଦ୍ରଙ୍କ ପୂର୍ବରୁ ବଲିଉଡର ଅନ୍ୟତମ ଅଭିନେତା ଅମିତାଭ ବଚ୍ଚନ ଚଳିତ ବର୍ଷ ଓସିୱାରାସ୍ଥିତ ଏକ ଡ୍ୟୁପ୍ଲେକ୍ସକୁ ୮୩ କୋଟି ଟଙ୍କାରେ ବିକ୍ରି କରିଥିଲେ। ଏହି ବିକ୍ରିରେ ସେ ୧୬୮ ପ୍ରତିଶତ ଲାଭ କରିଥିଲେ। ୨୦୨୧ ଏପ୍ରିଲରେ ଏହି ଡ୍ୟୁପ୍ଲେକ୍ସକୁ ଅମିତାଭ ୩୧ କୋଟି ଟଙ୍କାରେ କିଣିଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories