www.samajalive.in
Sunday, December 7, 2025
26.1 C
Bhubaneswar

ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲା ମାଓନେତା ଭାସ୍କର

ସମାଜ ଡିଜିଟାଲ ଡେସ୍କ: ଛତିଶଗଡର ବିଜାପୁର ଜିଲାରେ ମାଓ ଏନକାଉଣ୍ଟର୍‍ । ସୁରକ୍ଷାକର୍ମୀଙ୍କ ଗୁଳିରେ କୁଖ୍ୟାତ ମାଓନେତା ଭାସ୍କରର ମୃତ୍ୟୁ ହୋଇଛି । ଆଇଜି ବସ୍ତର କହିଛନ୍ତି ଯେ ଏନକାଉଣ୍ଟର ସ୍ଥଳରୁ ଏକେ-୪୭ ରାଇଫଲ ବ୍ୟତୀତ ବିପୁଳ ବିସ୍ଫୋରକ, ଅସ୍ତ୍ରଶସ୍ତ୍ର ଏବଂ ଗୁଳିଗୋଳା ମଧ୍ୟ ଜବତ କରାଯାଇଛି । ଭାସ୍କର ନାଁରେ ୪୫ଲକ୍ଷର ପୁରସ୍କାର ରାଶି ରହିଥିଲା । ନିହତ ଭାସ୍କର ତେଲେଙ୍ଗାନା ରାଜ୍ୟ କମିଟିର ସଦସ୍ୟ । ସେ ତେଲେଙ୍ଗାନାର ଆଦିଲାବାଦ ଜିଲାର ବାସିନ୍ଦା ଥିଲା । ସିପିଆଇ (ମାଓବାଦୀ) ସଂଗଠନର ତେଲେଙ୍ଗାନା ରାଜ୍ୟ କମିଟିର ମଞ୍ଚେରିଆଲ କୋମରାମ ଭୀମାର ସଚିବ ମଧ୍ୟ ରହିଥିଲା । ଗୁରୁବାର ଦିନ ବିଜାପୁରରେ ନକ୍ସଲ ବିରୋଧୀ ଅଭିଯାନ ସମୟରେ ମାଓ ସଂଗଠନର କେନ୍ଦ୍ରୀୟ କମିଟି ସଦସ୍ୟ ଗୌତମ ଓରଫ ସୁଧାକର ମଧ୍ୟ ନିହତ ହୋଇଥିଲା ।

ସେପଟେ ଆଜି ଛତିଶଗଡ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଇ ନୂଆଦିଲ୍ଲୀରେ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟି ରାଜ୍ୟରେ ନକ୍ସଲ ବିରୋଧୀ ଅଭିଯାନର ସଫଳତା ସମ୍ପର୍କରେ ଦେବେ ଏବଂ ସୁରକ୍ଷାବାହିନୀ କାର୍ଯ୍ୟ ବିଷୟରେ ଅବଗତ କରାଇବେ ।

Hot this week

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

Related Articles

Popular Categories