www.samajalive.in
Sunday, December 7, 2025
16.1 C
Bhubaneswar

ଏସ-୪୦୦ ଥାଇ ବି ୟୁକ୍ରେନ ଡ୍ରୋନକୁ କାହିଁକି ଅଟକାଇପାରିଲାନି ରୁଷ ? ଜାଣନ୍ତୁ, କିପରି ଗୁପ୍ତ ଯୋଜନା କରିଥିଲେ ଜେଲେନସ୍କି

ସମାଜ ଡିଜିଟାଲ ଡେସ୍କ: ୟୁକ୍ରେନର ବଡ଼ ଧରଣର ଡ୍ରୋନ ଆକ୍ରମଣରେ ରୁଷର ୫ଟି ବିମାନ ଘାଟି କ୍ଷତିଗ୍ରସ୍ତ ହୋଇଛି। ଏସବୁ ସ୍ଥାନରେ ଥିବା ଯୁଦ୍ଧ ବିମାନଗୁଡ଼ିକୁ ଟାର୍ଗେଟ କରି ୟୁକ୍ରେନ ଏହି ଆକ୍ରମଣ କରିଥିଲା। ତେବେ ଅନେକଙ୍କ ମନରେ ପ୍ରଶ୍ନ ଉଠୁଥିବ ରୁଷ ପାଖରେ ଏସ-୪୦୦ ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ଥାଇ ବି ଡ୍ରୋନଗୁଡ଼ିକୁ କିପରି ଅଟକାଇ ପାରିଲାନି ? ୧୧୭ଟି ଡ୍ରୋନ ସାହାଯ୍ୟରେ ୟୁକ୍ରେନ ଏହି ଆକ୍ରମଣ କଲା। କିପରି ଗୋଟିଏ ବି ଡ୍ରୋନକୁ ଏସ-୪୦୦ ଖସାଇବାରେ ସମର୍ଥ ହେଲାନି ତାହାକୁ ନେଇ ମନରେ ପ୍ରଶ୍ନ ଉଙ୍କିମାରୁଥିବ। କିନ୍ତୁ ବାସ୍ତବ ଚିତ୍ର କିଛି ଅଲଗା ଥିଲା। ରୁଷ ମାଟିରେ ଡ୍ରୋନ ପ୍ରବେଶ କରାଇବା ଲାଗି ୟୁକ୍ରେନ ଦେଢ଼ ବର୍ଷ ତଳୁ ଗୁପ୍ତ ଯୋଜନା କରିଥିଲା। ଯାହାଫଳରେ ୟୁକ୍ରେନ ଏହାର ଅପରେସନ ‘ସ୍ପାଇଡର୍ସ ଓ୍ବେବ’କୁ ସଫଳ କରାଇବାରେ ସକ୍ଷମ ହୋଇଥିଲା।

ରୁଷର ବିମାନଘାଟିଗୁଡ଼ିକ ୟୁକ୍ରେନ ସୀମାଠାରୁ ବହୁ ଦୂରରେ ରହିଥିଲା। ବେଲାୟା ବିମାନ ଘାଟି ୟୁକ୍ରେନଠାରୁ ୪୭୦୦ କିଲୋମିଟର ଦୂରରେ ଥିବାବେଳେ ଡ୍ୟାଜିଲେଭୋ ବିମାନଘାଟି ୭୦୦ କିମି, ଓଲେନ୍ୟା ବିମାନଘାଟି ୨୦୦୦ କିମି ଏବଂ ଲଭାନୋଭୋ ଘାଟି ୯୦୦ କିମି ଦୂରରେ ରହିଥିଲା। ଏତେ ଦୂରକୁ ଡ୍ରୋନ ଉଡ଼ାଇ ଆକ୍ରମଣ କରିବା ୟୁକ୍ରେନ ପାଇଁ ସମ୍ଭବ ନ ଥିଲା। ତେଣୁ ୟୁକ୍ରେନ ରାଷ୍ଟ୍ରପତି ଭୋଲଦିମିର ଜେଲେନସ୍କି ଏବଂ ୟୁକ୍ରେନ ଗୁଇନ୍ଦା ସଂସ୍ଥା ମୁଖ୍ୟ ଭାସିଲ ମାଲିଉକ ‘ସାଇଡର୍ସ ଓ୍ବେବ’ ନାମରେ ଗୁପ୍ତ ଯୋଜନା କରିଥିଲେ।

- Advertisement -

ଯୋଜନା ଅନୁସାରେ, ଡ୍ରୋନଗୁଡ଼ିକରେ ଯୁଦ୍ଧାସ୍ତ୍ର ଖଞ୍ଜି କାଠ ନିର୍ମିତ କ୍ୟାବିନର ଛାତ ମଧ୍ୟରେ ଲୁଚାଇ ରଖାଯାଇଥିଲା। ଏସବୁ କ୍ୟାବିନର ଛାତ ରିମୋଟ୍‌ ଦ୍ଵାରା ପରିଚାଳିତ। କ୍ୟାବିନଗୁଡ଼ିକୁ ଟ୍ରକ ଜରିଆରେ ରୁଷ ପଠାଯାଇଥିଲା। ରୁଷରେ ଟ୍ରକ ପହଞ୍ଚିବା ପରେ ୟୁକ୍ରେନର ଗୁପ୍ତଚରମାନେ ସକ୍ରିୟ ହୋଇ ଆକ୍ରମଣ ସ୍ଥଳ ନିକଟକୁ ସେସବୁକୁ ପହଞ୍ଚାଇଥିଲେ। ଟାର୍ଗେଟ କରାଯାଇଥିବା ପ୍ରତି ବିମାନଘାଟି ନିକଟ ଅଞ୍ଚଳରେ କ୍ୟାବିନଗୁଡ଼ିକୁ ରଖାଯାଇଥିଲା। ଆକ୍ରମଣ ପୂର୍ବରୁ ରିମୋଟ ଦ୍ଵାରା କ୍ୟାବିନ ଛାତକୁ ଖୋଲାଯାଇଥିଲା। ଏହା ପରେ ଡ୍ରୋନ ବିମାନଘାଟି ଭିତରେ ପଶି ଗୋଟିଏ ଗୋଟିଏ ଯୁଦ୍ଧ ବିମାନକୁ ଟାର୍ଗେଟ କରି ଧ୍ବଂସ କରିଥିଲା। ଜେଲେନସ୍କି ନିଜେ ଏହି ଗୁପ୍ତ ଯୋଜନା ସମ୍ପର୍କରେ ଗଣମାଧ୍ୟମ ଜରିଆରେ ସୂଚନା ଦେଇଛନ୍ତି।

ଶତ୍ରୁ ସୀମାରୁ ଆକାଶମାର୍ଗରେ ଡ୍ରୋନଗୁଡ଼ିକ ଆସି ନ ଥିବାରୁ ରୁଷର ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ଏସ-୪୦୦ ଏହାକୁ ଅଟକାଇପାରି ନ ଥିଲା। ଏସ-୪୦୦ ରାଡାର ଭିତରକୁ ଆସିବା ପୂର୍ବରୁ ଡ୍ରୋନଗୁଡ଼ିକୁ ଟାର୍ଗେଟ ସ୍ଥଳରେ ଗୁପ୍ତ ଭାବେ ମୁତୟନ କରିଦିଆଯାଇଥିଲା। ୟୁକ୍ରେନ ଅତି ଚତୁରତାର ସହିତ ଏହି ଯୋଜନାକୁ କାର୍ଯ୍ୟକାରୀ କରିଥିଲା।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories