www.samajalive.in
Friday, December 12, 2025
19.1 C
Bhubaneswar

ସିକ୍କିମ୍‌ରେ ନିଖୋଜ ଓଡିଆ ମହିଳାଙ୍କ ମୋବାଇଲ୍‌ ଫୋନ୍‌ ନଦୀରୁ ଉଦ୍ଧାର

ଗ୍ୟାଙ୍ଗଟକ୍‌ – ସିକ୍କିମର ତିସ୍ତା ନଦୀରେ ନିଖୋଜ ଓଡିଆ ମହିଳା ତଥା ବିଜେପି ନେତ୍ରୀ ଇତିଶ୍ରୀ ଜେନାଙ୍କ ସହ ଅନ୍ୟ ନିକୋଜ ବ୍ୟକ୍ତିମାନଙ୍କର ମୋବାଇଲ୍‌ ଫୋନ୍‌କୁ ତିସ୍ତା ନଦୀରୁ ଉଦ୍ଧାର କରାଯାଇଛି । ତଲାସୀ ଅଭିଯା ଚଳାଇଥିବା ଇଦ୍ଧାରକାରୀ ଦଳ ୬ଟି ମୋବାଇଲ୍‌ ଫୋନ୍‌ ସହ ଏହି ପର୍ଯ୍ୟଟକମାନଙ୍କର ବ୍ୟାଗକୁ ନଦୀରୁ ଉଦ୍ଧାର କରିଛନ୍ତି । ନିଖୋଜ ଥିବା ପର୍ଯ୍ୟଟକମାନଙ୍କର କୌଣସି ଖୋଜ ଖବର ମିଳି ନାହିଁ । ଉତ୍ତର ସିକ୍କିମର ମୁନସ୍ତିଙ୍ଗ ନିକଟରେ ସେମାନଙ୍କର ଗାଡି ଦୁର୍ଘଟଣାଗ୍ରସ୍ତ ହୋଇ ପ୍ରାୟ ୧୦୦୦ ଫୁଟ୍‌ ତଳକୁ ଖସି ପଡିଥିଲା । ଏହା ତିସ୍ତା ନଦୀ ଗର୍ଭକୁ ଖସିଥିଲା । ଇତିଶ୍ରୀଙ୍କ ପୁଅ ଓ ପୁତରାଙ୍କୁ ଉଦ୍ଧାର କରାଯାଇଥିଲା ।

ଯାଜପୁର ରୋଡ ଅଞ୍ଚଳର ବିଜେପି ନେତ୍ରୀ ଇତିଶ୍ରୀ ଜେନା ପରିବାର ସହ ସିକ୍କିମ ବୁଲିବାକୁ ଯାଇଥିବା ବେଳେ ଦୁର୍ଘଟଣାର ଶୀକାର ହୋଇ ନିଖୋଜ ଅଛନ୍ତି । ଦୁର୍ଘଟଣାର ଶିକାର ହୋଇଥିବା ଓଡ଼ିଶାର ଯାତ୍ରୀଙ୍କୁ ଉଦ୍ଧାର ପାଇଁ ଏକ ସ୍ୱତନ୍ତ୍ର ଟିମ୍‍ ଯିବାକୁ ନିର୍ଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହି ଘଟଣାରେ ୨ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଇତିଶ୍ରୀଙ୍କ ସମେତ ୮ ଜଣ ନିଖୋଜ ଅଛନ୍ତି ।

Hot this week

ଗାଈ କଟାକୁ ନେଇ ଉତ୍ତେଜନା- ମାମଲା ରୁଜୁ

ଗୋପାଳପୁର - ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟସ୍ଥ ସୋରାବାଡି ଜଙ୍ଗଲରେ...

୫୦ ବର୍ଷ ପରେ ବଡ ପରଦାକୁ ଆସିଲା ‘ସୋଲେ’

ଭୁବନେଶ୍ୱର:୫୦ ବର୍ଷ ପରେ ବଡ ପରଦାକୁ ଆସିଲା 'ସୋଲେ' ।ସିଲଭର ସ୍କ୍ରିନରେ...

ଦାମୀ କାର୍‌ରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚୋରା ଚାଲାଣ- ଧରି ପକାଇଲେ ଗାଁ ଲୋକ

ଗୁରୁଡ଼ିଝାଟିଆ - ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ...

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

Related Articles

Popular Categories