ନୂଆଦିଲ୍ଲୀ: ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଜେଇଏମର ମୁଖ୍ୟ ମାସୁଦ ଆଜାଦଙ୍କୁ ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ବିଶ୍ଵ ଆତଙ୍କବାଦୀ ଘୋଷଣା କରିବାକୁ ଭାରତ ସମେତ ଅନ୍ୟାନ୍ୟ ରାଷ୍ଟ୍ର ଦାବି କରିଆସୁଛି। କିନ୍ତୁ ଚୀନର ବିରୋଧ ଯୋଗୁ ତାହା ସମ୍ଭବ ହୋଇପାରୁନାହିଁ। ପୁଲୱାମା ଆକ୍ରମଣ ଘଟଣା ପରେ ମଧ୍ୟ ଚୀନ ଏହି ପ୍ରସଙ୍ଗକୁ ପ୍ରଥମେ ଅଣଦେଖା କରିଥିଲା। କିନ୍ତୁ ବର୍ତ୍ତମାନ ଏହି ପ୍ରସଙ୍ଗରେ ଚୀନ ପୁଣି ଥରେ ଚିନ୍ତା କରିବ ବୋଲି କହିଛି। ଏ ସମ୍ପର୍କରେ ଆମେରିକା ପକ୍ଷରୁ ଚୀନକୁ ଫୋନ କରାଯିବା ପରେ ଦେଶ ଏହି ନିଷ୍ପତ୍ତି ନେଇଛି। ବେଜିଂ ପକ୍ଷରୁ କୁହାଯାଇଛି, ପୁଲୱାମାରେ ଜେଇଏମର ଆକ୍ରମଣ ଘଟଣାରେ ଚୀନ ଦୁଃଖ ପ୍ରକାଶ କରିଛି। ଜାତିସଂଘ ସୁରକ୍ଷା ପରିଷଦରେ ମାସୁଦଙ୍କୁ ବିଶ୍ଵ ଆତଙ୍କବାଦୀ ଘୋଷଣା ପାଇଁ ବିଭିନ୍ନ ରାଷ୍ଟ୍ର ପକ୍ଷରୁ ହେଉଥିବା ଉଦ୍ୟମ ଉପରେ ନିଜର ଆଭିମୁଖ୍ୟ ନେଇ ଚିନ୍ତା କରିବ। ଏ ଦିଗରେ ଚୂଡ଼ାନ୍ତ ନିଷ୍ପତ୍ତି ନେବା ପୂର୍ବରୁ ଚୀନ ସବୁ ପକ୍ଷ ସହିତ ଭାରତ ସହ ଆଲୋଚନା କରିବ ବୋଲି ବେଜିଂ ପକ୍ଷରୁ ସ୍ପଷ୍ଟ କରାଯାଇଛି।
ମାସୁଦଙ୍କୁ ବିଶ୍ଵ ଆତଙ୍କବାଦୀ ଘୋଷଣା ପ୍ରସଙ୍ଗ: ଭାରତର ପ୍ରସ୍ତାବ ଉପରେ ଚିନ୍ତା କରିବ ଚୀନ
Popular Categories



