ଡେରାଡୁନ: ପୁଲୱାମା ଆକ୍ରମଣ ପରେ ଭାରତୀୟ ସୁରକ୍ଷା କର୍ମୀଙ୍କ ପ୍ରତି ଅପମାନ ସୂଚକ ଏବଂ କ୍ରୋଧପୂର୍ଣ୍ଣ ମନ୍ତବ୍ୟ ଦେଇ ଗିରଫ ହୋଇଛନ୍ତି କଶ୍ମୀର ଛାତ୍ର। ବିଭିନ୍ନ ସୋସିଆଲ ମିଡିଆରେ ଏଭିଳି ମନ୍ତବ୍ୟ ପୋଷ୍ଟ କରିବା ପରେ ଡେରାଡୁନରେ ପୁଲିସ ତାଙ୍କୁ ଗିରଫ କରିଛି। ତାଙ୍କ ନାମରେ ଏକ ମାମଲା ରୁଜୁ ହୋଇଛି। ଡେରାଡୁନ ଏସପି ନିବେଦିତା କୁକ୍ରେତି କହିଛନ୍ତି, ଛାତ୍ର ଜଣକ ଏଠାରେ ଏକ ମେଡିକାଲ କଲେଜରେ ପ୍ରଥମ ବର୍ଷରେ ଅଧ୍ୟୟନ କରୁଛନ୍ତି। ସେ ଭାରତୀୟ ଯବାନମାନଙ୍କ ବିରୋଧରେ ଫେସବୁକ ଏବଂ ହ୍ବାଟ୍ସଆପରେ ଅପମାନଜନକ ମନ୍ତବ୍ୟ ପୋଷ୍ଟ କରିଥିବା ନେଇ ସ୍ଥାନୀୟ ପ୍ରେମନଗରର ଜଣେ ବ୍ୟକ୍ତି ଅଭିଯୋଗ କରିଥଲେ।
Popular Categories



