www.samajalive.in
Monday, December 8, 2025
27.1 C
Bhubaneswar

ପୂର୍ବତନ ମନ୍ତ୍ରୀଙ୍କ ପୁଅ ଓ ୨ ସହଯୋଗୀଙ୍କୁ ଆଜୀବନ କାରାଦଣ୍ଡାଦେଶ

ସମାଜ ଡିଜିଟାଲ ଡେସ୍କ: ଅଙ୍କିତା ଭଣ୍ଡାରୀ ହତ୍ୟା ମାମଲାରେ ବିଜେପିର ପୂର୍ବତନ ମନ୍ତ୍ରୀ ବିନୋଦ ଆର୍ଯ୍ୟାଙ୍କ ପୁଅ ପୁଲକିତ ଆର୍ଯ୍ୟା ଏବଂ ତାଙ୍କର ଦୁଇ ସହଯୋଗୀ ସୌରଭ ଭାସ୍କର ଓ ଅଙ୍କିତ ଗୁପ୍ତାଙ୍କୁ ଆଜୀବନ କାରାଦଣ୍ଡାଦେଶ ମିଳିଛି। ଉତ୍ତରାଖଣ୍ଡର କୋଟଦ୍ଵାର ଅତିରିକ୍ତ ଜିଲା ଓ ଦୌରାଜଜ କୋର୍ଟ ଏହି ୩ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରି ଦଣ୍ଡାଦେଶ ଶୁଣାଇଛନ୍ତି। ଅଙ୍କିତା ଯେଉଁ ରିସର୍ଟରେ ରିସିପସନିଷ୍ଟ ଭାବେ କାର୍ଯ୍ୟ କରୁଥିଲେ ପୁଲକିତ ତାହାର ମାଲିକ ଥିଲେ।

ଅଙ୍କିତା ହତ୍ୟା ମାମଲାର ଶୁଣାଣି ଶୁକ୍ରବାର ହୋଇଥିଲା। ଅଭିଯୁକ୍ତମାନେ ପୂର୍ବତନ ମନ୍ତ୍ରୀଙ୍କ ପୁଅ ଓ ତାଙ୍କ ସହଯୋଗୀ ହୋଇଥିବାରୁ ଏଥିପାଇଁ କୋର୍ଟ ପରିସରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିଲା। ୯୭ ଜଣ ସାକ୍ଷୀଙ୍କ ମଧ୍ୟରୁ ୪୭ ଜଣଙ୍କ ସାକ୍ଷୀଙ୍କ ମନ୍ତବ୍ୟକୁ ଭିତ୍ତିକରି କୋର୍ଟ ଏହି ରାୟ ଶୁଣାଇଛନ୍ତି।

- Advertisement -

ସୂଚନାଯୋଗ୍ୟ, ୧୯ ବର୍ଷୀୟା ଅଙ୍କିତା ରିଷିକେଶର ବନନ୍ତରା ରିସର୍ଟରେ ରିସିପନିଷ୍ଟ ଭାବେ କାର୍ଯ୍ୟ କରୁଥିଲେ, ଯାହାର ମାଲିକ ଥିଲେ ପୁଲକିତ। ୨୦୨୨ ସେପ୍ଟେମ୍ବର ୧୮ରେ ଅଙ୍କିତା ନିଖୋଜ ହୋଇଯାଇଥିଲେ। ୬ ଦିନ ପରେ ଚିଲ୍ଲା କେନାଲରୁ ତାଙ୍କ ମୃତଦେହ ମିଳିଥିଲା। ତଦନ୍ତରୁ ଜଣାପଡ଼ିଥିଲା ଯେ, ବିନୋଦଙ୍କ ପୁଅ ପୁଲକିତ, ଅଙ୍କିତା ଏବଂ ପୁଲିକିତଙ୍କର ଦୁଇ ସହଯୋଗୀ ଚିଲ୍ଲା କେନାଲ ନିକଟକୁ ଯାଇଥିଲେ। ସେଠାରେ କୌଣସି କଥାକୁ ନେଇ ଯୁକ୍ତିତର୍କ ହେବାରୁ ପୁଲକିତ ଓ ତାଙ୍କର ଦୁଇ ସହଯୋଗୀ ସୌରଭ ଏବଂ ଅଙ୍କିତ ତାଙ୍କୁ ପାଣିକୁ ଠେଲି ଦେଇଥିଲେ। ପୁଲିସ ଏହି ମାମଲାର ତଦନ୍ତ କରି ୫୦୦ ପୃଷ୍ଠାର ଏକ ଚାର୍ଜଶିଟ୍‌ ଦାଖଲ କରିଥିଲା।

Hot this week

ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

ରାଉରକେଲା: ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ସୁନ୍ଦରଗଡ...

ବିଗ୍ ବସ୍ ୧୯ର ବିଜେତା ହେଲେ ଗୌରବ ଖାନ୍ନା

ସମାଜ ଡିଜିଟାଲ ଡେସ୍କ: ଗୌରବ ଖାନ୍ନା ରିଆଲିଟି ଶୋ ବିଗ୍ ବସ୍...

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

Related Articles

Popular Categories